ଏଆଇ ଓ କୃଷକଙ୍କ ସମସ୍ୟା

ଗତ କିଛି ବର୍ଷ ହେବ, କୃଷିକ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ମେଶିନ ଲର୍ନିଂ (ଏମ୍‌ଏଲ୍‌)ର ପ୍ରଭାବକୁ ଅନୁଭବ କରାଯାଉଛି। ଭାରତରେ ଆମେ ସବୁକ୍ଷେତ୍ରରେ ଏମ୍‌ଏଲ୍‌ ମଡେଲର ବ୍ୟବହାର ଦେଖିବାକୁ ପାଇଛୁ। କୃଷିକ୍ଷେତ୍ରରେ ଏଆଇ ଏବଂ ଏମ୍‌ଏଲ୍‌କୁ ଗ୍ରହଣ କରିବା ଫଳରେ ଉତ୍ପାଦକତା ବୃଦ୍ଧି, କମ୍‌ ଖର୍ଚ୍ଚ ଏବଂ ଉତ୍ତମ ନିଷ୍ପତ୍ତି ନେବାଠାରୁ ଆରମ୍ଭକରି ସୁଦୂରପ୍ରସାରୀ ପରିଣାମ ଦେଖିବାକୁ ମିଳିବ। ବ୍ୟବସାୟୀମାନେ ସେମାନଙ୍କ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଥିବା ତାଜା ଉତ୍ପାଦ ପହଞ୍ଚାଇପାରିବେ। ଏକ ଶକ୍ତିଶାଳୀ ଏଆଇ ଚାଳିତ ‘ପୂର୍ବାନୁମାନ ଇଞ୍ଜିନ’ ପରବର୍ତ୍ତୀ ଦିନ ପାଇଁ ପ୍ରତ୍ୟେକ ପ୍ରକାର ଉତ୍ପାଦର ଚାହିଦାର ପୂର୍ବାନୁମାନ କରିଥାଏ, ଅମଳ, ନଷ୍ଟ (ଯାହା ପାରମ୍ପରିକ ପଦ୍ଧତିରେ ପ୍ରାୟ ୩୦-୪୦%) ଏବଂ ଶେଷରେ ଉତ୍ପାଦନକୁ ନିୟନ୍ତ୍ରଣ କରିଥାଏ। ଏଆଇ ଏବଂ ଏମ୍‌ଏଲ୍‌ ମଡେଲର ବ୍ୟବହାର ଅଧିକ ବ୍ୟାପକ ହେଉଥିବାରୁ ଭାରତୀୟ କୃଷକଙ୍କ ପାଇଁ ଅନେକ ସୁଯୋଗ ଅପେକ୍ଷାରେ ରହିଛି। କୃଷିରେ ଏହି ମଡେଲର ବ୍ୟବହାରର ଏକ ପ୍ରାଥମିକ ଲାଭ ଏହା ଯେ ତାହା ଅଧିକ ସ୍ଥାୟୀ ଏବଂ ନିର୍ଭୁଲ୍‌ କୃଷି ପଦ୍ଧତି ପାଇଁ ସୁଯୋଗ ଦଏ। କୃଷକମାନଙ୍କର ପାରମ୍ପରିକ ଜ୍ଞାନ ସେମାନଙ୍କୁ ଦ୍ରୁତ ଜଳବାୟୁ ପରିବର୍ତ୍ତନରେ ବେଳେବେଳେ ବିଫଳ କରେ । ଏହି କ୍ଷେତ୍ରରେ, ଏଆଇ ଏବଂ ଏମ୍‌ଏଲ୍‌ ମଡେଲ କୃଷକମାନଙ୍କୁ ରୋପଣ ପ୍ରଣାଳୀକୁ ଅନୁକୂଳ କରିବା, ଉପୟୁକ୍ତ ପରିମାଣର ସାର ଏବଂ ଜଳସେଚନ ନିର୍ଦ୍ଧାରଣ କରିବା ଓ ପ୍ରମୁଖ ସମସ୍ୟା ହେବା ପୂର୍ବରୁ ସମସ୍ୟାଗୁଡ଼ିକ ଚିହ୍ନଟ କରିବାରେ ସହାୟତା କରିପାରିବ।
ବାସ୍ତବରେ ଉତ୍ପାଦନକୁ ‘ହାଇଡ୍ରୋପୋନିକ୍ସ’ ଏବଂ ’ଏରୋପୋନିକ୍ସ’ ଭଳି ତଥ୍ୟଚାଳିତ ପଦ୍ଧତିକୁ ବ୍ୟବହାର କରି ବଢ଼ାଯାଇଛି। ଅନ୍ୟ ଏକ କାରକ ହେଉଛି ସାର। ଆଜି ସାର ବ୍ୟବହାର କରିବାର ଚାପ ଏତେ ଅଧିକ ରହିଛି ଯେ ଚାଷୀ ଫସଲର ଆବଶ୍ୟକତା ଅଛି କି ନାହିଁ, କେତେ ଦରକାର, ତାହା ମଧ୍ୟ ବିଚାରକୁ ନେଉନାହାନ୍ତି। ସେମାନେ କେବଳ ଭଲ ଅମଳ ପାଇଁ ସାର ବ୍ୟବହାର କରନ୍ତି। ଏହି ଅଭ୍ୟାସର ଅନେକ ନକାରାତ୍ମକ ପରିଣାମ ରହିଛି, ଯେଉଁଥିରେ ଅସ୍ଥିର ଫସଲ ଉତ୍ପାଦନ ଏବଂ ମୃତ୍ତିକା ଅବକ୍ଷୟ ଅନ୍ତର୍ଭୁକ୍ତ।
ଅଧିକନ୍ତୁ, ଯୋଗାଣ ଦିଗରେ ନିଆଯାଉଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ। ଚାହିଦା ପକ୍ଷରେ ଗ୍ରାହକ ଅଛନ୍ତି ଯେଉଁମାନେ ଗୋଟିଏ ଜିନିଷ ଚାହୁଁଥିବା ବେଳେ କୃଷକମାନେ ଅନ୍ୟ କିଛି ଉତ୍ପାଦନ କରୁଛନ୍ତି। ଆଜିର ଉପଭୋକ୍ତା ସକ୍ରିୟ ଭାବରେ ଯାହା ଚାହୁଁଛନ୍ତି, ତାହା ବଦଳରେ ଯାହା ଉପଲବ୍ଧ ତାହା କିଣୁଛନ୍ତି । ଫଳରେ ଉଭୟ ଉପଭୋକ୍ତା ଓ ଉତ୍ପାଦନକାରୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ବନ୍ଦ କରିବା ଦ୍ୱାରା ଉପଭୋକ୍ତାଙ୍କ ବ୍ୟବହାର ବିଷୟରେ ଶିଖିବା ଆବଶ୍ୟକ। ଏହି ତଥ୍ୟର ଯଥାର୍ଥତା, ଯେତେବେଳେ ଏକ ଏଆଇ ମଡେଲରେ ନିର୍ମିତ ହୋଇଥାଏ, ଚାହିଦା ନିର୍ଦ୍ଧାରଣ କରିବାରେ ଏବଂ ଏକ ପୂର୍ଣ୍ଣ ଫସଲ ପ୍ରକ୍ଷେପଣ କରିବାରେ ସହାୟତା କରିଥାଏ। ନୂତନ କିସମର ଉଦ୍ଭିଦ ଉତ୍ପାଦନ କରିବାରେ ବି ସହାଯ୍ୟ କରେ।
ବିଶେଷଜ୍ଞଙ୍କ ମତରେ ପରବର୍ତ୍ତୀ ବଡ଼ ବିଶ୍ୱ ସଙ୍କଟ ହେବ ଜଳର ଅଭାବ। ସମସ୍ତେ ଜାଣନ୍ତି ଯେ କୃଷି ହେଉଛି ଜଳସେଚନର ମାଧ୍ୟମ। ପ୍ରତିଦିନ ପ୍ରତି ଫାର୍ମରେ ଶହ ଶହ ଲିଟର ପାଣି ନଷ୍ଟ ହେଉଛି। ଯଦି ଏମ୍‌ଏଲ୍‌ ମଡେଲ ଉତ୍ତମ ଅମଳ ପାଇଁ କେତେ ପରିମାଣର ଜଳ ଆବଶ୍ୟକ ତାହା ପୂର୍ବାନୁମାନ କରିପାରୁଥିବ, ତେବେ ଆମେ ଜଳର ସର୍ବୋତ୍ତମ ଉପଯୋଗ କରିବାକୁ ବାଧ୍ୟ ହେବୁ।
ଭାରତ ବିଶ୍ୱର ଏକ ପ୍ରମୁଖ ଫଳ ଓ ପନିପରିବା ଉତ୍ପାଦନକାରୀ ଦେଶ, କିନ୍ତୁ ପର୍ଯ୍ୟାପ୍ତ ପରିମାଣର ସଂରକ୍ଷଣ ଓ ପରିବହନ ବ୍ୟବସ୍ଥା ନ ଥିବାରୁ ଉତ୍ପାଦିତ ଫସଲର ଏକ ବଡ଼ ଅଂଶ ନଷ୍ଟ ହୋଇଯାଉଛି। ଚାହିଦାର ପୂର୍ବାନୁମାନ କରିବା, ଲଜିଷ୍ଟିକ୍ସକୁ ଅନୁକୂଳ କରିବା, ଯୋଗାଣ ଶୃଙ୍ଖଳା ପରିଚାଳନାକୁ ବୃଦ୍ଧି କରିବା, ଖାଦ୍ୟ ବର୍ଜ୍ୟକୁ ହ୍ରାସ କରିବା ଏବଂ ବଜାରରେ ତାଜା ଉତ୍ପାଦ ପହଞ୍ଚାଇବା ସୁନିଶ୍ଚିତ କରିବା, ତଥ୍ୟ ସମୃଦ୍ଧ ଏଆଇ ଏବଂ ଏମ୍‌ଏଲ୍‌ ମଡେଲକୁ ଭଲ ଭାବେ ପରୀକ୍ଷା କରିବା ଉଚିତ। ସମସ୍ତ ବୈଷୟିକ ପ୍ରଗତି ଭଳି ଏଥିରେ ମଧ୍ୟ ଆହ୍ବାନ ରହିଛି। ଭାରତୀୟ କୃଷିକ୍ଷେତ୍ର ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ହେଉଛି ଜମିଜମା ଖଣ୍ଡବିଖଣ୍ଡିତ ହେବା। ଭାରତର ଅଧିକାଂଶ କୃଷକଙ୍କ ପାଖରେ ଛୋଟ ଛୋଟ ଜମି ଥିବାରୁ ଆଧୁନିକ କୃଷି ପଦ୍ଧତିକୁ ଆପଣାଇବାରେ ଅସୁବିଧା ହେଉଛି। ତେବେ ଏଆଇ ଏବଂ ଏମ୍‌ଏଲ୍‌ କୃଷକମାନଙ୍କୁ ପାଣିପାଗ ପ୍ରଣାଳୀ, ମୃତ୍ତିକା ସ୍ଥିତି ଏବଂ ଫସଲ ଅମଳ ଉପରେ ତଥ୍ୟ ପ୍ରଦାନକରି ଅଧିକ ସୂଚନାଯୁକ୍ତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିପାରିବ। ଏହି ଜ୍ଞାନକୌଶଳର ଉପଯୋଗକରି କ୍ଷୁଦ୍ରଚାଷୀମାନେ ସେମାନଙ୍କ ଉତ୍ପାଦନ କ୍ଷମତା ଓ ଲାଭରେ ଉନ୍ନତି ଆଣିପାରିବେ।
ତେବେ ଭାରତରେ କୃଷିକ୍ଷେତ୍ରରେ ଏଆଇ ଏବଂ ଏମ୍‌ଏଲ୍‌ ବ୍ୟବହାର ଯୋଗୁ ନିଯୁକ୍ତି ଉପରେ ପଡୁଥିବା ପ୍ରଭାବକୁ ନେଇ ଚିନ୍ତା ବଢ଼ିଯାଇପାରେ। କୃଷି ଏକ ଶ୍ରମଭିତ୍ତିକ ଶିଳ୍ପ, ଏଆଇ ଏବଂ ଏମ୍‌ଏଲ୍‌କୁ ଗ୍ରହଣ କରିବା ଦ୍ୱାରା କୃଷକ ଏବଂ କୃଷି ଶ୍ରମିକମାନଙ୍କ ପାଇଁ ନିଯୁକ୍ତି ହ୍ରାସ ହୋଇପାରେ। ଆଉ ଏକ ଚିନ୍ତାର ବିଷୟ ହେଉଛି କୃଷିରେ ଏଆଇ ଓ ଏମ୍‌ଏଲ୍‌କୁ ଆପଣାଇବାର ଖର୍ଚ୍ଚ। ବୈଷୟିକ ଜ୍ଞାନକୌଶଳର ଉଚ୍ଚ ମୂଲ୍ୟ ଏବଂ ଆର୍ଥିକ ସହାୟତାର ଅଭାବ କ୍ଷୁଦ୍ରଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ହୋଇପାରେ। ଛୋଟ ଚାଷୀମାନେ ସହଜରେ ଗ୍ରହଣ କରିପାରୁଥିବା ସୁଲଭ ସମାଧାନ ବିକଶିତ କରିବା ଆବଶ୍ୟକ। କୃଷିକ୍ଷେତ୍ରରେ ଏଆଇ ଏବଂ ଏମ୍‌ଏଲ୍‌ ପରିଚାଳିତ ପ୍ରଯୁକ୍ତିକୁ ଗ୍ରହଣ କରିବାରେ ସରକାରୀ ସବ୍‌ସିଡି ଏବଂ ସହାୟତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

– ସୌରଜିତ ପ୍ରଧାନୀ
ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
ମୋ: ୯୯୬୭୧୦୨୨୬୪


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri