Posted inଜାତୀୟ

ପ୍ରଭାବଶାଳୀ ଭାରତୀୟରୁ ଜେଲ୍ ପର୍ଯ୍ୟନ୍ତ, ଜାଣନ୍ତୁ କିପରି ଥିଲା ସୁବ୍ରତ ରୟଙ୍କ ଯାତ୍ରା

ନୂଆଦିଲ୍ଲୀ, ୧୫।୧୧: ସାହାରା ଗ୍ରୁପ୍‌ ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସୁବ୍ରତଙ୍କୁ ରବିବାର ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ସେ ଆଖି ବୁଜିଦେଇଥିବା ସାହାରା ଇଣ୍ଡିଆ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସୁବ୍ରତ ରାୟଙ୍କ ମୃତଦେହକୁ ଲକ୍ଷ୍ନୌ, ଉତ୍ତରପ୍ରଦେଶକୁ ଅଣାଯିବ।

ବିହାରର ଅରାରିଆରେ ଏକ ବଙ୍ଗୀୟ ହିନ୍ଦୁ ପରିବାରରେ ୧୯୪୮ ଜୁନ୍‌ ୧୦ରେ ଜନ୍ମିତ ସୁବ୍ରତ କୋଲକାତାସ୍ଥିତ ହୋଲି ଚାଇଲ୍ଡ ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଗଭର୍ନମେଣ୍ଟ ଟେକ୍‌ନିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ସେହି ଗୋରଖପୁର ହିଁ ତାଙ୍କ କର୍ମକ୍ଷେତ୍ରର ଏନ୍ତୁଡିଶାଳ ପାଲଟିଥିଲା।

୧୯୭୬ରେ ସେ ଆରମ୍ଭ କରିଥିବା ସାହାରା ଫାଇନାନ୍ସ (ଚିଟ୍‌ଫଣ୍ଡ ସଂସ୍ଥା) ପରବର୍ତ୍ତୀ ସମୟରେ ଭାରତର ଏକ ଅଗ୍ରଣୀ ତଥା ଦ୍ୱିତୀୟ ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ କମ୍ପାନୀରେ ପରିଣତ ହୋଇଥିଲା। ୧୯୯୦ ଦଶକରେ ସୁବ୍ରତ ଲକ୍ଷ୍ନୌରେ ନିଜ ଆର୍ଥତ୍କ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ। ସେହିଠାରୁ ହିଁ ସାହାରା ଇଣ୍ଡିଆ ଆର୍ଥତ୍କ ସେବା, ଶିକ୍ଷା, ରିଅଲ ଇଷ୍ଟେଟ୍‌, ଗଣମାଧ୍ୟମ, ମନୋରଞ୍ଜନ, ପର୍ଯ୍ୟଟନ, ସ୍ବାସ୍ଥ୍ୟସେବା ଓ ଆତିଥେୟତା ଆଦି ବ୍ୟବସାୟିକ କ୍ଷେତ୍ରରେ ସଫଳତା ହାସଲ କରିପାରିଥିଲା। ୧୯୯୨ରେ ତାଙ୍କ ଦ୍ୱାରା ପ୍ରକାଶିତ ହିନ୍ଦୀ ଖବରକାଗଜ ରାଷ୍ଟ୍ରୀୟ ସାହାରା ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ଭାଗରେ ବେଶ୍‌ ପାଠକୀୟ ଆଦୃତି ଲାଭ କରିଥିଲା।

୯୦ ଦଶକର ଶେଷ ଭାଗରେ ମହତ୍ତ୍ୱାକାଂକ୍ଷୀ ଆମ୍ବି ଭ୍ୟାଲି ସିଟି ପ୍ରକଳ୍ପ, ୨୦୦୦ରେ ସାହାରା ଟିଭି, ୨୦୦୩ରେ ସାହାରା ଟାଇମ୍‌, ସାହାରା ସମୟ, ସାହାରା ଆଲ୍‌ମି ନାମରେ ୩ଟି ସାପ୍ତାହିକର ପ୍ରକାଶନ ଆରମ୍ଭ ହୋଇଥିଲା। ୨୦୧୨ରେ ‘ଇଣ୍ଡିଆ ଟୁଡେ’ର ୧୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ସୁବ୍ରତ ରହିଥିଲେ। ୨୦୧୩ରେ ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତଙ୍କୁ ରିଲିଫ ସମେତ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟରେ ସୁବ୍ରତ ନିୟୋଜିତ ରହି ପ୍ରଶଂସିତ ହୋଇଥିଲେ। ନିଜ ବଦାନ୍ୟତା ପାଇଁ ସେ ଦେଶ ବିଦେଶରେ ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଥିଲେ।

ଦୀର୍ଘବର୍ଷ ଧରି ସେ ଭାରତୀୟ କ୍ରିକେଟର ପ୍ରାୟୋଜକ ରହିଆସିଥିଲେ। ଅନ୍ୟ କମ୍ପାନୀଗୁଡ଼ିକର ମୁଖ୍ୟ ଭଳି ସୁବ୍ରତ ନିଜକୁ ମ୍ୟାନେଜିଂ ଡାଇରେକ୍ଟର ନ କହି ମ୍ୟାନେଜିଂ ଓ୍ବାର୍କର ଭାବେ ପରିଚିତ ହେବାକୁ ପସନ୍ଦ କରୁଥିଲେ। ସାହାରା ପରିବାର ତାଙ୍କୁ ଶ୍ରଦ୍ଧାରେ ‘ସାହାରାଶ୍ରୀ’ ସମ୍ବୋଧନ କରୁଥିଲା। ଏସବୁ ସତ୍ତ୍ୱେ ସୁବ୍ରତଙ୍କ ଜୀବନ ବିବାଦ ଘେରରେ ରହିଆସିଥିଲା। ଜମାକାରୀଙ୍କ ଅର୍ଥ ମାଚ୍ୟୁରିଟି ପରେ ମଧ୍ୟ ଫେରସ୍ତ ନ କରିବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ବଜାର ନିୟନ୍ତ୍ରକ ସେବି ସହ ଆଇନଗତ ବିବାଦକୁ ନେଇ ୨୦୧୪ ଫେବୃୟାରୀ ୨୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ହାତରୁ ଗଲା ନୂଆପଡ଼ା: ବିଧାୟକ ହେଲେ ଜୟ ଢୋଲକିଆ, ସନ୍ଧ୍ୟାରେ ଭେଟିବେ ମୁଖ୍ୟମନ୍ତ୍ରୀଙ୍କୁ…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ପ୍ରକାଶ ପାଇଲା ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ଫଳାଫଳ। ବାଜି ମାରିଲେ ଜୟ ଢୋଲକିଆ। ତାଙ୍କ ପିତା ତଥା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ...

ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ...

ବିହାର ଟ୍ରେଣ୍ଡକୁ ଦେଖି ନୀତିନ ଗଡକରୀ କଲେ ବଡ଼ ଘୋଷଣା, କହିଲେ ଭାଜପାରୁ ହେବ…

ପାଟନା,୧୪।୧୧: ବିହାରରେ NDA ଏକ ବଡ଼ ବିଜୟ ଆଡ଼କୁ ଗତି କରୁଛି। ବିହାରର 243 ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ NDA 206...

ବିହାରରେ କିଏ ହେବେ ମୁଖ୍ୟମନ୍ତ୍ରୀ: ନୀତୀଶ କୁମାରଙ୍କୁ ନେଇ ବଡ଼ ବୟାନ ଦେଲେ ଭାଜପା ମହାସଚିବ

ପାଟନା,୧୪।୧୧: ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଏହା ୨୦୦ ରୁ ଅଧିକ ଆସନରେ ଆଗୁଆ ଅଛି। ଭାଜପା...

ବୁମ୍‌ରାଙ୍କ ଚମତ୍କାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ

କୋଲକାତା,୧୪।୧୧: କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇଯାଇଛି। ଭାରତୀୟ ଦଳ ପକ୍ଷରୁ ଜସପ୍ରୀତ ବୁମରା ୫ଟି ଉଇକେଟ ନେଇଛନ୍ତି।...

NDAର ପ୍ରଚଣ୍ଡ ବିଜୟ, କିନ୍ତୁ ଟେନ୍‌ସନରେ ନୀତୀଶ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୪।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଆଣିଛି। ମେଣ୍ଟର ବିପୁଳ ବିଜୟ ସତ୍ତ୍ୱେ ଏକ...

‘ଜନ୍ମଦିନରେ କଂଗ୍ରେସର ପରାଜୟ ଦେଖୁଛନ୍ତି ନେହେରୁ’, ମିମ୍ସ ଭାଇରାଲ୍

ନୂଆଦିଲ୍ଲୀ,୧୪ା୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଆଦ୍ୟ ଟ୍ରେଣ୍ଡରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବଡ଼ ବିଜୟ ଆଡକୁ ଅଗ୍ରସର ହେବା ପରେ ସୋସିଆଲ ମିଡିଆରେ...

ବିଜୟ ଆଡ଼କୁ ମାଡ଼ି ଚାଲିଛନ୍ତି ଜୟ ଢୋଲକିଆ, ପରିବାରରେ ଖୁସି ମନାଇବା ସହ କହିଲେ ଏମିତି…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏନେଇ ପ୍ରାର୍ଥୀଙ୍କଠାରୁ କର୍ମକର୍ତ୍ତା ଏବଂ ପରିବାର ସଦସ୍ୟ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri