Posted inଜାତୀୟ

ଅହମଦାବାଦ୍‌ ସିରିଏଲ୍‌ ବିସ୍ଫୋରଣ, ୪୯ ଦୋଷୀ ସାବ୍ୟସ୍ତ-୨୮ ଦୋଷମୁକ୍ତ…

ଅହମଦାବାଦ୍‌, ୮।୨ : ଅହମଦାବାଦ୍‌ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜୁରାଟ ସ୍ପେଶାଲ କୋର୍ଟ ରାୟ ଦେଇଛନ୍ତି। ବିସ୍ଫୋରଣ ମାମଲାରେ ୪୯ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ସହିତ, ୭୭ ଅଭିଯୁକ୍ତଙ୍କ ମଧ୍ୟରୁ ୨୮ ଜଣଙ୍କୁ ନିର୍ଦ୍ଦୋଷ ବୋଲି କହି ଖଲାସ କରିଛନ୍ତି। ଅହମ୍ମଦାବାଦରେ ୨୦୦୮ ଜୁଲାଇ ୨୬ରେ ହୋଇଥିବା ସିରିଏଲ ବିସ୍ଫୋରଣରେ ସ୍ବତନ୍ତ୍ର ଅଦାଲତର ବିଚାରପତି ଅମ୍ବାଲାଲ ପଟେଲ ଏହି ରାୟ ପ୍ରଦାନ କରିଛନ୍ତି। ଅହମ୍ମଦାବାଦର ୨୦ ଟି ସ୍ଥାନରେ ୨୧ ଟି ବିସ୍ଫୋରଣରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୨୮ ଜଣ ଅଭିଯୁକ୍ତ ୭ଟି ରାଜ୍ୟର ଭିନ୍ନ ଭିନ୍ନ ଜେଲରେ ରହିଛନ୍ତି।

ଏହି ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୪୬ ଜଣ ଆହତ ହୋଇଥିଲେ।

ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ୯୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିଲା। ଯେଉଁଥିରେ ୬୦୦୦ ଡକ୍ୟୁମେଣ୍ଟାରୀ ପ୍ରମାଣ ରହିଥିଲା। ଏହି ସମୟରେ ୯ ଜଣ ବିଚାରପତି ବଦଳିଛନ୍ତି। ଏଥି ସହିତ, ୧,୧୧୭ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।

ଏହି ମାମଲାରେ ଅହମ୍ମଦାବାଦରେ ୧୯ ଟି ଏବଂ କଲୋଲରେ ଗୋଟିଏ ମାମଲା ପଞ୍ଜିକୃତ ହୋଇଥିଲା। ବୋମା ତିଆରି କରିଥିବା ନେଇ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କୋର୍ଟରେ କୁହାଇଥିଲା। ଯେଉଁ ଗାଡିରେ ବୋମା ଲଗାଯାଇଥିଲା ସେହି ଗାଡିଗୁଡ଼ିକ ଅଭିଯୁକ୍ତଙ୍କ ଦ୍ୱାରା ନିଆଯାଇଥିବାର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଥିଲା। ଅପରାଧୀମାନେ ସରକାରଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଦେଶଦ୍ରୋହ ଏବଂ ଆତଙ୍କ ସୃଷ୍ଟି କରିବାର ପ୍ରମାଣ ମଧ୍ୟ ରହିଥିଲା। ରାଜ୍ୟର ଶାନ୍ତି ଭଙ୍ଗ କରିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବା ପାଇଁ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସାବ୍ୟସ୍ତ ହୋଇଥିଲା।

ତେବେ ପ୍ରତିପକ୍ଷ ଆଇନଜୀବୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ମିଥ୍ୟା ଅଭିଯୋଗ କରି ମାମଲା କରାଯାଇଛି । ଏହି ଅପରାଧରେ ଅଭିଯୁକ୍ତମାନେ ସମ୍ପୃକ୍ତ ନ ଥିଲେ। ଅଭିଯୁକ୍ତଙ୍କ ବିରୋଧରେ ମିଥ୍ୟା ପ୍ରମାଣ ତିଆରି କରାଯାଇଥିବା ପ୍ରତିପକ୍ଷ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କୁ ବିଜୟନଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୧୩।୨ : କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଶାହା କେରଳରେ କି...

ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପାରିଙ୍କ ପରଲୋକ

ଗୁରୁଗାଁଓ,୨।୬: ପ୍ରସିଦ୍ଧ ସନ୍ତୁର ବାଦକ ତଥା ସଙ୍ଗୀତକାର ପଣ୍ଡିତ ଭଜନ ସୋପାରିଙ୍କ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।...

ହୋଟେଲରେ ଯୋଗ କଲେ କର୍ନାଟକ ଭାଜପା ବିଧାୟକ

ବେଙ୍ଗାଲୁରୁ,୨୧।୭: କର୍ନାଟକର କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରରେ ସଙ୍କଟ ଦେଖା ଦେଇଥିବା ବେଳେ ସୋମବାର ବିଧାନସଭାରେ ଅସ୍ଥା ଭୋଟର ଯୋଜନା ରହିଛି। ହେଲେ ଇତି...

ହ୍ବିଲଚେୟାରରେ ଭୋଟ ଦେବାକୁ ଆସିଲେ ୯୦ବର୍ଷୀୟ ବୃଦ୍ଧା

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଚତୃର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ...

ପଶୁଙ୍କ ଠାରୁ ପାଣିରେ ବ୍ୟାପୁଛି ନୂଆ ଭାଇରସ

ଥିରୁଭାନନ୍ତପୁରମ,୧୩।୧୧: କରୋନା ଭାଇରାସ ପରେ ଡରାଇଲାଣି ନୋରୋ ଭାଇରସ। ପଶୁଙ୍କ ଠାରୁ ପାଣି ଓ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ଏହି ଭାଇରସ କେରଳର ଓ୍ବେନାଡ ଜିଲାରେ...

୨୦୦ ଆସନ ଜିତି ଦିଦିଙ୍କୁ ବିଦାୟ ଦେବୁ: ଅମିତ ଶାହା

କୋଲକାତା,୧୧।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଭାଜପାକୁ ଜିତାଇବାକେୁ ବଙ୍ଗଳାବାସୀଙ୍କୁ ନିବେଦନ କରିଛନ୍ତି। ଏହା ସହିତ ସେ ଏପ୍ରିଲ ୧୦ରେ କୁଚ ବିହାରସ୍ଥିତ...

ବାଲାଜୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ନାଗରିକତ୍ୱ ପ୍ରମାଣ ଲୋଡିଲେ ପୂଜାରୀ

ହାଇଦ୍ରାବାଦ୍‌ ,୨୬।୧: ଦେଶରେ ସିଏଏ ବିରୋଧ ତଥା ସମର୍ଥନରେ ବିଭିନ୍ନ ପ୍ରଦର୍ଶନ ଜାରି ରହିଛି। ତେବେ ହାଇଦ୍ରାବାଦ୍‌ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି.ଏସ୍‌....

ଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୪।୧୦: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ଅର୍ଥାତ୍‌ ଅକ୍ଟୋବର ୨୪ରେ ରବିବାର ତୁଳନାରେ ଦିଲ୍ଲୀ ଓ...

Advertisement
Archives

Model This Week