Posted inଜାତୀୟ

ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜକୁ ଗୁଗୁଲ୍‌ର ଏଚ୍‌ଆର୍‌ ମ୍ୟାନେଜର୍‌ କହି ୫୦ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ ଏହି ଯୁବକ

ଅହମଦାବାଦ,୧୯।୧: ଗୁଜରାଟର ଅହମଦାବାଦରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜକୁ ଗୁଗୁଲ୍‌ର ଏଚ୍‌ଆର୍‌ ମ୍ୟାନେଜର୍‌ କହି ୫୦ରୁ ଅଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ। ପରେ ସେମାନଙ୍କୁ ଧୋକା ଦେଇଥିଲେ। ପୋଳିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ ଯୁବକ ଜଣଙ୍କ ନିଜକୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ) ଅହମଦାବାଦରୁ ପାସ୍‌ କରିଥିବା କହୁଥିଲେ। ଏହାସହ ବିବାହ ପାଇଁ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ଭିନ୍ନ ଭିନ୍ନ ଆଇଡି ତିଆରି କରି ଯୁବତୀଙ୍କୁ ଠକୁଥିଲେ। ଏକ ଆଇଡିରେ ସେ ନିଜକୁ ଗୁଗୁଲର ଏଚ୍‌ଆର୍‌ ମ୍ୟାନେଜର୍‌ ମଧ୍ୟ ପରିଚୟ ଦେଇଥିଲେ। ଏଭଳି ପରିଚୟ ଦେଇ ସେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଏହାପରେ ଯୁବତଙ୍କଠାରୁ ଟଙ୍କା ଠକି ନେଇ ଫେରାର ହୋଇଯାଉଥିଲେ। ଜଣେ ଯୁବତୀ ଏନେଇ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରିବାରୁ ସତ ପଦାକୁ ଆସିଥିଲା। ସାଇବର ସେଲ୍‌ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ସନ୍ଦୀପ ଶମ୍ବୁନାଥ ମିଶ୍ର ବୋଲି ଜଣାପଡିଛି। ସେ ବିହାନ ଶର୍ମା, ଆକାଶ ଶର୍ମା ଭଳି ନାଁରେ ମ୍ୟାଟ୍ରିମୋନିରେ ପ୍ରୋଫାଇଲ୍‌ ପ୍ରସ୍ତୁତ କରିଥିଲେ। ଏହାସହ ୩୦ରୁ ଅଧିକ ସିମ୍‌ କାର୍ଡ, ୪ଟି ଫୋନ୍‌ ମଧ୍ୟ ସେ ବ୍ୟବହାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ବିଶ୍ୱାସ: ବାଘ ଏମାନଙ୍କ ପାଇଁ ଭାଇ

ଭୋପାଳ: କାହ୍ନା ଅଭୟାରଣ୍ୟ ବାହାରେ ରହିଥିବା ବଇଗା ସମ୍ପ୍ରଦାୟ ଆଦିବାସୀଙ୍କର ବାଘ ଓ ମଣିଷ ଏକାଠି ରହିବାର ଏକ ଅଜବ ବିଶ୍ୱାସ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ...

‘ନମାମି ଗଙ୍ଗେ’ ପ୍ରୋଜେକ୍ଟର ସମିକ୍ଷା କଲେ ମୋଦି

କାନପୁର,୧୪।୧୨: ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଶନିବାର ସକାଳେ କାନପୁରରେ ପହଞ୍ଚିଛନ୍ତି। ସେଠାରେ ସେ ଚନ୍ଦ୍ରଶେଖର...

ବିବାହ ନ କଲେ ଆଣିବି ମିଥ୍ୟା ବଳାତ୍କାର ଅଭିଯୋଗ, ଧମକ ଦେଲେ ଯୁବତୀ

ଲକ୍ଷ୍ନୌ,୨।୮: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ତାଙ୍କଠାରୁ ୧୦ ବର୍ଷ ସାନ ଯୁବକଙ୍କୁ ବିବାହ ପାଇଁ ଧମକ ଦେଇଥିବା ଥାନାରେ ଅଭିଯୋଗ...

ସ୍ତ୍ରୀଙ୍କ ସ୍ମୃତିରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ମନ୍ଦିର ନିର୍ମାଣ କଲେ ସ୍ବାମୀ

ଜୟପୁର,୧୪।୧୦: ଦୁଇ ମାସ ପୂର୍ବରୁ ରାଜସ୍ଥାନ ସିକର ଜିଲାର ଫତେହପୁରରେ ଏକ ସଡ଼କ ଦୁର୍ଘଟଣାରେ ହରିୟାଣାର ଜିତେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ(୫୪) ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା।...

ସୀମାକୁ ଆସିବାକୁ ଚେଷ୍ଟା କଲେ ଫେରି ପାରିବନି ପାକିସ୍ତାନ: ରାଜନାଥ

ସୁରଟ,୧୫।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସୁରଟରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ପାକିସ୍ତାନ ଉପରେ ଖୁବ୍‌ ଗର୍ଜିଛନ୍ତି। ରାଜନାଥ କହିଛନ୍ତି...

ଖୁସି ଖବର: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସୁସ୍ଥତା ହାର

ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏହା ସରକାର ତଥା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ହେଲେ...

ବିପ୍ଲବ ଦେବଙ୍କ ଇସ୍ତଫା…

ଅଗରତାଲା, ୧୪।୫ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନିକଟକୁ...

ଆଗକୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ଭୂତାଣୁ ଭାରତରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟକୁ ଆସିଥିବା ଆଶଙ୍କା କରାଯାଉଥିବାବେଳେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ। ଏହାର ମୁକାବିଲା ପାଇଁ...

Advertisement
Archives

Model This Week