ଆଗୁଆ ବିଧାନସଭା ବନ୍ଦ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୨।୪(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ୨୧ ଫେବୃୟାରୀରୁ ଆସନ୍ତା ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟଦିବସ ନିର୍ଘଣ୍ଟ ହୋଇଥିଲା ା କିନ୍ତୁ ହଠାତ୍‌ ଅଗଣତାନ୍ତ୍ରିକ ଉପାୟରେ ଶୁକ୍ରବାର ଅଧିବେଶନ ବନ୍ଦ କରାଯାଇଛି ା ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ସହ ଆଲୋଚନା ନ କରି ରାଜ୍ୟ ସରକାର କାହିଁକି ହଠାତ୍‌ ସ୍ବେଚ୍ଛାଚାରୀଭାବେ ବିଧାନସଭା ଅଧିବେଶନ ବନ୍ଦ କରିଦେଲେ ଏହାର ଉତ୍ତର ରଖନ୍ତୁ ା ଇଏ ପଳାୟନପନ୍ଥୀ ସରକାର ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅନ୍ୟ ବିଧାୟକମାନଙ୍କ ସହ ଯୋଗଦେଇ ଜୟନାରାୟଣ କହିଛନ୍ତି, ବିଧାନସଭାରେ ୭ଟି ବିଲ୍‌ ପାରିତ ହେବାର ଥିଲା। କିନ୍ତୁ ରାଜ୍ୟ ସରକାର ବିଧାନସଭା ଛାଡ଼ି ପଳାଇଲେ। ଓବିସି କମିଶନ ସଂଶୋଧନ ବିଲ୍‌ ୨୦୨୩, ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌, ଜମି ଅଧିଗ୍ରହଣ ପୁନର୍ବାସ ଓ ଥଇଥାନ ସଂଶୋଧନ ବିଲ୍‌ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ କାର୍ଯ୍ୟ ପରାମର୍ଶଦାତା କମିଟିରେ ସ୍ଥିରୀକୃତ ହୋଇଥିଲେ ମଧ୍ୟ ସରକାର ତାହାକୁ ପ୍ରତ୍ୟାହାରକରି ବିଧାନସଭାକୁ ବନ୍ଦ କରିଦେଲେ। ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ହତ୍ୟାହେବାର ୬୦ ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାର କାରଣ ଓ ଷଡ଼ଯନ୍ତ୍ରକାରୀ କିଏ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ। ସେହିପରି ଝାରସୁଗୁଡ଼ାରେ ଜଣେ ଛୋଟ ପିଲାକୁ ଅପହରଣ କରାଯାଇ ହତ୍ୟା କରାଯାଇଛି। ଓଡ଼ିଶାରେ ଏକ ନକଲି ସରକାର ଚାଲିଛି। ରତ୍ନଭଣ୍ଡାର ଚାବି, ସାର୍ଟିଫିକେଟ୍‌, ଔଷଧ, ୫-ଟି ବିଭାଗ ସବୁ ନକଲି ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଯେତେବେଳେ ମୁଖ୍ୟମନ୍ତ୍ରୀ ଆସନ୍ତା ୩ ତାରିଖରେ ଜାପାନ ଯିବେ ବୋଲି ଘୋଷଣା କଲେ ତାହାର ଅର୍ଥ ହେଲା ମହାନଦୀ ଜଳ ବିବାଦ ଆଲୋଚନା ବେଳକୁ ସେ ଅନୁପସ୍ଥିତ ରହିବେ। ଏଇଟା ମଧ୍ୟ ତାଙ୍କୁ ଅଡୁଆରେ ପକାଇ ଥାଆନ୍ତା। ତେଣୁ ବାଧ୍ୟହୋଇ ସେମାନେ ଗୃହକୁ ଏକତରଫା ଭାବେ ନିଷ୍ପତ୍ତି ନେଇ ବନ୍ଦ କରିଦେଲେ। କୌଣସି ବିରୋଧୀ ଦଳ ସେଥିରେ ସହମତି ପ୍ରକାଶ କରିନାହାନ୍ତି।
ଏହାର ଜବାବରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା। ହେଲେ ସେମାନେ ବିଭିନ୍ନ ସମୟରେ ଗୃହକୁ ବନ୍ଦ କରାଇଦେଇଛନ୍ତି। ସାଧାରଣ ଲୋକମାନଙ୍କ କଥା ଆଲୋଚନା ହେଉ ଏବଂ ତାହାର ସମାଧାନ ହେଉ ବୋଲି ସେମାନଙ୍କର ଆନ୍ତରିକତା ନ ଥିବା କଥା ଜଣାପଡ଼ୁଛି। ସେମାନେ କେବଳ ରାଜନୀତିରେ ବ୍ୟସ୍ତ ରହୁଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?