କୃଷି କ୍ଷେତ୍ରରେ ପ୍ରାକୃତିକ ସମ୍ପଦର ସୁବିନିଯୋଗ ଦରକାର: ଓୟୁଏଟି କୁଳପତି

ଭୁବନେଶ୍ବର,୨୫ା୧(ବ୍ୟୁରୋ): କୃଷିକ୍ଷେତ୍ରରେ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସହ ସୁବିନିଯୋଗ ଦରକାର। ଏହାଦ୍ୱାରା କୃଷି ଉତ୍ପାଦନରେ ବୃଦ୍ଧି ନ ଘଟିଲେ ଆଗାମୀ ଦିନରେ ଦେଶରେ ଖାଦ୍ୟ ସମସ୍ୟା ଉତ୍କଟ ହେବ ବୋଲି ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନ କୃଷି ଇଞ୍ଜିନିୟରିଂ କଲେଜରେ ମଙ୍ଗଳବାର ୨୧ ଦିନିଆ ଶୀତକାଳୀନ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ ଉତ୍ସବରେ ପ୍ରଫେସର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଳ ପରିଚାଳନା ସଂସ୍ଥାନ (ଆଇସିଏଆର୍‌) ନିର୍ଦ୍ଦେଶକ ଅର୍ଜମାଦତ୍ତ ଷଡ଼ଙ୍ଗୀ ମଧ୍ୟ ଯୋଗଦେଇଛନ୍ତି।
ଏହି ଅବସରରେ ଅର୍ଜମାଦତ୍ତ କହିଛନ୍ତି, କୃଷି ଉତ୍ପାଦନ ପାଇଁ ଜଳର ଆବଶ୍ୟକତା ଓ ସୁବିନିଯୋଗ ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ କୃଷି ଇଞ୍ଜିନିୟରିଂ କଲେଜର ଡିନ୍‌ ପ୍ରଫେସର ସଞ୍ଜୟ କୁମାର ଦାଶ ଓ ବିଭାଗୀୟ ମୁଖ୍ୟ ପ୍ରଫେସର ଜଗଦୀଶ ଚନ୍ଦ୍ର ପାଲ ମଧ୍ୟ ଯୋଗଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ କୃଷି ବିଶ୍ବବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନର ସହକାରୀ ଅଧ୍ୟାପକ ଓ ରିସର୍ଚ୍ଚ ସ୍କଲାର, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଓୟୁଏଟିର ଗବେଷଣାରତ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଭରତ ଚନ୍ଦ୍ର ସାହୁ ଏବଂ କୁଳପତି ପ୍ରଫେସର ରାଉଳଙ୍କ ଉଦ୍ୟମ ଯୋଗୁ ଏହି ଶିବିର ସଫଳ ହୋଇପାରିବା ସହ ୨୧ ଦିନିଆ କାର୍ଯ୍ୟକ୍ରମରେ ଇସ୍ରୋ, ଆଇଆଇଟି, ଦିଲ୍ଲୀ, ଖଡ଼ଗପୁର ଆଦି ଅନୁଷ୍ଠାନରୁ ବିଶେଷଜ୍ଞମାନେ ଯୋଗଦେବା କାର୍ଯ୍ୟକ୍ରମ ଅଛି ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ପାଇଁ ବିପଦ ହାତୀ ଚଲାପଥ

ସମ୍ବଲପୁର, ୭।୧୧(ବ୍ୟୁରୋ): ହାତୀ ପାଇଁ ବିପଦ ହାତୀ ଚଲାପଥ। ଅଣ୍ଡରପାସ୍‌ ନିର୍ମାଣ ନ କରି ରାସ୍ତା ଉପରେ ହାତୀ ଚଲାପଥ ନିର୍ମାଣ କରିବାରୁ ହାତୀ ସହିତ...

ସଚେତନତାକୁ ଗୁରୁତ୍ୱ ଦେଲେ ରେଳ କର୍ତ୍ତୃପକ୍ଷ:ଟ୍ରେନ୍‌ରେ ଯାତ୍ରୀଙ୍କୁ କମ୍ବଳ ମନା

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ବିଭିନ୍ନ ରେଳ ଷ୍ଟେଶନ ଦେଇ ବାହାର ରାଜ୍ୟରୁ ଲୋକେ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। ହେଲେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଏଯାଏ କୌଣସି...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨ା୮(ବ୍ୟୁରୋ): ରାଜ୍ୟ ସରକାର ରବିବାର ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଢେଙ୍କାନାଳ ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ନରୋତ୍ତମ ବେହେରାଙ୍କୁ ପଞ୍ଚାୟତିରାଜ ଓ...

ସଟ୍‌ଡାଉନ୍‌ କାର୍ଯ୍ୟକାରୀ ସଫଳ, ୩ ଜିଲାବାସୀଙ୍କୁ ଧନ୍ୟବାଦ: ଡିଜିପି

କଟକ ଅଫିସ,୨୬।୪: କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ତିନୋଟି ଜିଲା ଯଥା ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାରେ ଘୋଷଣା କରାଯାଇଥିଲା। ରବିବାର ସକାଳ...

ଘରେ ବସି ହ୍ବାଟ୍ସଆପ୍‌ ଜରିଆରେ ଡାକଘରୁ ଅର୍ଡର କରିପାରିବେ ତ୍ରିରଙ୍ଗା

ଭୁବନେଶ୍ୱର,୪ା୮(ବ୍ୟୁରୋ): ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ୧୩ରୁ ୧୫ ଅଗଷ୍ଟ ୩ଦିନ ପର୍ଯ୍ୟନ୍ତ ଘରେ...

ନକଲି ସାର୍ଟିଫିକେଟ ଦେଇ ଅଙ୍ଗନଓ୍ବାଡି ସହାୟିକା ବହିଷ୍କୃତ

ଧାମନଗର, ୪।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କାଶିମପୁର(୧) ଅଙ୍ଗନଓ୍ବାଡି କେନ୍ଦ୍ରର ସହାୟିକା ବିମଳା ଦାସଙ୍କୁ ନକଲି ସାର୍ଟଫିକେଟ ଦେଇ ଚାକିରି ଆବେଦନ କରିଥିବାରୁ ବହିଷ୍କୃତ...

କିନ୍ନର ମେଘନାଙ୍କ ସଂଘର୍ଷ କଥା କହିବ ‘ଟି’

ଭୁବନେଶ୍ୱର,୨୦।୧୧ (ବ୍ୟୁରୋ): ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ କିନ୍ନରଙ୍କ ସଂଘର୍ଷମୟ ଜୀବନ କାହାଣୀ। କିନ୍ନର ମେଘନା ସାହୁଙ୍କ ଜୀବନକୁ ନେଇ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର...

୧ ମିନିଟ୍‌ରେ ୩୪୮ ମୁଷ୍ଟିଘାତ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ପଞ୍ଚ୍‌ମ୍ୟାନ ଭାବେ ପରିଚିତ ସତ୍ୟପୀର ପ୍ରଧାନ ଆଉଏକ ବିଶ୍ୱ ରେକର୍ଡ ଅପେକ୍ଷାରେ। ସ୍ଲୋଭାକିଆର ମୁଷ୍ଟିଯୋଦ୍ଧା ପାଭେଲ୍‌ ରୁଷୋଭ୍‌ଙ୍କ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ...

Advertisement
Archives

Model This Week