ଚାଷ, ପାନୀୟ ଜଳ ପ୍ରଭାବିତ ହେବ

କେନ୍ଦ୍ରାପଡ଼ା ଅଫିସ,୩୧ା୧୨: ଖରାଦିନ ଆରମ୍ଭ ହୋଇନାହିଁ। ହେଲେ କେନ୍ଦ୍ରାପଡ଼ା ସହର ପାଇଁ ପାନୀୟ ଜଳସ୍ତର ଶୁଖିବାକୁ ଆରମ୍ଭ ହେଲାଣି। ପିଏଚ୍‌ଡି ଓ ଜଳସମ୍ପଦ ବିଭାଗ ପକ୍ଷରୁ ସହରର ପାଣି ଯୋଗାଣ ପାଇଁ କଳପଡ଼ା ମୋଟର ହାଉସ ପର୍ଯ୍ୟନ୍ତ ଲୁଣା ନଦୀଗର୍ଭରୁ ନାଳି କରାଯାଇଛି। ଏହି ନାଳିର ଗଭୀରତାକୁ ଲକ୍ଷ୍ୟ କଲେ ଜାନୁୟାରୀ ଶେଷ ସୁଦ୍ଧା ଏହାର ପୁନଃଖନନ ଆବଶ୍ୟକତା ପଡ଼ିବ। ଲୁଣାନଦୀର ଜଳସ୍ତର ହ୍ରାସ ଫଳରେ ପାନୀୟ ଜଳ ସହ ଚାଷ ପ୍ରଭାବିତ ହେବା ଆଶଙ୍କା ରହିଛି। ଅପରପକ୍ଷରେ ଜଳସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ, ପଡାଗୟାସପୁର, ଗୟାସପୁର, ଥାଉରୀ, ଚଢ଼େଇଗୁଅଁା, ରାଜଗଡ, ଅଙ୍ଗୁଳାଇ ଆଦି ସ୍ଥାନରେ ଚେକ୍‌ ଡ୍ୟାମ୍‌ କରାଯାଇ ଜଳସେଚନ ବ୍ୟବସ୍ଥା ହୋଇଛି। ତେବେ ଶୀତଋତୁରୁ ନଦୀ ଶଯ୍ୟା ଶୁଖିଲା ପଡ଼ିବା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି। ଏହାକୁ ଚିରସ୍ରୋତା କରାଯାଇ ପାରିଲେ ମାର୍ଶାଘାଇ, ମହାକାଳପଡ଼ା ବ୍ଲକର ୧୦ ହଜାର ହେକ୍ଟର କ୍ଷେତକୁ ଜଳସେଚିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଏ ସମ୍ପର୍କରେ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ୭୩ କି.ମି. ଲୁଣାନଦୀରେ ବ୍ରିଟିଶ ଶାସନରେ ନୌବାଣିଜ୍ୟ ହେଉଥିଲା। ନଦୀର ରକ୍ଷଣାବେକ୍ଷଣର ଅଭାବ ଅଛି। ବେଆଇନ ବାଲି ଓ ମାଟି ଉଠାଣ ସହ ଜବରଦଖଲ ବଢିଛି। କୂଳକ୍ଷୟ ନଦୀପଥକୁ ପରିବର୍ତ୍ତନ କରିଛି। ଏହି ନଦୀ ନୁହେଁ, ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ଜଳ ପରିଚାଳନା କ୍ଷେତ ପାଇଁ ଏକ ସମସ୍ୟା ହୋଇଛି। କୃଷି ପାଇଁ ବ୍ୟବହୃତ ୧୫,୮୫୦ ହେକ୍ଟର ଜମିର ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ। ୩୨,୩୫୦ ହେକ୍ଟର ଜମି ଲୁଣାଞ୍ଚଳ ଚିହ୍ନଟ ହୋଇଛି। ୩୪,୯୫୨ ହେକ୍ଟର ଜମିରେ ବନ୍ୟାଜଳ ମାଡିଯାଉଛି। ସେହିପରି ଜିଲାର ୮୪,୯୧୦ ହେକ୍ଟର କ୍ଷେତ ଜମି ମରୁଡିଗ୍ରସ୍ତ ଭାବେ ଘୋଷଣା ହୋଇଛି। ଜିଲାର ୪୮ କି.ମି. ସମୁଦ୍ର ତଟର ୧୫ କି.ମି. ଦୂରରୁ ଏକ କେନାଲ ଖୋଳାଯାଇ ନଦୀ ସଂଯୋଗୀକରଣ ହେଲେ କୃଷିରେ ଜିଲାର ଆର୍ଥିକ ବିକାଶ ସହ ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ। ଏ ନେଇ ଜିଲା ପରିଷଦ ବୈଠକରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଅଦ୍ୟାବଧି ସୁଫଳ ମିଳିପାରୁନାହିଁ। ଡେରାବିଶର ସାମାଜିକ କର୍ମୀ ସୁଖଦାନନ୍ଦ ପ୍ରଧାନ କୁହନ୍ତି, ଲୁଣାନଦୀର ଜଳ ଧାନ ଚାଷ ସହ ରବି ଫସଲ ଓ ପନିପରିବା ଉପତ୍ନ୍ନରେ ଲାଗିଥାଏ। ତେବେ କିଛିବର୍ଷ ହେବ ଏହାର ଜଳସ୍ତର କ୍ରମଶଃ ହ୍ରାସ ପାଉଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ନଦୀବନ୍ଧ ଯୋଜନା ଏହାକୁ ପ୍ରଭାବିତ କରୁଛି। ନଦୀ ସଂଯୋଗୀକରଣ ସହ ବ୍ୟାରେଜ ନିର୍ମାଣ ହେଲେ ଜିଲାର ଜଳସେଚନ ବ୍ୟବସ୍ଥା ସୁଧୁରିଯିବ। ତେବେ ଏ ନେଇ ସ୍ଥାନୀୟ ରାଜନେତା ଓ ପ୍ରଶାସକ ମନୋନିବେଶ କରୁ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ନଦୀପଥର ଉନ୍ନତୀକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ବେଆଇନ ବାଲି ଉତ୍ତୋଳନକୁ ଜିଲା ପ୍ରଶାସନ ରୋକୁଥିବା ବେଳେ ବିଭାଗ ପକ୍ଷରୁ ନଦୀବନ୍ଧକୁ ସୁଦୃଢ଼ୀକରଣ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?