ଓଡ଼ିଶାରେ କୃଷି ବଜାର

ଗୋକୁଳ ପଟ୍ଟନାୟକ

ନୂତନ କୃଷି ଆଇନକୁ କେନ୍ଦ୍ରକରି ଦେଶରେ ବିବାଦ ତୀବ୍ର ହେଉଛି। ଏହାକୁ ନେଇ ସାରା ଦେଶରେ କୃଷକ ଆନ୍ଦୋଳନ ଦେଖାଦେଇଛି, ଯାହା ଆର୍ଥିକ ବିକାଶରେ ଏଗ୍ରିକଲ୍‌ଚରାଲ ମାର୍କେଟ ବା କୃଷି ବଜାରର ପ୍ରମୁଖ ଭୂମିକାକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି। ପଞ୍ଜାବ, ହରିୟାଣା ଓ ମହାରାଷ୍ଟ୍ରରେ କୃଷି ବଜାର ବ୍ୟବସ୍ଥା ଖୁବ୍‌ ଉନ୍ନତ।
ଏହିସବୁ ରାଜ୍ୟର ଆର୍ଥିକ ବିକାଶରେ ଏହାର ପ୍ରମୁଖ ଯୋଗଦାନ ରହିଛି। କିନ୍ତୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ବଜାର ବ୍ୟବସ୍ଥାରେ ପଛେଇଯାଇଛନ୍ତି ଏବଂ ତାହାକୁ ପାରମ୍ପରିକ ପଦ୍ଧତିରେ ଚଳାଇଛନ୍ତି। ଏଣୁ ବଜାର ବ୍ୟବସ୍ଥାରେ ସଂସ୍କାର ଆସିପାରୁନାହିଁ।
ଭାରତରେ କୃଷି ବଜାର ସଂସ୍କାରର ଗୁରୁତ୍ୱ ରହିଥିବାବେଳେ ଏହା ଏକ ଚିନ୍ତାଜନକ ସମସ୍ୟା ଭାବେ ରହି ଆସିଛି। ୧୯୨୮ରେ ଦି ରୟାଲ କମିଶନ ଅନ୍‌ ଏଗ୍ରିକଲ୍‌ଚର କୃଷି ବଜାରଗୁଡ଼ିକର ନିୟନ୍ତ୍ରଣର ଆବଶ୍ୟକତା ଉପରେ ଉଲ୍ଲେଖ କରିଥିଲା। ଦି ମାଡ୍ରାସ କମର୍ସିଆଲ କ୍ରପସ୍‌ ଆକ୍ଟ,୧୯୩୩ କୃଷି ବଜାର ଉପରେ କିଛି କଟକଣା ନିର୍ଦ୍ଧାରଣ କରିଥିଲେ। ସେତେବେଳେ ଏହି ଆଇନ ଯେଉଁ ସବୁ ଅଞ୍ଚଳରେ ଲାଗୁ କରାଯାଇଥିଲା ତାହା ଏବକାର ଓଡ଼ିଶା। ଭାରତର ସମ୍ବିଧାନ (୧୯୫୦) ନିର୍ଦ୍ଧାରଣ କରିଥିତ୍ଲେ ଯେ, କୃଷିି ବଜାର ଓ ମେଳା ଏବଂ ରାଜ୍ୟରେ ବେପାର ଓ ବାଣିଜ୍ୟ ଏସବୁ ରାଜ୍ୟର ଏକ ତାଲିକାଭୁକ୍ତ ବିଷୟ (ଏଣ୍ଟ୍ରି ୧୪,୨୬, ୨୮, ଲିଷ୍ଟ-୨, ସପ୍ତମ ଅନୁଚ୍ଛେଦ)। ଏଣୁ କୃଷି ବଜାର ରାଜ୍ୟ ସରକାରଙ୍କ ଦାୟିତ୍ୱ ହୋଇ ରହିଆସିଛି। ତେବେ ଓଡ଼ିଶା ଏଗ୍ରିକଲ୍‌ଚର ପ୍ରଡ୍ୟୁସ ମାର୍କେଟ୍‌ସ ଆକ୍ଟ, ୧୯୫୬ ଆଣିବାରେ ପ୍ରଥମ ରାଜ୍ୟ ଥିଲା ଓଡ଼ିଶା। ଉପଭୋକ୍ତାଙ୍କ ଦ୍ୱାରା ପ୍ରଦତ୍ତ ମୂଲ୍ୟର ବିଧିସମ୍ମତ ଅଂଶ ଏବଂ ଅନ୍ୟାୟ ତଥା ପକ୍ଷପାତପୂର୍ଣ୍ଣ ବାଣିଜ୍ୟ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ଉପରେ କୃଷି ଉପତ୍ାଦକଙ୍କୁ ନିଶ୍ଚିତ କରିବା ଥିତ୍ଲା ଏହାର ଲକ୍ଷ୍ୟ। ଏଭଳି ଏକା ପ୍ରକାର ଆଇନଗୁଡ଼ିକ ଅନ୍ୟ ରାଜ୍ୟରେ ମଧ୍ୟ ଅଣାଯାଇଥିଲା। କିନ୍ତୁ ଦୁତ୍ଃଖର ବିଷୟ,ଆଇନଗୁଡ଼ିକର ଉଲ୍ଲିଖିତ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ। ସମୟକ୍ରମେ କୃଷି କ୍ଷେତ୍ରରେ ଆବଶ୍ୟକ ହେଉଥିତ୍ତ୍ବା ସଂସ୍କାର ଆଣିବା ଲାଗି ବହୁବାର ପ୍ରୟାସ କରାଯାଇଛି। ୨୦୦୩ରେ କେନ୍ଦ୍ର ସରକାର ଏକ ନୂଆ ଆଇନ ପ୍ରଣୟନ କରିଥିଲେ। ୨୦୦୭ରେ ମଡେଲ ଏପିଏମ୍‌ସି ନିୟମ କରାଯାଇ ତାହାକୁ ଲାଗୁ କରିବା ପାଇଁ ରାଜ୍ୟଗୁଡ଼ିକୁ କୁହାଯାଇଥିଲା। ୧୧ଟି ରାଜ୍ୟ ତାହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିଥିବାବେଳେ ୮ଟି ରାଜ୍ୟ ଆଂଶିକ ଭାବେ ଗ୍ରହଣ କରିଥିଲେ। କିନ୍ତୁ ତୃଣମୂଳ ସ୍ତରରେ କୌଣସି ଆଖିଦୃଶିଆ ଉନ୍ନତିି ହୋଇପାରିଲା ନାହିଁ। ଅଧିକାଂଶ କେସ୍‌ରେ ବ୍ୟବସାୟ ପୂର୍ବରୁ ଯେମିତି ଥିତ୍ଲା ସେମିତି ରହିଛି।
ଓଡ଼ିଶାରେ ୬୬ଟି ନିୟନ୍ତ୍ରିତ ବଜାର କମିଟି(ଆରଏମ୍‌ସି)ରହିଛି। ୧୮୦ଟି ସବ୍‌ୟାର୍ଡ ମଧ୍ୟ ଅଛି। ଅନେକ ମାର୍କେଟ ଲୋକାଲ ବଡି ନିୟନ୍ତ୍ରଣରେ ରହୁଛି। ରାଜ୍ୟରେ ୭୬ ମ୍ୟୁନିସିପାଲିଟି ମାର୍କେଟ ଏବଂ ପ୍ରାୟ ୨୦୦୦ ପଞ୍ଚାୟତ ମାର୍କେଟ ରହିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୨୫୦ଟି ମାର୍କେଟକୁ ଆରଏମ୍‌ସି ପରିଚାଳନା କରୁଛି । ଓଡ଼ିଶା ସରକାର ମଧ୍ୟ ପର୍ଯ୍ୟାୟକ୍ରମେ କିଛି ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି। ବଜାର ବ୍ୟବସ୍ଥାରେ ମଧ୍ୟସ୍ଥଙ୍କ ପ୍ରଭାବ ହ୍ରାସ କରିବା ଲାଗି ଏକାଥରକେ ସରକାର ୪୩ଟି କୃଷକ ବଜାର ଗଠନ କରିଥିଲେ। ଏହି ବଜାରଗୁଡ଼ିକରେ କୃଷକମାନେ ସିଧା ଖାଉଟିଙ୍କୁ ସେମାନଙ୍କ ଉପତ୍ାଦ ବିକ୍ରି କରିବାର ବ୍ୟବସ୍ଥା କରାଯାଇଥିଲା। ସରକାର ମଧ୍ୟ ୧୪ଟି ସ୍ପେଶାଲ କମୋଡିଟି ମାର୍କେଟ ଖୋଲିଥିଲେ। ତଥାପି ଏହି ମାର୍କେଟଗୁଡ଼ିକର ଭିତ୍ତିଭୂମି ଦୁର୍ବଳ ରହିଛି। ଅଧିକାଂଶ କାରବାର ମାର୍କେଟ ବାହାରେ ହୁଏ। ଅତ୍ୟଧିକ ମାର୍କେଟ ଫି ବା ବଜାର ଶୁଳ୍କ ତନଖି ଫାଟକଗୁଡ଼ିକରେ ଆଦାୟ କରାଯାଏ।
୨୦୧୬ରେ ଦି ଇଣ୍ଟରନ୍ୟାଶନାଲ ଫିନାନ୍ସ କର୍ପୋରେଶନ (ଆଇଏଫ୍‌ସି) ଏକ ପ୍ରୋଜେକ୍ଟ ଦ୍ୱାରା କୃଷି ବଜାର ଉପରେ ଅନୁଧ୍ୟାନ କରି ଏଥିପାଇଁ ଓଡ଼ିଶାରେନୂଆ ନିୟମ କରିବା ଲାଗି ସହଯୋଗର ହାତ ବଢ଼ାଇଥିଲା। ଆମ କମ୍ପାନୀ ଗ୍ଲୋବାଲ ଏଗ୍ରି ସିଷ୍ଟମ୍‌କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିତ୍ଲା। ଆମେ ମଧ୍ୟ ରାଜ୍ୟର ଏବକାର ବଜାର ବ୍ୟବସ୍ଥା ଉପରେ ବ୍ୟାପକ ସର୍ଭେ କରିଥିଲୁ। ଏ ସମ୍ପର୍କରେ ରାଜ୍ୟ ମାର୍କେଟିଂ ବୋର୍ଡ, ଅନ୍ୟ ଅଂଶୀଦାରଙ୍କ ସହ ବ୍ୟାପକ ଆଲୋଚନା କରାଯାଇଥିଲା ଏବଂ ଏକ ନୂଆ ଆଇନ ଲାଗି ପ୍ରସ୍ତାବ ଦେଇଥିଲୁ। ଏହି ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କର ଏକ ଉଚ୍ଚସ୍ତରୀୟ ବୈଠକରେ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ଏବଂ ସଚିବଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଏହାକୁ ଅନୁମୋଦନ କରାଯାଇଥିଲା। ନୂଆଯୁଗର ମାର୍କେଟିଂ କନ୍‌ସେପ୍ଟ ଯଥା ଇ-ମାର୍କେଟ, ଉପତ୍ାଦ ନେଣଦେଣ ଏବଂ ପ୍ରକ୍ରିୟାକାରୀ, ରପ୍ତାନିକାରୀ, ରିଟେଲ ଚେନ୍‌, ଭଣ୍ଡାରଣ ଓ ବ୍ୟବସାୟିକ କମ୍ପାନୀଗୁଡ଼ିକ ଦ୍ୱାରା କୃଷି ଉପତ୍ାଦର କ୍ରୟକୁ ସହଜ କରିବାକୁ ନୂଆ ବାଟ ଦେଖାଇବା ପାଇଁ ଏହି ପ୍ରସ୍ତାବିତ ଆଇନ ପ୍ରସ୍ତୁତ କରାଯାଇଥିଲା। ଏଥିତ୍ରେ ପ୍ରସ୍ତାବ ରଖାଯାଇଥିତ୍ଲା ଯେ, ସାରା ରାଜ୍ୟକୁ ଗୋଟିଏ ମାର୍କେଟ ଭାବେ ବିଚାର କରାଯିବ ଓ ଚେକ୍‌ଗେଟ ଉଠିଯିବ। ଉପତ୍ାଦନକାରୀମାନେ ରାଜ୍ୟର ଯେକୌଣସି ସ୍ଥାନରେ ସେମାନଙ୍କ ଉପତ୍ାଦ ବିକ୍ରି କରିବା ପାଇଁ ଅନୁମତି ପାଇବେ। ଏକ ସିଙ୍ଗଲ ପଏଣ୍ଟ ରେଜିଷ୍ଟ୍ରେଶନ ବ୍ୟବସ୍ଥା କରି ସମସ୍ତ ବେପାରୀ ଓ ହୋଲ୍‌ସେଲ ବ୍ୟବସାୟୀଙ୍କୁ ୟୁନିଫାଇଡ ରେଜିଷ୍ଟ୍ରେଶନ ନମ୍ବର(ୟୁଆର୍‌ଏନ) ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା, ଯାହାଦ୍ୱାରା ସେମାନେ ରାଜ୍ୟର ଯେ କୌଣସି ସ୍ଥାନକୁ ଯାଇ କୃଷି ଉପତ୍ାଦ କିଣିବା ଲାଗି ଅନୁମତି ପାଇପାରିବେ। ବଜାର ଶୁଳ୍କ ଉଠାଇ ଦିଆଯିବ ଏବଂ ଯେଉର୍ଁମାନେ ମାର୍କେଟ ସୁବିଧା ଉପଯୋଗ କରିବେ ସେମାନଙ୍କ ଉପରେ କେବଳ ସେବାଶୁଳ୍କ ଲାଗୁ କରାଯିବ। ଘରୋଇ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଏହି ଆଇନ ପ୍ରସ୍ତୁତ କରାଯାଇଥିଲା। କୃଷି ଭିତ୍ତିଭୂମି ଗଢି ସରକାରୀ ସଂସାଧନକୁ ଆଗକୁ ନେବା ଏବଂ ଉପତ୍ାଦନ ପରବର୍ତ୍ତୀ କ୍ଷତି କମାଇବା ପାଇଁ ବିପୁଳ ଘରୋଇ ନିବେଶକୁ ଆକର୍ଷିତ କରିବା ଲାଗି ଏହା ଗଢ଼ାଯାଇଥିଲା। ପ୍ରାଇଭେଟ ମାର୍କେଟ ବା ଘରୋଇ ବଜାରଗୁଡ଼ିକର ଭଣ୍ଡାରଘର ଏବଂ ଇଲେକ୍ଟ୍ରୋନିକ ଟ୍ରେଡିଂ ପ୍ଲାଟଫର୍ମ ଭଳି ଭିତ୍ତିଭୂମି ଥିଲେ କିମ୍ବା ଏହା ସେମାନେ ନିର୍ମାଣ କରିବାକୁ ରାଜି ହେଲେ ସରକାର ସେମାନଙ୍କୁ ଲାଇସେନ୍ସ ଦେବେ।
ଯଦି ରାଜ୍ୟ ସରକାର ୨୦୧୬ରେ ଏହି ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରିଥାନ୍ତେ, ତେବେ ସାରା ଦେଶରେ ଏକ ଆଗୁଆ ଆଧୁନିକ କୃଷି ବଜାର ଆଇନ୍‌ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥାଆନ୍ତା। ଏହା ମଧ୍ୟ ଏବକାର ନୂଆ କୃଷି ଆଇନର ଯନ୍ତ୍ରଣାରୁ କୃଷକମାନଙ୍କୁ ରକ୍ଷା କରି ପାରିଥାନ୍ତା। କୃଷି ରାଜ୍ୟର ବିଷୟ ହୋଇଥିବାରୁ ଏହା ଉପରେ କେନ୍ଦ୍ରୀୟ ଆଇନର ସାମ୍ବିଧାନିକ ବୈଧତା ସମ୍ପର୍କରେ ସବୁବେଳେ ସନ୍ଦେହ ରହିଛି। ଏହି ଦୃଷ୍ଟିକୋଣରୁ ପଞ୍ଜାବ, ରାଜସ୍ଥାନ ଏବଂ ଛତିଶଗଡ଼ ଭଳି ରାଜ୍ୟଗୁଡ଼ିକ ଏ ସମ୍ପର୍କରେ ବିଧାନସଭାରେ ନୂଆ ଆଇନ ପାସ କଲେ। କେଉଁଟି ସବୁଠୁ ଲାଭପ୍ରଦ ସେ ବିଷୟରେ ଓଡ଼ିଶା ବିଚାର କରିବା ଉଚିତ।
ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ;
ପୂର୍ବତନ ଚେୟାରମ୍ୟାନ,ଏଗ୍ରିକଲଚରାଲ୍‌ ଆଣ୍ଡ ପ୍ରୋସେସ୍‌ଡ ଫୁଡ୍‌ ପ୍ରଡକ୍ଟସ ଏକ୍ସପୋର୍ଟ ଡେଭେଲପ୍‌ମେଣ୍ଟ ଅଥରିଟି


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri