କୃଷି ଉପକରଣ ସବ୍‌ସିଡି ଆତ୍ମସାତ୍‌

କେନ୍ଦ୍ରାପଡ଼ା ଅଫିସ,୨୩ା୫: ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଚାଷୀଙ୍କୁ ରିହାତି ଦରରେ ପମ୍ପସେଟ୍‌, ସ୍ପ୍ରେୟରଠାରୁ ଆରମ୍ଭ କରି ଟ୍ରାକ୍ଟର, ପାୱାରଟିଲର, ହାର୍ଭେଷ୍ଟର ଆଦିରେ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ସବ୍‌ସିଡି ଯୋଗାଇ ଦେଇଆସୁଛନ୍ତି। ତେବେ ଏହି ରିହାତି ବା ସବ୍‌ସିଡି ଅର୍ଥ ଚାଷୀଙ୍କ କାମରେ ନ ଆସି ବ୍ୟବସାୟୀ ଆତ୍ମସାତ୍‌ କରୁଛନ୍ତି। ଏଠାରୁ ସବ୍‌ସିଡିରେ କିଣା ଯାଇଥିବା ପାୱାରଟିଲର କୋଲକାତା ଯାଉଥିବା ବେଳେ ଟ୍ରାକ୍ଟରଗୁଡିକ କ୍ଷେତ ବଦଳରେ ମାଲ୍‌ ପରିବହନ ବ୍ୟବସାୟରେ ଲାଗୁଛି ବୋଲି ଅଭିଯୋଗ ହୋଇଛି।
ଏ ସମ୍ପର୍କରେ କୃଷକ ନେତା ଉମେଶ ସିଂ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ଓ କଳକାରଖାନା ନାହିଁ। ଏଠାକାର ଲୋକେ କୃଷି ଅର୍ଥନୀତି ଉପରେ ନିର୍ଭରଶୀଳ। କୃଷିର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଯନ୍ତ୍ରପାତି କ୍ରୟ ଦରରେ ରିହାତି ଦେଇଛନ୍ତି। ତେବେ ଏହି ସବ୍‌ସିଡି ଅର୍ଥକୁ ଚାଷୀଙ୍କ ନାମରେ ଆତ୍ମସାତ୍‌ କରାଯାଉଛି। ନିକଟରେ ବରଗଡ଼ ଜିଲାରେ ୨୮୧ଟି ଧାନରୁଆ ଯନ୍ତ୍ର ବିକ୍ରି କ୍ଷେତ୍ରରେ ଏପରି ଦୁର୍ନୀତି ପଦାକୁ ଆସିଛି। କେନ୍ଦ୍ରାପଡ଼ା ଜିଲାରେ ମଧ୍ୟ ଅନୁରୂପ ଅର୍ଥ ଆତ୍ମସାତ୍‌ ଚାଲିଥିବାରୁ ଗତ ୫ ବର୍ଷର କୃଷି ଯନ୍ତ୍ରପାତି କିଣାବିକାର ହିସାବ ସମ୍ପର୍କରେ ତଦନ୍ତ ହେଲେ ବହୁ ଅନିୟମିତତା ଧରାପଡିବ। କୃଷକ ନେତା ଗୟାଧର ଧଳ କହିଛନ୍ତି, ଫାର୍ମ ମେକାନାଇଜ ସ୍କିମ୍‌ରେ କୃଷି ସରଞ୍ଜାମ ଉପରେ ୨୦ରୁ ୮୦ ପ୍ରତିଶତ ରିହାତି ମିଳୁଛି। ତେବେ ଏହି ରିହାତି ଅର୍ଥ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। କୃଷି ବିଭାଗର କେତେଜଣ ଅଧିକାରୀ ଓ ସପ୍ଲାୟର ମିଳିମିଶି ସବ୍‌ସିଡି ଅର୍ଥକୁ ଚଳୁ କରୁଛନ୍ତି। ଜଣେ ସମ୍ପର୍କୀୟ ୨୦୨୧ରେ କମ୍ବାଇନ ହାର୍ଭେଷ୍ଟର କିଣିବା ପାଇଁ କୃଷି ବିଭାଗକୁ ଆବେଦନ କରିଥିଲେ। ଏହି ଜିଲା ପାଇଁ ହାର୍ଭେଷ୍ଟର ଆଲଟ୍‌ମେଣ୍ଟ ପରଦିନ ବିକ୍ରି ସରିଥିବା ବିଭାଗୀୟ ଅଧିକାରୀଙ୍କ ସମେତ ସପ୍ଲାୟର କହିଥିଲେ। ଚାଷୀ ମଦନମୋହନ ସାହୁ କହିଛନ୍ତି, ଚାଷୀଙ୍କୁ ବିଭିନ୍ନ ସରଞ୍ଜାମ ଯୋଗାଇ ଦେବା ପାଇଁ ସହର ଓ ସହର ନିକଟରେ ବିଭିନ୍ନ ସପ୍ଲାୟର ଅଛନ୍ତି। ଏହା ସତ୍ତ୍ୱେ କ୍ଷେତରେ ଜଳସେଚନ ପାଇଁ ପାଣି ପମ୍ପଟିଏ ସପ୍ଲାୟରଙ୍କଠାରୁ କିଣିବା ପାଇଁ କୃଷି ବିଭାଗର ମଞ୍ଜୁରୀ ପରେ ରିହାତି ଦରରେ । ରାଜ୍ୟ ସରକାର ୨୦୦୦ ପମ୍ପ ଯୋଗାଇ ଦେଇଥିବା ବେଳେ ଏଗୁଡିକ ମୂଳ ମୂଲ୍ୟରେ ସପ୍ଲାୟର ବିକ୍ରି କରୁଛନ୍ତି। ୫୦ ପ୍ରତିଶତ ସବ୍‌ସିଡି କାହା ଖାତାକୁ ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଅନ୍ୟତମ ଚାଷୀ ଅଶେଷ କୁମାର ଖଟୁଆ କହିଛନ୍ତିି, କେନ୍ଦ୍ରାପଡ଼ା ଜିଲାକୁ ଆସୁଥିବା ପାୱାରଟିଲର କୋଲକାତାକୁ ଚାଲାଣ ହେଉଥିବା ଲକ୍ଷ୍ୟ କରାଯାଉଛି। ଟ୍ରାକ୍ଟର ଏବେ ରାସ୍ତାରେ ବିଭିନ୍ନ ସାମଗ୍ରୀ ପରିବହନରେ ଲାଗୁଛି। ବ୍ୟବସାୟୀମାନେ ଚଞ୍ଚକତା କରି ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଟ୍ରାକ୍ଟର, ପାୱାରଟିଲର ହାତଉ ଥିବାରୁ ପ୍ରଶାସନିକ ତଦନ୍ତ ହେଲେ ଅନିୟମିତତା ପଦାକୁ ଆସିବ। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ଶିବପ୍ରସାଦ ମଲ୍ଲିକ କହିଛନ୍ତି,ରିହାତି ଦରରେ କୃଷି ସରଞ୍ଜାମ ବିକ୍ରି ଚାଲିଛି। ଅଧିକାଂଶ ସମୟରେ ଆବଶ୍ୟକ ଯନ୍ତ୍ର ଆସି ପାରି ନ ଥିବାରୁ ଚାଷୀ କିଣି ପାରୁନାହାନ୍ତି। ତେବେ ରିହାତି ଅର୍ଥକୁ ଆତ୍ମସାତ୍‌ ପରି ଘଟଣା ନଜରକୁ ଆସିନାହିଁ। ଏ ସମ୍ପର୍କରେ ତଦନ୍ତ ହେବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ୪୨୮୩ ମିଟର ନଦୀବନ୍ଧ ଦୁର୍ବଳ

ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ,୧୮ା: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି। ଆସନ୍ତା ୧ ସପ୍ତାହ ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ଛୁଇଁବ...

ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍‌ ଖୁବ୍‌ଶୀଘ୍ର

ବାଲେଶ୍ୱର ଅଫିସ, ୨୭ା୪ – ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ମଣ୍ଡଳ ଡିଆର୍‌ଏମ୍‌ ମନୋରଞ୍ଜନ ପ୍ରଧାନ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଆସି ରେଳଷ୍ଟେଶନର ମଡ଼େଲ ବିଲ୍ଡିଂ...

୬ ହଜାର ଟଙ୍କା ନେଇ ଧରାପଡ଼ିଲେ ପିଇଓ

ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଲପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) କ୍ଷମା ପ୍ରସାଦ ଦୁରିଆ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା...

ବିଦ୍ୟୁତ୍‌ ଖୁଣ୍ଟ ଚୋରି ଉଦ୍ୟମ

ଓଡ଼ଗାଁ,୨୦।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସେସୁ କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସିନେମା ହଲ ଛକ ତଥା ରଙ୍ଗଣିପାଟଣା ଅଞ୍ଚଳରୁ କେତେକ ଅଦରକାରୀ ଲୁହା ବିଦ୍ୟୁତ୍‌ ଖୁଣ୍ଟ...

ଲକଡାଉନ ନ ମାନି ୩ ଗିରଫ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଉଲ୍ଲଂଘନ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଠାକୁରଗଡ ଅଞ୍ଚଳରେ...

କର୍ମ ନିଯୁକ୍ତି ଭିତ୍ତିଭୂମି ନାହିଁ

କେନ୍ଦ୍ରାପଡ଼ା ଅଫିସ,୬।୯: ସପ୍ତାହକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ଥାନା ଅଞ୍ଚଳରେ ୪ ଲୁଟ୍‌ ଘଟଣା ଘଟିଛି। କାଟଣା ଅଞ୍ଚଳର ଜଣେ ଛାତ୍ରୀଙ୍କ ମୋବାଇଲକୁ ୨...

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ଛକ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ସୋମବାର ଅପରାହ୍ନରେ ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ତେବେ ଗୋଟିଏ ଗୋଷ୍ଠୀର ଦୁଇ ଜଣ...

କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲରେ କପିକରି ଧରାପଡ଼ିଲେ ୨୭ ଛାତ୍ରୀଛାତ୍ର

ଭବାନୀପାଟଣା,୨୫।୨(ଡି.ଏନ୍‌.ଏ.): ସୋମବାର ଦଶମ ବୋର୍ଡ ପରୀକ୍ଷାର ହିନ୍ଦୀ ଓ ସଂସ୍କୃତ ବିଷୟ ପରୀକ୍ଷା ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲର ୨୭ ଜଣଙ୍କୁ...

Advertisement
Archives

Model This Week