କୃଷି ଉପକରଣ ସବ୍‌ସିଡି ଆତ୍ମସାତ୍‌

କେନ୍ଦ୍ରାପଡ଼ା ଅଫିସ,୨୩ା୫: ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଚାଷୀଙ୍କୁ ରିହାତି ଦରରେ ପମ୍ପସେଟ୍‌, ସ୍ପ୍ରେୟରଠାରୁ ଆରମ୍ଭ କରି ଟ୍ରାକ୍ଟର, ପାୱାରଟିଲର, ହାର୍ଭେଷ୍ଟର ଆଦିରେ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ସବ୍‌ସିଡି ଯୋଗାଇ ଦେଇଆସୁଛନ୍ତି। ତେବେ ଏହି ରିହାତି ବା ସବ୍‌ସିଡି ଅର୍ଥ ଚାଷୀଙ୍କ କାମରେ ନ ଆସି ବ୍ୟବସାୟୀ ଆତ୍ମସାତ୍‌ କରୁଛନ୍ତି। ଏଠାରୁ ସବ୍‌ସିଡିରେ କିଣା ଯାଇଥିବା ପାୱାରଟିଲର କୋଲକାତା ଯାଉଥିବା ବେଳେ ଟ୍ରାକ୍ଟରଗୁଡିକ କ୍ଷେତ ବଦଳରେ ମାଲ୍‌ ପରିବହନ ବ୍ୟବସାୟରେ ଲାଗୁଛି ବୋଲି ଅଭିଯୋଗ ହୋଇଛି।
ଏ ସମ୍ପର୍କରେ କୃଷକ ନେତା ଉମେଶ ସିଂ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ଓ କଳକାରଖାନା ନାହିଁ। ଏଠାକାର ଲୋକେ କୃଷି ଅର୍ଥନୀତି ଉପରେ ନିର୍ଭରଶୀଳ। କୃଷିର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଯନ୍ତ୍ରପାତି କ୍ରୟ ଦରରେ ରିହାତି ଦେଇଛନ୍ତି। ତେବେ ଏହି ସବ୍‌ସିଡି ଅର୍ଥକୁ ଚାଷୀଙ୍କ ନାମରେ ଆତ୍ମସାତ୍‌ କରାଯାଉଛି। ନିକଟରେ ବରଗଡ଼ ଜିଲାରେ ୨୮୧ଟି ଧାନରୁଆ ଯନ୍ତ୍ର ବିକ୍ରି କ୍ଷେତ୍ରରେ ଏପରି ଦୁର୍ନୀତି ପଦାକୁ ଆସିଛି। କେନ୍ଦ୍ରାପଡ଼ା ଜିଲାରେ ମଧ୍ୟ ଅନୁରୂପ ଅର୍ଥ ଆତ୍ମସାତ୍‌ ଚାଲିଥିବାରୁ ଗତ ୫ ବର୍ଷର କୃଷି ଯନ୍ତ୍ରପାତି କିଣାବିକାର ହିସାବ ସମ୍ପର୍କରେ ତଦନ୍ତ ହେଲେ ବହୁ ଅନିୟମିତତା ଧରାପଡିବ। କୃଷକ ନେତା ଗୟାଧର ଧଳ କହିଛନ୍ତି, ଫାର୍ମ ମେକାନାଇଜ ସ୍କିମ୍‌ରେ କୃଷି ସରଞ୍ଜାମ ଉପରେ ୨୦ରୁ ୮୦ ପ୍ରତିଶତ ରିହାତି ମିଳୁଛି। ତେବେ ଏହି ରିହାତି ଅର୍ଥ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। କୃଷି ବିଭାଗର କେତେଜଣ ଅଧିକାରୀ ଓ ସପ୍ଲାୟର ମିଳିମିଶି ସବ୍‌ସିଡି ଅର୍ଥକୁ ଚଳୁ କରୁଛନ୍ତି। ଜଣେ ସମ୍ପର୍କୀୟ ୨୦୨୧ରେ କମ୍ବାଇନ ହାର୍ଭେଷ୍ଟର କିଣିବା ପାଇଁ କୃଷି ବିଭାଗକୁ ଆବେଦନ କରିଥିଲେ। ଏହି ଜିଲା ପାଇଁ ହାର୍ଭେଷ୍ଟର ଆଲଟ୍‌ମେଣ୍ଟ ପରଦିନ ବିକ୍ରି ସରିଥିବା ବିଭାଗୀୟ ଅଧିକାରୀଙ୍କ ସମେତ ସପ୍ଲାୟର କହିଥିଲେ। ଚାଷୀ ମଦନମୋହନ ସାହୁ କହିଛନ୍ତି, ଚାଷୀଙ୍କୁ ବିଭିନ୍ନ ସରଞ୍ଜାମ ଯୋଗାଇ ଦେବା ପାଇଁ ସହର ଓ ସହର ନିକଟରେ ବିଭିନ୍ନ ସପ୍ଲାୟର ଅଛନ୍ତି। ଏହା ସତ୍ତ୍ୱେ କ୍ଷେତରେ ଜଳସେଚନ ପାଇଁ ପାଣି ପମ୍ପଟିଏ ସପ୍ଲାୟରଙ୍କଠାରୁ କିଣିବା ପାଇଁ କୃଷି ବିଭାଗର ମଞ୍ଜୁରୀ ପରେ ରିହାତି ଦରରେ । ରାଜ୍ୟ ସରକାର ୨୦୦୦ ପମ୍ପ ଯୋଗାଇ ଦେଇଥିବା ବେଳେ ଏଗୁଡିକ ମୂଳ ମୂଲ୍ୟରେ ସପ୍ଲାୟର ବିକ୍ରି କରୁଛନ୍ତି। ୫୦ ପ୍ରତିଶତ ସବ୍‌ସିଡି କାହା ଖାତାକୁ ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଅନ୍ୟତମ ଚାଷୀ ଅଶେଷ କୁମାର ଖଟୁଆ କହିଛନ୍ତିି, କେନ୍ଦ୍ରାପଡ଼ା ଜିଲାକୁ ଆସୁଥିବା ପାୱାରଟିଲର କୋଲକାତାକୁ ଚାଲାଣ ହେଉଥିବା ଲକ୍ଷ୍ୟ କରାଯାଉଛି। ଟ୍ରାକ୍ଟର ଏବେ ରାସ୍ତାରେ ବିଭିନ୍ନ ସାମଗ୍ରୀ ପରିବହନରେ ଲାଗୁଛି। ବ୍ୟବସାୟୀମାନେ ଚଞ୍ଚକତା କରି ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଟ୍ରାକ୍ଟର, ପାୱାରଟିଲର ହାତଉ ଥିବାରୁ ପ୍ରଶାସନିକ ତଦନ୍ତ ହେଲେ ଅନିୟମିତତା ପଦାକୁ ଆସିବ। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ଶିବପ୍ରସାଦ ମଲ୍ଲିକ କହିଛନ୍ତି,ରିହାତି ଦରରେ କୃଷି ସରଞ୍ଜାମ ବିକ୍ରି ଚାଲିଛି। ଅଧିକାଂଶ ସମୟରେ ଆବଶ୍ୟକ ଯନ୍ତ୍ର ଆସି ପାରି ନ ଥିବାରୁ ଚାଷୀ କିଣି ପାରୁନାହାନ୍ତି। ତେବେ ରିହାତି ଅର୍ଥକୁ ଆତ୍ମସାତ୍‌ ପରି ଘଟଣା ନଜରକୁ ଆସିନାହିଁ। ଏ ସମ୍ପର୍କରେ ତଦନ୍ତ ହେବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri