ଭାଲୁକାହୁଡ଼ିରେ ବିକାଶ ଅପହଞ୍ଚ

ଯାଜପୁର ଅଫିସ/ରଗଡି (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଗଠନକୁ ୨୯ ବର୍ଷ ପୂରିଛି। ଇତିମଧ୍ୟରେ ଜିଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୨ ବର୍ଷ ଧରି ବିଜେଡି ଟିକେଟରେ ବହୁ ନେତା ପ୍ରତିନିଧିତ୍ୱ କରିଛନ୍ତି। କେତେଜଣ ବିଭିନ୍ନ ମନ୍ତ୍ରୀପଦରେ ଅଳଙ୍କୃତ ହୋଇଛନ୍ତି। ବିରୋଧୀ ଦଳର ପ୍ରଭାବ ନଗଣ୍ୟ ଥିବାରୁ ଜିଲାର ବିକାଶ ଗତାନୁଗତିକ ଭାବେ ଚାଲିଛି, ଯାହାର ଉଦାହରଣ କୋରେଇ ବ୍ଲକରେ ସ୍ପଷ୍ଟ ବାରି ହେଉଛି। ପୂର୍ବରୁ ନଗଡ଼ାରେ ଅପପୁଷ୍ଟି ସାରା ଭାରତବର୍ଷରେ ବଦନାମ ଆଣିସାରିଛି। କୋରେଇ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳର ପାରିପାର୍ଶ୍ୱିକ, ଭୌଗୋଳିକ ବିକାଶ ଯେପରି ହେବା କଥା ତାହା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ। ଲୋକଙ୍କ ଜୀବନଧାରଣ ମାନରେ ସେତେଟା ଉନ୍ନତି ଆସିନାହିଁ। ନିର୍ବାଚିତ ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ବ୍ୟାପକ ଉନ୍ନତି କରିଥିବା ପ୍ରଚାର କରୁଥିଲେ ବି ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନ, ପାନୀୟଜଳ, ରାସ୍ତାଘାଟ, ଗମନାଗମନ, ସାଧାରଣ ବଣ୍ଟନ ଓ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏହି ବ୍ଲକ ଅଞ୍ଚଳ ଏବେ ବି ଅବହେଳିତ ହୋଇ ରହିଛି।
କୋରେଇ ବ୍ଲକ ପାଟରଙ୍ଗା ପଞ୍ଚାୟତର ଗୋହିରାଗଡ଼ିଆ (ଭାଲୁକାହୁଡ଼ି) ଗ୍ରାମ କୋରାବନ୍ଦୀ ଓ ମଲାରିଆ ଗ୍ରାମର ମଧ୍ୟ ଭାଗରେ ଥିବା ଶାଳ ଜଙ୍ଗଲ ନିକଟରେ ଅବସ୍ଥିତ। ଏହି ଗ୍ରାମରେ ୭୫ ବର୍ଷରୁ ଉର୍ଦ୍ଧ୍ୱ ହେବ ୭୦ ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି। ଏହି ଆଦିବାସୀ ପରିବାର ପୂର୍ବରୁ ଜଙ୍ଗଲ ଜାତୀୟ ଦ୍ରବ୍ୟ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସମୟ କ୍ରମେ ଜଙ୍ଗଲ ଉଜୁଡିବାକୁ ବସିଲାଣି। ପୂର୍ବଭଳି କୌଣସି ଜଙ୍ଗଲ ଜାତୀୟ ଦ୍ରବ୍ୟ ଆଉ ମିଳୁନାହିଁ। ଏଣୁ ଏବେ ଦିନମଜୁରିଆ ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟିଛି। ପାନୀୟ ଜଳ ଅଭାବ ଏହି ଗ୍ରାମର ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି। ଗ୍ରାମରେ ୩ଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ହୋଇ ପଡ଼ି ରହିଛି। ଗମନାଗମନ ପାଇଁ ପକ୍କା ସଡ଼କ ଖଣ୍ଡେ ନ ଥିବାରୁ ବର୍ଷା ଦିନ ଆସିଲେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ। ଫଳରେ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବାକୁ ବହୁ ସମସ୍ୟା ଉପୁଜୁଥିବା ଗ୍ରାମବାସୀ କହିଛନ୍ତି। ବସବାସର ୭୫ ବର୍ଷ ପରେ ମଧ୍ୟ ଗ୍ରାମର ୭୦ରୁ ଊର୍ଦ୍ଧ୍ୱ ପରିବାର ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ସ୍ଥାୟୀ ପଟ୍ଟା ଖଣ୍ଡେ ପାଇ ପାରିନାହାନ୍ତି। ଫଳରେ ପିଲାଙ୍କ ପାଠପଢ଼ା ଓ ଚାକିରି ପାଇଁ ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ର ହାସଲରେ ଅନେକ ସମସ୍ୟା ଦେଖାଦେଉଛି। ଗ୍ରାମର ୬୦% ଲୋକଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଖଣ୍ଡେ ନାହଁି। ତମ୍ବୁ ଓ ଅଧା ଛପର କୁଡ଼ିଆରେ ଦିନ କାଟୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ସ୍ଥାୟୀ ପଟ୍ଟା ନ ଥିବାରୁ ଆବାସ ଯୋଜନାରେ ଘର ମିଳୁନାହିଁ ବୋଲି ଗ୍ରାମର ଧନେଶ୍ୱର କିସ୍କୁ କହିଛନ୍ତି। ତାଙ୍କ କହିବା ମୁତାବକ ସ୍ଥାୟୀ ପଟ୍ଟା ଖଣ୍ଡିକ ପାଇଁ ଗ୍ରାମବାସୀ ରାଜସ୍ବ ବିଭାଗଠାରୁ ଆରମ୍ଭ କରି ସ୍ଥାନୀୟ ନେତା ଏବଂ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଜନପ୍ରତିନିଧିମାନଙ୍କ ଆନ୍ତରିକତାର ଅଭାବ ଓ ଜିଲା ପ୍ରଶାସନର ଦାୟିତ୍ୱହୀନତାରୁ ଆମେ ସ୍ଥାୟୀ ପଟ୍ଟା ପାଇବାରୁ ବଞ୍ଚିତ ବୋଲି ଗ୍ରାମର ଗୋପୀନାଥ ଟୁଡୁ କହିଛନ୍ତି। ଜିଲାରେ ଏଭଳି ଅନେକ ଗ୍ରାମ ରହିଛି, ଯେଉଁ ଗ୍ରାମଗୁଡ଼ିକୁ ବିକାଶ ଆଜି ବି ଅପହଞ୍ଚ ହୋଇ ରହିଛି। କୋରେଇ ନିର୍ବାଚନ ମଣ୍ଡଳୀରେ ଜଣେ ନେତା ଲଗାତର ତିଷ୍ଠି ପାରିନାହାନ୍ତି। ବର୍ତ୍ତମାନ ଏଠାରେ ସାଧାରଣ ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ଏଡ଼ାଇ ଦେଇ କେବଳ ଠିକାଦାରି ରାଜନୀତି ଚାଲିଛି। ତେଣୁ ଅଞ୍ଚଳର ବିକାଶ ପାଇଁ କେହି ଆଗଭର ନୁହନ୍ତି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?