ଭାଲୁକାହୁଡ଼ିରେ ବିକାଶ ଅପହଞ୍ଚ

ଯାଜପୁର ଅଫିସ/ରଗଡି (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଗଠନକୁ ୨୯ ବର୍ଷ ପୂରିଛି। ଇତିମଧ୍ୟରେ ଜିଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୨ ବର୍ଷ ଧରି ବିଜେଡି ଟିକେଟରେ ବହୁ ନେତା ପ୍ରତିନିଧିତ୍ୱ କରିଛନ୍ତି। କେତେଜଣ ବିଭିନ୍ନ ମନ୍ତ୍ରୀପଦରେ ଅଳଙ୍କୃତ ହୋଇଛନ୍ତି। ବିରୋଧୀ ଦଳର ପ୍ରଭାବ ନଗଣ୍ୟ ଥିବାରୁ ଜିଲାର ବିକାଶ ଗତାନୁଗତିକ ଭାବେ ଚାଲିଛି, ଯାହାର ଉଦାହରଣ କୋରେଇ ବ୍ଲକରେ ସ୍ପଷ୍ଟ ବାରି ହେଉଛି। ପୂର୍ବରୁ ନଗଡ଼ାରେ ଅପପୁଷ୍ଟି ସାରା ଭାରତବର୍ଷରେ ବଦନାମ ଆଣିସାରିଛି। କୋରେଇ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳର ପାରିପାର୍ଶ୍ୱିକ, ଭୌଗୋଳିକ ବିକାଶ ଯେପରି ହେବା କଥା ତାହା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ। ଲୋକଙ୍କ ଜୀବନଧାରଣ ମାନରେ ସେତେଟା ଉନ୍ନତି ଆସିନାହିଁ। ନିର୍ବାଚିତ ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ବ୍ୟାପକ ଉନ୍ନତି କରିଥିବା ପ୍ରଚାର କରୁଥିଲେ ବି ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନ, ପାନୀୟଜଳ, ରାସ୍ତାଘାଟ, ଗମନାଗମନ, ସାଧାରଣ ବଣ୍ଟନ ଓ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏହି ବ୍ଲକ ଅଞ୍ଚଳ ଏବେ ବି ଅବହେଳିତ ହୋଇ ରହିଛି।
କୋରେଇ ବ୍ଲକ ପାଟରଙ୍ଗା ପଞ୍ଚାୟତର ଗୋହିରାଗଡ଼ିଆ (ଭାଲୁକାହୁଡ଼ି) ଗ୍ରାମ କୋରାବନ୍ଦୀ ଓ ମଲାରିଆ ଗ୍ରାମର ମଧ୍ୟ ଭାଗରେ ଥିବା ଶାଳ ଜଙ୍ଗଲ ନିକଟରେ ଅବସ୍ଥିତ। ଏହି ଗ୍ରାମରେ ୭୫ ବର୍ଷରୁ ଉର୍ଦ୍ଧ୍ୱ ହେବ ୭୦ ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି। ଏହି ଆଦିବାସୀ ପରିବାର ପୂର୍ବରୁ ଜଙ୍ଗଲ ଜାତୀୟ ଦ୍ରବ୍ୟ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସମୟ କ୍ରମେ ଜଙ୍ଗଲ ଉଜୁଡିବାକୁ ବସିଲାଣି। ପୂର୍ବଭଳି କୌଣସି ଜଙ୍ଗଲ ଜାତୀୟ ଦ୍ରବ୍ୟ ଆଉ ମିଳୁନାହିଁ। ଏଣୁ ଏବେ ଦିନମଜୁରିଆ ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟିଛି। ପାନୀୟ ଜଳ ଅଭାବ ଏହି ଗ୍ରାମର ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି। ଗ୍ରାମରେ ୩ଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ହୋଇ ପଡ଼ି ରହିଛି। ଗମନାଗମନ ପାଇଁ ପକ୍କା ସଡ଼କ ଖଣ୍ଡେ ନ ଥିବାରୁ ବର୍ଷା ଦିନ ଆସିଲେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ। ଫଳରେ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବାକୁ ବହୁ ସମସ୍ୟା ଉପୁଜୁଥିବା ଗ୍ରାମବାସୀ କହିଛନ୍ତି। ବସବାସର ୭୫ ବର୍ଷ ପରେ ମଧ୍ୟ ଗ୍ରାମର ୭୦ରୁ ଊର୍ଦ୍ଧ୍ୱ ପରିବାର ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ସ୍ଥାୟୀ ପଟ୍ଟା ଖଣ୍ଡେ ପାଇ ପାରିନାହାନ୍ତି। ଫଳରେ ପିଲାଙ୍କ ପାଠପଢ଼ା ଓ ଚାକିରି ପାଇଁ ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ର ହାସଲରେ ଅନେକ ସମସ୍ୟା ଦେଖାଦେଉଛି। ଗ୍ରାମର ୬୦% ଲୋକଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଖଣ୍ଡେ ନାହଁି। ତମ୍ବୁ ଓ ଅଧା ଛପର କୁଡ଼ିଆରେ ଦିନ କାଟୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ସ୍ଥାୟୀ ପଟ୍ଟା ନ ଥିବାରୁ ଆବାସ ଯୋଜନାରେ ଘର ମିଳୁନାହିଁ ବୋଲି ଗ୍ରାମର ଧନେଶ୍ୱର କିସ୍କୁ କହିଛନ୍ତି। ତାଙ୍କ କହିବା ମୁତାବକ ସ୍ଥାୟୀ ପଟ୍ଟା ଖଣ୍ଡିକ ପାଇଁ ଗ୍ରାମବାସୀ ରାଜସ୍ବ ବିଭାଗଠାରୁ ଆରମ୍ଭ କରି ସ୍ଥାନୀୟ ନେତା ଏବଂ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଜନପ୍ରତିନିଧିମାନଙ୍କ ଆନ୍ତରିକତାର ଅଭାବ ଓ ଜିଲା ପ୍ରଶାସନର ଦାୟିତ୍ୱହୀନତାରୁ ଆମେ ସ୍ଥାୟୀ ପଟ୍ଟା ପାଇବାରୁ ବଞ୍ଚିତ ବୋଲି ଗ୍ରାମର ଗୋପୀନାଥ ଟୁଡୁ କହିଛନ୍ତି। ଜିଲାରେ ଏଭଳି ଅନେକ ଗ୍ରାମ ରହିଛି, ଯେଉଁ ଗ୍ରାମଗୁଡ଼ିକୁ ବିକାଶ ଆଜି ବି ଅପହଞ୍ଚ ହୋଇ ରହିଛି। କୋରେଇ ନିର୍ବାଚନ ମଣ୍ଡଳୀରେ ଜଣେ ନେତା ଲଗାତର ତିଷ୍ଠି ପାରିନାହାନ୍ତି। ବର୍ତ୍ତମାନ ଏଠାରେ ସାଧାରଣ ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ଏଡ଼ାଇ ଦେଇ କେବଳ ଠିକାଦାରି ରାଜନୀତି ଚାଲିଛି। ତେଣୁ ଅଞ୍ଚଳର ବିକାଶ ପାଇଁ କେହି ଆଗଭର ନୁହନ୍ତି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରି: ପାଟଣା ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ପାଟଣା,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳ ଶିବରାତ୍ରି ସକାଶେ ଉତ୍ସବମୁଖର ହୋଇଉଠିଛି। ଶୁକ୍ରବାର ଭୋର ୪ଟାରୁ ମୁଖ୍ୟାଳୟସ୍ଥିତ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି।...

ସଂକୀର୍ତ୍ତନ କଳାକାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୩୨ ଆହତ

ବରଗଡ଼ ଅଫିସ,୮।୫: ବରଗଡ଼ ଜିଲା ଭଟଲି ଥାନା ଅଧୀନ ପିପଲମୁଣ୍ଡା ନିକଟରେ ସୋମବାର ସଂକୀର୍ତ୍ତନ କଳାକାରଙ୍କୁ ଧରି ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ...

ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ

ବନ୍ତ, ୨୭।୧୦(ଡି.ଏନ୍‌.ଏ.)-ଭିନ୍ନକ୍ଷମ ପ୍ରମାଣପତ୍ରରେ ତଥ୍ୟଗତ ତ୍ରୁଟି ରହିବା ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ସୁରେଶ ଚନ୍ଦ୍ର ଦ୍ୱିବେଦୀଙ୍କ ଝିଅ ବର୍ଷାରାଣୀ(୧୩) ସରକାରୀ...

ଅଣ୍ଟା ସଳଖି ପାରୁନାହାନ୍ତି ପାନଚାଷୀ

  ଭୋଗରାଇ,୨୬।୫(ଡି.ଏନ.ଏ.)-କରୋନା ପାଇଁ ସାରାଦେଶ ୨ମାସ ଧରି ଲକ୍‌ଡାଉନ ରହିବା ଯୋଗୁୁ ଏହାର ସିଧାସଳଖ ପ୍ରଭାବ ପାନଚାଷୀ ଓ ବ୍ୟବସାୟୀଙ୍କ ଉପରେ ପଡ଼ିଛି। ବାଲେଶ୍ୱର ଜିଲା...

ସୁନା ଚେନ୍‌ ପାଇଁ ଜୀବନ ହାରିଲେ ନାବାଳିକା

ବାରିପଦା ଅଫିସ,୩ା୭-ମା’ଙ୍କ ସହିତ ପୋଖରୀରେ ଗାଧୋଉଥିବା ବେଳେ ଜଣେ ନାବାଳିକାଙ୍କ ବେକ୍‌ରୁ ସୁନାଚେନ୍‌ ଖସିପଡ଼ିଥିଲା। ଘର ଲୋକେ କାଳେ ମାଡ଼ ଗାଳି କରିବେ ସେହି ଭୟରେ...

୩ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମାଓବାଦୀଙ୍କ ଅପହରଣ

ମାଲକାନଗିରି, ୧୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ମାଓବାଦୀ-ପୋଲିସ ଗୁଳି ବିନିମୟରେ ଗତ ଶନିବାର ୨୨ ସୁରକ୍ଷା କର୍ମୀ ନିହତ ହୋଇଥିଲେ।...

CORONAVIRUS UPDATE: ରାଜ୍ୟରେ ଆଉ ୭୪ କରୋନା ପଜିଟିଭ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି, ୭୨ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ, ୨ ଲୋକାଲ କେସ୍‌

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବୌଦ୍ଧ ଜିଲାରୁ ସର୍ବାଧିକ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା...

ମହିଳା ଓ ଶିଶୁ ବିକାଶ ବିଭାଗର ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୧୬ା୫(ବ୍ୟୁରୋ): ମହିଳା, ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ...

Advertisement
Archives

Model This Week