Odisha Elections 2024
Posted inଫୁରସତ

ଜୀବିତ ନୁହେଁ ମହିଳାଙ୍କ ମୃତଦେହ ସହ ଶାରୀରିକ ସମ୍ପର୍କ ରଖନ୍ତି ଅଘୋରୀ ବାବା, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୧।୨: ସନାତନ ଧର୍ମରେ ସାଧୁ-ସନ୍ଥଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏହି ସାଧୁଙ୍କର ଅନେକ ସମ୍ପ୍ରଦାୟ ରହିଛି ଏବଂ ସେମାନଙ୍କର ଭଗବାନଙ୍କୁ ଉପାସନା କରିବାର ଉପାୟ ମଧ୍ୟ ଭିନ୍ନ ରହିଛି। କିଛି ସାଧୁବାବା ଅଛନ୍ତି, ଯାହାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ ଅଟେ। ସେ ପୁରୁଷ ନାଗା କି ମହିଳା ନାଗା ସାଧୁ ହୁଅନ୍ତୁ କିମ୍ବା ଅଘୋରୀ ବାବା ହୁଅନ୍ତୁ। ସାଧସନ୍ଥଙ୍କର ଏହି ସମ୍ପ୍ରଦାୟ ସାଧାରଣ ଲୋକଙ୍କ ମଧ୍ୟରେ ରୁହନ୍ତି ନାହିଁ। ସେମାନେ ଜଙ୍ଗଲ, ପର୍ବତ କିମ୍ବା ଗୁମ୍ଫାରେ ବାସ କରନ୍ତି। ଏହି ବାବାମାନେ କେବଳ କୁମ୍ଭ, ମହାକୁମ୍ଭ ଭଳି ବିଶେଷ ଉତ୍ସବରେ ବାହାରକୁ ଆସି ବିଶ୍ୱଶାନ୍ତି ପାଇଁ ହୋମଯଜ୍ଞ କରିଥା’ନ୍ତି। ଏହାପରେ ସମସ୍ତଙ୍କୁ ଆର୍ଶୀବାଦ ଦେଇ ନିଜ ଦୁନିଆକୁ ଫେରି ଯାଆନ୍ତି।
ଆପଣ ଜାଣିଥିବେ ଏହି ସାଧୁବାବାମାନେ ବ୍ରହ୍ମଚର୍ଯ୍ୟ ଅନୁସରଣ କରିଥା’ନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଅଘୋରୀ ବାବାଙ୍କ କ୍ଷେତ୍ରରେ ଏପରି ନୁହେଁ। ଅଘୋରୀ ବାବା ସାଧୁସନ୍ଥଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି। ସେମାନେ କିଟମିଟ୍‌ ଅନ୍ଧାର ରାତିରେ ଶ୍ମଶାନ ଘାଟରେ ତନ୍ତ୍ର ସାଧନ କରିଥା’ନ୍ତି। ଏହି ତନ୍ତ୍ର ସାଧନରେ ସେମାନେ ମହିଳା ମୃତଦେହଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥା’ନ୍ତି। ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଅଘୋରୀ ବାବାମାନେ ଶ୍ମଶାନରେ ତନ୍ତ୍ର ସାଧନ କରିବାବେଳେ ସେଠାରୁ ଅର୍ଦ୍ଧପୋଡ଼ା ମୃତଦେହକୁ ବାହାର କରି ସେଗୁଡ଼ିକର ମାଂସ ଖାଆନ୍ତି। ସେମାନେ ସେହି ମୃତ ଶରୀରର ବିଭିନ୍ନ ଦ୍ରବ୍ୟ ମଧ୍ୟ ବ୍ୟବହାର କରନ୍ତି। କୁହାଯାଏ ଏପରି କରିବା ଦ୍ବାରା ବାବାମାନଙ୍କର ତନ୍ତ୍ର କରିବାର ଶକ୍ତି ବୃଦ୍ଧି ହୋଇଥାଏ। ଭଗବାନ ଶିବଙ୍କର ୫ଟି ରୂପ ମଧ୍ୟରୁ ଗୋଟିଏ ରୂପ ହେଉଛି ଅଘୋର। ଶିବଙ୍କ ଉପାସନା କରିବା ପାଇଁ ଅଘୋରୀ ଶବ ଉପରେ ବସି ତପସ୍ୟା କରିଥାନ୍ତି। ଅଘୋରୀ ୩ ପ୍ରକାରର ତପସ୍ୟା କରିଥାନ୍ତି । ସେଗୁଡ଼ିକ ହେଲା, ଶିବ ତପସ୍ୟା ଯେଉଁଥିରେ ମହାକାଳଙ୍କୁୁ ମାଂସ ଏବଂ ମଦର ଭୋଗ ଲଗାଯାଇଥାଏ। ଦ୍ୱିତୀୟ ଶିବ ତପସ୍ୟା ଯେଉଁଥିରେ ମୃତଦେହ ଉପରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଶିବଙ୍କ ଉପାସନା କରାଯାଇଥାଏ। ତୃତୀୟଟି ହେଉଛି ଶ୍ମଶାନ ତପସ୍ୟା ଯେଉଁଥିରେ ଯଜ୍ଞ କରାଯାଇଥାଏ।

ଅଘୋରୀଙ୍କ ପାଖରେ ସବୁବେଳେ ମଣିଷ ମସ୍ତିଷ୍କର ଅସ୍ଥି ରହିଥାଏ ଯାହାକୁ ସେମାନେ ଖାଇବା ସମୟରେ ପାତ୍ର ଭାବେ ବ୍ୟବହାର ବହାର କରିଥାନ୍ତି। ଏଥିପାଇଁ ତାଙ୍କୁ କାପାଳିକ ବୋଲି କୁହାଯାଇଥାଏ। ଏମାନେ ନିଜ ପାଖରେ ନରମୁଣ୍ଡ ରଖିଥା’ନ୍ତି। ଦୀକ୍ଷା ପୂର୍ବରୁ ଏମାନେ ନିଜର ହିଁ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରନ୍ତି। ଏହି ପ୍ରକ୍ରିୟାରେ ବାବାମାନେ ନିଜକୁ ପରିବାର ଏବଂ ସମାଜ ପାଇଁ ମୃତ ସାବ୍ୟସ୍ତ କରି ନିଜ ହାତରେ ନିଜିର ଶୁଦ୍ଧିକ୍ରିୟା କରିଥା’ନ୍ତି। ବିଶ୍ୱାସ ରହିଛି ଯେ, ଅଘୋରୀ ବାବାମାନେ ମୃତଦେହ ସହ ସାଧନା କରି ମୃତଦେହଗୁଡ଼ିକ ସହ ଶାରିରୀକ ସମ୍ପର୍କ ମଧ୍ୟ ସ୍ଥାପନ କରିଥାନ୍ତି। ମହିଳାଙ୍କ ମାସିକ ଧର୍ମ ଚାଲିବା ସମୟରେ ଶାରୀରିକ ସମ୍ପର୍କ ରଖିଲେ ତନ୍ତ୍ର ସାଧନା ସଫଳ ହୋଇଥାଏ। ଏପରି କରିବା ଦ୍ବାରା ଭଗବାନ ଆର୍ଶୀବାଦ ମିଳିବା ସହ ଶକ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।

ତେବେ ଏହି ସୂଚନା ସମ୍ପର୍କରେ ଧରିତ୍ରୀ ସ୍ପଷ୍ଟ କରୁନାହିଁ। ଜାତୀୟ ଗଣମାଧ୍ୟମ edtimes ରୁ ଏହି ରିପୋର୍ଟ ସମ୍ବନ୍ଧିତ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri