ବିବାହ ବୟସ ଚିନ୍ତା

ପ୍ରାଚୀନ କାଳରୁ ଭାରତରେ ପ୍ରଚଳିତ ବିଭିନ୍ନ ପ୍ରଥା ପରମ୍ପରାର ଶିକାର ହେଉଥିବା କନ୍ୟାମାନେ ଯେଉଁ ଦୁର୍ଦ୍ଦଶା ଭୋଗ କରୁଥିଲେ, ତା’ର ନିରାକରଣ ପାଇଁ ଅନେକ ସାମାଜିକ ବିପ୍ଳବ ହୋଇଥିଲା। ବର୍ତ୍ତମାନର ଭୋଟସର୍ବସ୍ବ ରାଜନୀତି ପରି ସେତେବେଳେ ମଧ୍ୟ ଇଂରେଜମାନେ ଭାରତୀୟ ଜନତାଙ୍କ ଅସନ୍ତୋଷର ଶିକାର ହେବା ଆଶଙ୍କାରେ ବାଲ୍ୟ ବିବାହ ସମସ୍ୟା ଉପରେ ବେଶି ଗୁରୁତ୍ୱ ଦେଉ ନ ଥିଲେ। ଭାରତୀୟ ବୁଦ୍ଧିଜୀବୀମାନଙ୍କ ଚାପରେ ଶେଷରେ ଇଂରେଜ ସରକାର ୧୯୨୯ରେ ବାଲ୍ୟ ବିବାହ ବିରୋଧୀ ବିଲ୍‌ ପାସ୍‌ କଲେ। ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ହରବିଳାସ ଶାରଦା। ସେଥିପାଇଁ ଏହି ଆଇନ ଶାରଦା ଆଇନ ୧୯୨୯ ନାମରେ ଖ୍ୟାତ। ଆଇନ ପ୍ରଣୟନର ୬ମାସ ପରେ ଅର୍ଥାତ୍‌ ୧୯୩୦ରୁ ଏହା କାର୍ଯ୍ୟକାରୀ ହୋଇଥିଲା। ସେତେବେଳେ ଝିଅମାନଙ୍କର ବିବାହ ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ନ ଥିଲା। ଏପରି କି ଏକୋଇଶିଆ ଥାଳିରେ ରଖି କନ୍ୟାଦାନ କରିଦିଆଯିବାର ଦୃଷ୍ଟାନ୍ତ ମଧ୍ୟ ଥିଲା। ପରବର୍ତ୍ତୀ କାଳରେ ଏହି ପ୍ରଥାମାନ ନାନା ସାମାଜିକ ବିସଙ୍ଗତି ସୃଷ୍ଟି କରୁଥିଲା।
ଶାରଦା ଆଇନ ୧୯୨୯ ଫଳରେ କନ୍ୟାର ବିବାହ ବୟସ ସର୍ବନିମ୍ନ ୧୪ ଓ ପୁଅମାନଙ୍କର ବୟସ ୧୮ ରଖାଯାଇଥିଲା। କିନ୍ତୁ ଇଂରେଜମାନଙ୍କର ଆନ୍ତରିକତା ଅଭାବରୁ ଏହି ଆଇନ କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ଭାରତର ସ୍ବାଧୀନତା ସଂଗ୍ରାମରେ ବ୍ୟସ୍ତ ରହି ଭାରତୀୟମାନେ ମଧ୍ୟ ଏ ପ୍ରସଙ୍ଗ ପାଇଁ ସମୟ ଦେଇପାରିଲେ ନ ଥିଲେ। ଫଳରେ ଆଇନଟି କେବଳ କାଗଜପତ୍ରରେ ହିଁ ରହିଯାଇଥିଲା। ସ୍ବାଧୀନତା ପରେ ୧୯୪୯ରେ ଜବାହରଲାଲ ନେହେରୁ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କଲେ ଓ କନ୍ୟାମାନଙ୍କର ବିବାହ ବୟସ ସୀମା ୧୪ରୁ ୧୫ ବର୍ଷକୁ ବୃଦ୍ଧି କଲେ। ଏହା ମଧ୍ୟ ବେଶି କିଛି ଫଳପ୍ରଦ ହେଲାନାହିଁ। ୧୯୭୮ରେ ଆଉଥରେ ଏହି ଆଇନରେ ସଂସ୍କାର ଅଣାଗଲା। ଏହି ନବ ପ୍ରବର୍ତ୍ତିତ ଆଇନରେ କନ୍ୟାମାନଙ୍କ ବୟସ ୧୮ ଓ ପୁଅମାନଙ୍କ ବୟସ ୨୧କୁ ବୃଦ୍ଧି କରାଗଲା। ଏହି ଆଇନ ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି ଓ ଏହାକୁ ଯଥାସମ୍ଭବ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ମାନ ହେଉଛି। ତଥାପି ଅସାମାଜିକ ଲୋକମାନେ ଏହାର ବାଧକ ସାଜୁଛନ୍ତି। ନାବାଳିକାମାନଙ୍କୁ ବିବାହ କରିଦେଉଥିବାରୁ ନିଜେ କନ୍ୟାମାନେ ମଧ୍ୟ ଲୁଚିକରି ବଣକୁ ଚାଲିଯାଉଛନ୍ତି ଅଥବା ଥାନାକୁ ଯାଇ ଅଭିଯୋଗ କରୁଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପୁଣି ପାଠପଢ଼ିବାକୁ ସୁଯୋଗ ଦେବାର ଏକାଧିକ ଦୃଷ୍ଟାନ୍ତ ରହିଛି। ଏଥିରୁ ସ୍ପଷ୍ଟ ଅନୁମିତ ଆଗପରି ଝିଅମାନେ ଆଉ ନିଜ ବିବାହ ସମ୍ପର୍କରେ ଅଭିଭାବକଙ୍କ ନିଷ୍ପତ୍ତିକୁ ମୁଣ୍ଡ ପାତି ସହି ନେଉନାହାନ୍ତି। ସେମାନେ ସ୍ବାବଲମ୍ବୀ ହୋଇ ନିଜ ଇଚ୍ଛାରେ ବଞ୍ଚତ୍ବାକୁ ଚାହୁଁଛନ୍ତି। ପାଠପଢ଼ା, ଜୀବିକା ନିର୍ବାଚନ, ଜୀବନସାଥୀ ଚୟନ ଆଦି କ୍ଷେତ୍ରରେ ସେମାନେ ବେଶ୍‌ ରୁଚିଶୀଳ ମନେହେଉଛନ୍ତି। କେତେକ ଜିଲା ତ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ ବୋଲି ସରକାରୀ ସ୍ତରରେ ଘୋଷଣା ହୋଇସାରିଲାଣି।
ବିଜ୍ଞାନ ଶାସ୍ତ୍ର ଅନୁସାରେ ୧୮ବର୍ଷ ବେଳକୁ ଝିଅଟି ଉଭୟ ମାନସିକ ଓ ଶାରୀରିକ ସ୍ତରରେ ପୂର୍ଣ୍ଣତା ପ୍ରାପ୍ତ ହୋଇଥାଏ। ଆମ ଦେଶରେ ଝିଅମାନେ ଶୀଘ୍ର ଯୌବନପ୍ରାପ୍ତ ହୋଇଥାଆନ୍ତି। ପୂର୍ବରୁ ୧୬ବର୍ଷ କନ୍ୟାମାନଙ୍କ ପାଇଁ ଏକ ଘଡିସନ୍ଧି ବୟସ ଥିଲା। ୧୬ବର୍ଷର ଝିଅ କହି ଅଭିଭାବକ ଓ ଆମତ୍ୀୟ ସ୍ବଜନମାନେ ଖୁବ୍‌ ସ୍ପର୍ଶକାତର ହୋଇପଡୁଥିଲେ। ୧୬ ବର୍ଷର ଝିଅକୁ ଘରେ ହେଉ କି ବାହାରେ ଏକୁଟିଆ ଛଡାଯାଉ ନ ଥିଲା। ଯଥାଶୀଘ୍ର ବିବାହ ଦେଇ ମାତାପିତା ଆଶ୍ୱସ୍ତ ହେଉଥିଲେ। କହିବାକୁ ଗଲେ ଝିଅମାନଙ୍କୁ ବୋଝ ବୋଲି କୁହାଯାଉଥିଲା। ଯାହାକୁ ଅନୁଭବ କରି ତତ୍କାଳୀନ ସମାଜରେ ଝିଅମାନେ ବିବାହ ସମୟରେ ଅଭିମାନ କରି ବାପାଙ୍କ ପାଖରେ କାନ୍ଦି କାନ୍ଦି କହୁଥିଲେ- ବୋଝ ବୋଝ ବୋଲି ଉଚ୍ଚାଟ ହେଲ ହେ ବାପା, ବୋଝ ଓହ୍ଲାଇଣ ଉଶ୍ୱାସ ହେଲ ହେ ବାପା। କିନ୍ତୁ ଆଶ୍ୱସ୍ତିର କଥା, ଝିଅମାନେ ଆଉ ବୋଝ ହୋଇରହିଲେ ନାହିଁ କି ୧୬ବର୍ଷକୁ ଆଉ ସମ୍ବେଦନଶୀଳ ବୟସ ବୋଲି ଧରାଗଲା ନାହିଁ। ଝିଅମାନେ ପାଠ ପଢ଼ିଲେ। ସ୍କୁଲ କଲେଜକୁ ଏକା ଏକା ଗଲେ। ୧୬ବର୍ଷରେ ବିବାହ ଦେଉଥିବା ମାତାପିତା ଓ ବିବାହରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଦଣ୍ଡବ୍ୟବସ୍ଥା ରହିଲା। ବିବାହ ବୟସ ୧୮ବର୍ଷ ହେଲା। ଏହାର ଅର୍ଥ ନୁହେଁ ଯେ ୧୮ବର୍ଷ ହେବାମାତ୍ରେ ସମସ୍ତେ ବିବାହ ହେବାକୁ ବାଧ୍ୟ। ଝିଅମାନଙ୍କର ମଧ୍ୟ ସ୍ବାଧୀନତା ଅଛି, ସେମାନେ ଚାହିଁଲେ ପାଠପଢ଼ି ଚାକିରି କରିପାରିବେ। ଆମ ଦେଶର ସବୁଝିଅଙ୍କ ଭାଗ୍ୟରେ ଉଚ୍ଚଶିକ୍ଷା ଲାଭ ଓ ଚାକିରି ଜୁଟେ ନାହିଁ। ଯେଉଁମାନଙ୍କର ୧୮ବର୍ଷ ବେଳକୁ ଶିକ୍ଷା ସରିଯାଇଥାଏ ଓ ଚାକିରି କରିବାପାଇଁ ଆଗ୍ରହ ନ ଥାଏ ସେମାନଙ୍କ ପାଇଁ ୨୧ବର୍ଷ ବିବାହ ବୟସ ନିର୍ଦ୍ଧାରଣ କରିବା ନିଶ୍ଚୟ ସାମାଜିକ ସମସ୍ୟା ସୃଷ୍ଟି କରିବ।
ବିଳମ୍ବିତ ବିବାହ କୁମାରୀ ମାତୃତ୍ୱ ସମସ୍ୟା ସୃଷ୍ଟି କରିବ। ଆମ ସମାଜ କୁମାରୀ ମାତୃତ୍ୱକୁ ସ୍ବୀକାର କରୁ ନ ଥିବାରୁ ଗର୍ଭନଷ୍ଟ କରିବାକୁ ଯୁବପିଢ଼ି ବାଧ୍ୟ ହୋଇଥାଏ। ତାହା ପୁଣି ଗୋପନରେ। ଅସ୍ବାସ୍ଥ୍ୟକର ପରିବେଶ ଭିତରେ କେତେବେଳେ ଅଣତାଲିମପ୍ରାପ୍ତ ଧାଈମାନଙ୍କର ଜଡିବୁଟି ଦ୍ୱାରା, ଯାହା ଯୁବତୀମାନଙ୍କ ଜୀବନକୁ ବିପନ୍ନ କରିଥାଏ। ଗୋପନୀୟ ଗର୍ଭନଷ୍ଟ କରିବା ମଧ୍ୟ ଭାରତୀୟ ପିଙ୍ଗଳ କୋଡ୍‌ରେ ଅପରାଧ ରୂପେ ପରିଗଣିତ ହୁଏ।
ଆମ ଦେଶର ପ୍ରତ୍ୟେକ ପ୍ରଦେଶରେ ଜନଜାତି ଅଛନ୍ତି। ଜନଜାତିମାନଙ୍କ ମଧ୍ୟରେ ପ୍ରଚଳିତ ବିଭିନ୍ନ ବିବାହ ପଦ୍ଧତି ମଧ୍ୟରୁ ଉଦୁଲିଆ ବିବାହ ଅନ୍ୟତମ। ପୁଅ ଝିଅ ପରସ୍ପର ମନଦିଆନିଆ ହେଲେ କାହାକୁ ଅପେକ୍ଷା କରନ୍ତି ନାହିଁ। ସେମାନେ ଘରଛାଡ଼ି ପଳାନ୍ତି। ପରେ ଅଭିଭାବକମାନେ ସେମାନଙ୍କୁ ଖୋଜି ଲୋଡ଼ି ଆଣନ୍ତି। ଏବେ ସୁଦ୍ଧା ସେମାନଙ୍କ ମଧ୍ୟରେ ଏ ପ୍ରଥା ବଳବତ୍ତର ରହିଛି। ବିବାହ ବୟସ ୨୧ବର୍ଷ ବୃଦ୍ଧି ହେଲେ ଏହା ସମାଜରେ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ।
୧୮ ବର୍ଷ ବୟସରେ ଯଦି ଯୁବକ ବା ଯୁବତୀଟି ଭୋଟଦାନ କ୍ଷମତା ଅର୍ଜନ କରି ସରକାର ଗଠନରେ ସହାୟତା କରିପାରୁଛି, ତେବେ ପରିବାର କାହିଁକି ଗଠନ କରିପାରିବ ନାହିଁ? ଯଦି ବିବାହ ବୟସ ସମ୍ପର୍କିତ କିଛି ସଂସ୍କାର ଆବଶ୍ୟକ ହେଉଛି ତେବେ ଯୁବତୀ ଓ ଯୁବକଙ୍କ ବିବାହ ବୟସ ୧୮/୨୧ ପରିବର୍ତ୍ତେ ଦୁହିଁଙ୍କ ବୟସ ସମାନ ରଖାଯିବା କଥା ଚିନ୍ତା କରିବାର ସମୟ ଆସିଛି। ଏହାଦ୍ୱାରା ପାରିବାରିକ ହିଂସା ଅନେକ ପରିମାଣରେ ଊଣା ହୋଇଯିବ। ଜୀବନସାଥୀ ନିର୍ବାଚନରେ ଯୁବପିଢ଼ି ଆଉ କାହାର ହସ୍ତକ୍ଷେପ ଚାହୁଁ ନାହାନ୍ତି। ସମ୍ପର୍କ ସ୍ଥାପନ ପରେ ଦୀର୍ଘଦିନ ଅପେକ୍ଷା କରିବା ଦ୍ୱାରା ଅନେକ ଅବାଞ୍ଛିତ ସମସ୍ୟା ସୃଷ୍ଟି ହେବ। ଏସବୁରୁ ନିବର୍ତ୍ତିବା ପାଇଁ ବିବାହ ବୟସ ବୃଦ୍ଧିକରିବା ପ୍ରସ୍ତାବକୁ ଆଉ ଥରେ ଚିନ୍ତା କରିବା ଆବଶ୍ୟକ।

– ଡ. ବାସନ୍ତୀ ମହାନ୍ତି

ମୋ- ୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri