Posted inଫୁରସତ

ବୟସ ୭୦, କାମ ୩୦ ବର୍ଷୀୟାଙ୍କ ଭଳି

ଲଣ୍ଡନ: ୬୦ ବର୍ଷ ପରେ ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳ ହେବାକୁ ଲାଗେ। ଅନେକେ ଅଣ୍ଟା ସଳଖି ଚାଲିପାରୁ ନ ଥିବା ଦେଖିବାକୁ ମିଳେ। ହେଲେ ଇଂଲଣ୍ଡର ଜଣେ ୭୦ ବର୍ଷୀୟା ମହିଳାଙ୍କ ଫିଟ୍‌ନେସକୁ ଦେଖିଲେ ଏହି କଥା ଉପରେ ବିଶ୍ୱାସ କରିବା କଷ୍ଟ ହେବ। ତାଙ୍କୁ ଦେଖିଲେ ଏହା ଲାଗିବ ଯେ ସେ ଜଣେ ଯୁବତୀ। କାରଣ ତାଙ୍କ ବେଶଭୂଷା ଏବଂ ଜୀବନଶୈଳୀ ଆଦୌ ୭୦ ବର୍ଷୀୟାଙ୍କ ପରି ନୁହେଁ। ସେ ଯୁବତୀଙ୍କ ଭଳି ଛୋଟ ଡ୍ରେସ ଏବଂ ଜିନ୍‌ସ ପିନ୍ଧୁଛନ୍ତି। ୭୦ବର୍ଷୀୟା ଜୁଲି ଫୋର୍ଡଙ୍କ ଫିଟ୍‌ନେସ କାରଣରୁ ସେ ୩୦ ବର୍ଷୀୟା ଯୁବତୀଙ୍କ ଭଳି ଶକ୍ତିଶାଳୀ ଅନୁଭବ କରୁଥିବା କହିଛନ୍ତି। ରିପୋର୍ଟ ମୁତାବକ, ଜୁଲି ପାର୍ଟଟାଇମ୍‌ ଫିଜିକାଲ ଏଜୁକେଶନ ଟିଚର ଅଛନ୍ତି। ସେ ଗୋଟିଏ ସ୍ଥାନରେ ବସିବା ଅପେକ୍ଷା ବିଭିନ୍ନ ଜାଗାରେ ବୁଲିବାକୁ ପସନ୍ଦ କରନ୍ତି। ସେ ୧୧ ବର୍ଷ ବୟସରୁ ହିଁ ତାଙ୍କ କ୍ୟାରିୟର ଚୟନ କରିନେଇଥିଲେ। ୩୦ ବର୍ଷ ବୟସରେ ଜୁଲି ମା’ ହୋଇଥିବାବେଳେ ମଧ୍ୟ ସେ ନାଚରେ ଭାଗ ନେବା ଏବଂ ଟ୍ରେନିଂ କ୍ଲାସ୍‌ ଭଳି ରୁଟିକୁ ଆପଣାଇଥିଲେ। ସେ ତାଙ୍କ ପିଲାମାନଙ୍କ ନେଟ୍‌ବଲ୍‌, ହକି ମଧ୍ୟ ଖେଳନ୍ତି। ଏବେ ସେ ବୃଦ୍ଧାବୃଦ୍ଧଙ୍କ ପାଇଁ ଏକ୍ସରସାଇଜ୍‌ କ୍ଲାସ ଚଳାଉଛନ୍ତି। ବାହାର ଲୋକଙ୍କୁ ମଧ୍ୟ ଏକ୍ସରସାଇଜ୍‌ ଶିଖାଉଛନ୍ତି। ୨୦୧୬ ସେପ୍ଟେମ୍ବରରେ ୬୩ ବର୍ଷ ବୟସରେ ଜୁଲିଙ୍କୁ ୨ୟ ଷ୍ଟେଜ୍‌ ସ୍ତନ କର୍କଟ ହୋଇଥିଲା। କର୍କଟ ଚିକିତ୍ସା ସମୟରେ ସେତେବେଳେ ତାଙ୍କୁ ଏକ୍ସରସାଇଜ୍‌ ଅଧିକ କାମ ଦେଇଥିଲା। ସେବେଠାରୁ ଫିଟ୍‌ନେସକୁ ନେଇ ତାଙ୍କ ନଜର ବଦଳିଗଲା। ଏହାପରେ ସେ ବିଭିନ୍ନ ପ୍ରକାର ଏକ୍ସରସାଇଜ୍‌ କଲେ। ଏହାର ପରିଣାମ ସ୍ବରୂପ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?