ବୟସ ୨୫, ଶହେ ନାଟକରେ ଅଭିନୟ

ରାଉରକେଲା,୨।୭(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବେଦବ୍ୟାସ ପ୍ରମୋଦ ନଗର ନଦୀଟୋଲିର ବାସିନ୍ଦା ଚିନ୍ମୟ ତ୍ରିପାଠୀ(୨୫)। ତାଙ୍କ ମା’ ପୁଷ୍ପାଞ୍ଜଳି (୪୮) ଓ ବାପା ବିନୋଦ (୫୪)। ଚିନ୍ମୟ ବର୍ତ୍ତମାନ ରାଉରକେଲା ସରକାରୀ ସ୍ବୟଂଶାସିତ କଲେଜରେ ଅତିଥି ଶିକ୍ଷକ ଭାବେ କାର୍ଯ୍ୟରତ। ଏହାସହ ଜଣେ ମଞ୍ଚ କଳାକାର ଭାବେ ତାଙ୍କର ପ୍ରସିଦ୍ଧି ରହିଛି। ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଚିନ୍ମୟ ବର୍ତ୍ତମାନ ୨୫ ବର୍ଷ ବୟସରେ ଶହେରୁ ଊର୍ଦ୍ଧ୍ୱ ନାଟକରେ ଅଭିନୟ କରିସାରିଲେଣି। ଏଥିପାଇଁ ସେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି।
ପିଲାଟି ଦିନରୁ ଚିନ୍ମୟ ମା’ଙ୍କଠାରୁ ରାମାୟଣ, ମହାଭାରତ ସମେତ ବିଭିନ୍ନ ପୌରାଣିକ କାହାଣୀ ଶୁଣନ୍ତି। ଏହାସହ ସମାଜରେ ଉଚିତ ଅନୁଚିତ ବ୍ୟବହାରିକ ଚାଲିଚଳନ ଶିକ୍ଷା ଗ୍ରହଣ କରନ୍ତି। ବାପା ବିନୋଦ ତାଙ୍କୁ ସର୍ବଦା ବିବିଧ ଜ୍ଞାନ ଆହରଣ ପାଇଁ ପ୍ରେରଣା ଦେଉଥିଲେ। ଫଳରେ ସେ ଆଜି ଜଣେ ସଫଳ ମଞ୍ଚ କଳାକାର ହୋଇପାରିଥିବା କହିଛନ୍ତି। ସୋନପୁର ଜିଲା ବିନିକା ଉର୍ଲ୍ଲେ ଗାଁର ରାମଳୀଲା ମହୋତ୍ସବ ମଞ୍ଚରୁ ନାଟ୍ୟ ଜଗତରେ ପ୍ରବେଶ କରିବା ପାଇଁ ଚିନ୍ମୟଙ୍କୁ ସୁଯୋଗ ମିଳିଥିଲା। ସେ ୮ବର୍ଷ ବୟସରେ ରାମ ଭୂମିକାରେ ଅଭିନୟ କରିଥିଲେ। ସେହିଦିନଠୁ ସେ ଆଉ ପଛକୁ ଫେରିନାହାନ୍ତି। ତାଙ୍କୁ ବର୍ତ୍ତମାନ ୨୫ବର୍ଷ ବୟସ। ଏତେ କମ୍‌ ବୟସରେ ସେ ଗୁରୁ ଦକ୍ଷିଣା, ମୋତେ ମାରନି, ସ୍ବସ୍ତି ନ ମନୁ ଚରେମମ୍‌ (ସଂସ୍କୃତ ନାଟକ), ବାହାର ଲୋକ, ଭଲ ମଣିଷ, ସୂର୍ଯ୍ୟାସ୍ତ ସତୀ, ୟୁ ଆର ଅଣ୍ଡର ଆରେଷ୍ଟ, ଅନୁଭବର ଈଶ୍ୱର, ଓଟ, ହିନ୍ଦୀ ନାଟକ ଇନସାନ, ଯମରାଜାଙ୍କ ମେଲା ଦେଖା, ଦକ୍ଷିଣା ଦାନ ଆଦି ୧୦୦ରୁ ଊର୍ଦ୍ଧ୍ୱ ନାଟକରେ ଅଭିନୟ କରି ରାଜ୍ୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ଚିନ୍ମୟ ଭବିଷ୍ୟତରେ ଜଣେ ଭଲ ଶିକ୍ଷକ ଓ କଳାକାର ଭାବେ ନିଜକୁ ପ୍ରତିଷ୍ଠା କରିବାକୁ ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri