ବୟସ ୨୫, ଶହେ ନାଟକରେ ଅଭିନୟ

ରାଉରକେଲା,୨।୭(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବେଦବ୍ୟାସ ପ୍ରମୋଦ ନଗର ନଦୀଟୋଲିର ବାସିନ୍ଦା ଚିନ୍ମୟ ତ୍ରିପାଠୀ(୨୫)। ତାଙ୍କ ମା’ ପୁଷ୍ପାଞ୍ଜଳି (୪୮) ଓ ବାପା ବିନୋଦ (୫୪)। ଚିନ୍ମୟ ବର୍ତ୍ତମାନ ରାଉରକେଲା ସରକାରୀ ସ୍ବୟଂଶାସିତ କଲେଜରେ ଅତିଥି ଶିକ୍ଷକ ଭାବେ କାର୍ଯ୍ୟରତ। ଏହାସହ ଜଣେ ମଞ୍ଚ କଳାକାର ଭାବେ ତାଙ୍କର ପ୍ରସିଦ୍ଧି ରହିଛି। ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଚିନ୍ମୟ ବର୍ତ୍ତମାନ ୨୫ ବର୍ଷ ବୟସରେ ଶହେରୁ ଊର୍ଦ୍ଧ୍ୱ ନାଟକରେ ଅଭିନୟ କରିସାରିଲେଣି। ଏଥିପାଇଁ ସେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି।
ପିଲାଟି ଦିନରୁ ଚିନ୍ମୟ ମା’ଙ୍କଠାରୁ ରାମାୟଣ, ମହାଭାରତ ସମେତ ବିଭିନ୍ନ ପୌରାଣିକ କାହାଣୀ ଶୁଣନ୍ତି। ଏହାସହ ସମାଜରେ ଉଚିତ ଅନୁଚିତ ବ୍ୟବହାରିକ ଚାଲିଚଳନ ଶିକ୍ଷା ଗ୍ରହଣ କରନ୍ତି। ବାପା ବିନୋଦ ତାଙ୍କୁ ସର୍ବଦା ବିବିଧ ଜ୍ଞାନ ଆହରଣ ପାଇଁ ପ୍ରେରଣା ଦେଉଥିଲେ। ଫଳରେ ସେ ଆଜି ଜଣେ ସଫଳ ମଞ୍ଚ କଳାକାର ହୋଇପାରିଥିବା କହିଛନ୍ତି। ସୋନପୁର ଜିଲା ବିନିକା ଉର୍ଲ୍ଲେ ଗାଁର ରାମଳୀଲା ମହୋତ୍ସବ ମଞ୍ଚରୁ ନାଟ୍ୟ ଜଗତରେ ପ୍ରବେଶ କରିବା ପାଇଁ ଚିନ୍ମୟଙ୍କୁ ସୁଯୋଗ ମିଳିଥିଲା। ସେ ୮ବର୍ଷ ବୟସରେ ରାମ ଭୂମିକାରେ ଅଭିନୟ କରିଥିଲେ। ସେହିଦିନଠୁ ସେ ଆଉ ପଛକୁ ଫେରିନାହାନ୍ତି। ତାଙ୍କୁ ବର୍ତ୍ତମାନ ୨୫ବର୍ଷ ବୟସ। ଏତେ କମ୍‌ ବୟସରେ ସେ ଗୁରୁ ଦକ୍ଷିଣା, ମୋତେ ମାରନି, ସ୍ବସ୍ତି ନ ମନୁ ଚରେମମ୍‌ (ସଂସ୍କୃତ ନାଟକ), ବାହାର ଲୋକ, ଭଲ ମଣିଷ, ସୂର୍ଯ୍ୟାସ୍ତ ସତୀ, ୟୁ ଆର ଅଣ୍ଡର ଆରେଷ୍ଟ, ଅନୁଭବର ଈଶ୍ୱର, ଓଟ, ହିନ୍ଦୀ ନାଟକ ଇନସାନ, ଯମରାଜାଙ୍କ ମେଲା ଦେଖା, ଦକ୍ଷିଣା ଦାନ ଆଦି ୧୦୦ରୁ ଊର୍ଦ୍ଧ୍ୱ ନାଟକରେ ଅଭିନୟ କରି ରାଜ୍ୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ଚିନ୍ମୟ ଭବିଷ୍ୟତରେ ଜଣେ ଭଲ ଶିକ୍ଷକ ଓ କଳାକାର ଭାବେ ନିଜକୁ ପ୍ରତିଷ୍ଠା କରିବାକୁ ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନାମାଙ୍କନ ଭରିଲେ କହ୍ନାଇ, ସରୋଜ

ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri