Posted inଖେଳ

ଅଗରକର ହୋଇପାରନ୍ତି ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଳୀ, ୩୦ା୬: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ଅଜିତ୍‌ ଅଗରକର ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ଗ୍ରହଣ କରିପାରନ୍ତି। ପୂର୍ବରୁ ସେ ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ସହକାରୀ କୋଚ୍‌ ରହିଥିବା ବେଳେ ଗୁରୁବାର ଇସ୍ତଫା ପ୍ରଦାନ କରିଛନ୍ତି। ଡିସି ପକ୍ଷରୁ ଏହି ଖବର ସ୍ପଷ୍ଟ କରାଯାଇଥିବା ବେଳେ ମୁଖ୍ୟ ଚୟନକର୍ତ୍ତା ଭାବରେ ଅଗରକର ଯୋଗଦେବାର ସମ୍ଭାବନା ବୃଦ୍ଧି ପାଇଛି। ଏହା ସହିତ ବିସିସିଆଇ ପକ୍ଷରୁ ମୁଖ୍ୟ ଚୟନକର୍ତ୍ତାଙ୍କ ବେତନ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ପୂର୍ବରୁ ଚୟନ କମିଟିର ଅନ୍ୟ ସଦସ୍ୟଙ୍କୁ ମାସିକ ୯୦ ଲକ୍ଷ ଓ ମୁଖ୍ୟ ଚୟନକର୍ତ୍ତାଙ୍କୁ ୧ କୋଟି ଟଙ୍କାର ବେତନ ପ୍ରଦାନ କରାଯାଇଥାଏ। ଡିସିର ସହକାରୀ କୋଚ୍‌ ଭାବରେ ଅଗରକର କାମ କରୁଥିବା ବେଳେ ବିଭିନ୍ନ ଚ୍ୟାନେଲରେ ଭାଷ୍ୟକାର ଭାବରେ ମଧ୍ୟ କାମ କରିଥାନ୍ତି। ସେ ୧ କୋଟିରୁ ଅଧିକ ଆୟ କରୁଥିବା ବେଳେ ବିସିସିଆଇକୁ ନିଜର ବେତନ ବ୍ୟବସ୍ଥାର ସମୀକ୍ଷା ଆବଶ୍ୟକ ରହିଛି। ଅଗରକର ମୁଖ୍ୟ ଚୟନକର୍ତ୍ତା ଦୌଡରେ ଥିବା ନେଇ ବୁଧବାର ଖବର ପ୍ରକାଶ ପାଇଥିଲା। ତେବେ ଗୁରୁବାର ସେ ଡିସିରୁ ଇସ୍ତଫା ପ୍ରଦାନ କରିବା ପରେ ଏହା ଆପାତତଃ ସ୍ପଷ୍ଟ ହୋଇଛି। କେବଳ ଅକରକର ନୁହନ୍ତି ବରଂ ଅନ୍ୟତମ ଅଲରାଉଣ୍ଡର ଶେନ୍‌ ଓ୍ବାଟସନ୍‌ ମଧ୍ୟ ଡିସି ସହକାରୀ କୋଚ୍‌ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି।
ପୂର୍ବରୁ ୨୦୨୧ରେ ମଧ୍ୟ ଅଗରକର ଚୟନ କମିଟି ପାଇଁ ସାକ୍ଷାତକାର ଦେଇଥିଲେ। ଓ୍ବେଷ୍ଟ ଜୋନ୍‌ରୁ ଆବେ କୁରୁଭିଲାଙ୍କୁ ଚୟନ କରାଯାଇଥିଲା। ମୁମ୍ବାଇ କ୍ରିକେଟ ଆସୋସିଏଶନ ପକ୍ଷରୁ ସେତେବେଳେ ଅଗରକରଙ୍କୁ ସମର୍ଥନ ମିଳି ନ ଥିଲା। ରମାକାନ୍ତ ଆଚ୍ରେକରଙ୍କ ଏହି ଶିଷ୍ୟ ଜଣଙ୍କ ଅନ୍ୟ ଖେଳାଳିଙ୍କ ଅପେକ୍ଷା ମୁଖ୍ୟ ଚୟନକର୍ତ୍ତା ପାଇଁ ଅଧିକ ଯୋଗ୍ୟ ଥିଲେ। ଅଗରକର ଭାରତ ପକ୍ଷରୁ ୧୯୧ ଦିନିକିଆ, ୨୬ ଟେଷ୍ଟ ଓ ୪ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଯଦି ଅଗରକର ୨୦୨୧ରେ ଚୟନ କମିଟିରେ ସାମିଲ ହୋଇଥାନ୍ତେ ତେବେ ଚେତନ ଶର୍ମାଙ୍କ ସ୍ଥାନରେ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ଘୋଷଣା କରାଯାଇଥାନ୍ତା। ଏହି ତାଲିକାରେ ଦିଲ୍ଲୀପ ଭେଙ୍ଗସରକାର ଓ ରବି ଶାସ୍ତ୍ରୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା। ତେବେ ଉଭୟ ଖେଳାଳି ଆବେଦନ କରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟ ପକ୍ଷରେ ଯଦି ଭେଙ୍ଗସରକାର ଆବେଦନ କରିଥାନ୍ତି ତେବେ ସେ ମାତ୍ର ଏକ ବର୍ଷ ପାଇଁ କାର୍ଯ୍ୟ କରିପାରିବେ। ପୂର୍ବରୁ ୨୦୦୫-୨୦୦୮ ପର୍ଯ୍ୟନ୍ତ ସେ ଚୟନ କମିଟି ମୁଖ୍ୟ ରହିଥିଲେ। ନୂତନ ନିୟମ ଅନୁସାରେ ଜଣେ ଖେଳାଳି ସର୍ବାଧିକ ୪ ବର୍ଷ ଚୟନ କମିଟିରେ କାର୍ଯ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?