ସମୁଦ୍ର ଗର୍ଭରେ ଧ୍ୱଂସହେବ ଅଗରନାସୀ ଝାଉଁ ଜଙ୍ଗଲ

ମହାକାଳପଡ଼ା,୨୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାମୁଦ୍ରିକ ଜଳ ପତ୍ତନ ବୃଦ୍ଧି ପାଇବା ସହ ଉଚ୍ଚ ଲହଡ଼ିରେ କୂଳ ଅବକ୍ଷୟ ହେଉଛି। ସମୁଦ୍ର ଅବକ୍ଷୟକୁ ରୋକିବା ପାଇଁ ୭୦ରୁ ୮୦ ଦଶକରେ ବନ ବିଭାଗ ପକ୍ଷରୁ ସମୁଦ୍ର କୂଳିଆ ଆଇଲାଣ୍ଡ ବାଲିଢ଼ିପରେ ବିସ୍ତୃତ ଅଞ୍ଚଳରେ ଝାଉଁ ଚାରା ରୋପଣ କରାଯାଇଥିଲା। ଫଳରେ ସମୁଦ୍ର ଢେଉରୁ ରକ୍ଷା ପାଇବା ପାଇଁ ଝାଉଁ, ହେନ୍ତାଳ ଓ ଲୁଣା ଜଙ୍ଗଲ ସୃଷ୍ଟି ହୋଇଥିଲା। ହେଲେ ସମୁଦ୍ର କରାଳ ଗର୍ଭରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ଉପକୂଳ ଅଞ୍ଚଳକୁ ସୁରକ୍ଷା ଦେଉଥିବା ଅଗରନାସୀ ୫ କିମି ପର୍ଯ୍ୟନ୍ତ ଝାଉଁ ଜଙ୍ଗଲ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭକୁ ଚାଲିଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏହା ପରେ ଲଞ୍ଚଘୋଲାଠାରେ ସମୁଦ୍ର ଅଧା ଝାଉଁ ଜଙ୍ଗଲକୁ ଗିଳି ସାରିଲାଣି। ସମୁଦ୍ରର ବଡ଼ ବଡ଼ ଢେଉ ମାଡ଼ରେ ଝାଉଁ ଜଙ୍ଗଲ ଧରାଶାୟୀ ହୋଇ ଯାଉଥିବା ଦେଖିବାକୁ ମିଳୁଛି।
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ହୁକିଟୋଲା ଅନତି ଦୂରରେ ଲଞ୍ଚଘୋଲା, ମାଦଳୀ, ଷୋଳମୁହାଣ ଜଙ୍ଗଲକୁ ଅଧା ସମୁଦ୍ର ଗିଳିଗଲାଣି। ଆଗାମୀ କିଛିବର୍ଷ ମଧ୍ୟରେ ସମୁଦ୍ର ଏହି ଜଙ୍ଗଲକୁ ଗ୍ରାସ କରି ସ୍ଥଳ ଭାଗରେ ପହଞ୍ଚତ୍ ବିପୁଳ ପରିମାଣରେ କ୍ଷତି ପହଞ୍ଚାଇବ ବୋଲି ପରିବେଶ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ସ୍ଥାନୀୟ ସମୁଦ୍ରକୂଳିଆ ଅଞ୍ଚଳର ଲୋକମାନେ ସଚେତନ ହେବା ସହ ପ୍ରଚୁର ପରିମାଣରେ ଗଛ ଲଗାଇଲେ ଏହି ମହାବିପଦରୁ ରକ୍ଷା ମିଳିବ ବୋଲି ବତିଘର, ଜମ୍ବୁ ଅଞ୍ଚଳର ବହୁ ବୁଦ୍ଧିଜୀବୀ କହିଛନ୍ତି। ଅପରପକ୍ଷରେ ବତିଘର ପଞ୍ଚାୟତ ମହାନଦୀ ମୁହାଣ ସଂଲଗ୍ନ ହେଟାମୁଣ୍ଡିଆ ସଂରକ୍ଷିତ ଝାଉଁ ବଣର ବହୁ ଗଛ ଲହଡ଼ି ମାଡ଼ରେ ଧରାଶାୟୀ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବହୁ ମତ୍ସ୍ୟଜୀବୀ ଏହି ନିଷିଦ୍ଧ ଅଞ୍ଚଳ ଆଇଲାଣ୍ଡ ବାଲିଢିପରେ ଆଡ୍ଡା ଜମାଇବା ସହ ଝାଉଁ ଗଛରେ ଡଙ୍ଗାକୁ ବାନ୍ଧିବା ଦ୍ୱାରା ଝାଉଁ ଗଛ ଧୀରେ ଧୀରେ ସମୁଦ୍ର ଢେଉ ମାଡ଼ରେ ଉପୁଡ଼ି ଯାଉଥିବା ଜଣେ ମତ୍ସ୍ୟଜୀବୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏହି ଅଞ୍ଚଳରେ ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏହି ଆଇଲାଣ୍ଡ ବାଲିଢିପରେ ଆଡ୍ଡା ଜମାଇଥିବା ମତ୍ସ୍ୟଜୀବୀମାନେ ମାଛ ଧରିବା ସହ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏପରିକି ନିଶା ଦ୍ରବ୍ୟ କାରବାର ଓ ବିକ୍ରିବଟା, ସାମୁଦ୍ରିକ ମୂଲ୍ୟବାନ ମାଛକୁ ଅତି ସହଜରେ ନିକଟ ପାରାଦୀପ ମାଛ ଗଦିକୁ ଚାଲାଣ କରିଥାନ୍ତି। ଏହି ଅଞ୍ଚଳ ନିର୍ଜନ ହୋଇଥିବାରୁ ଶହ ଶହ ସଂଖ୍ୟାରେ ମତ୍ସ୍ୟଜୀବୀ ଅନାୟାସରେ ବସବାସ କରୁଥିବା ଦୀର୍ଘଦିନ ଧରି ଅଭିଯୋଗ ହୋଇ ଆସୁଛି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣାଙ୍କୁ ପଚାରିବାରେ ସମୁଦ୍ର ଉଚ୍ଚ ତରଙ୍ଗ ମାଡ଼ରେ ଅଗରନାସୀ ଓ ବାବୁବାଲି ଆଇଲାଣ୍ଡ ସମୁଦ୍ର ଗର୍ଭକୁ ଚାଲିଯାଇଛି। ପ୍ରକୃତିର କରାଳ ରୂପ ଉପକୂଳ ଅଞ୍ଚଳର ପ୍ରାକୃତିକ ପରିବେଶ ବଦଳାଉଛି। ଉକ୍ତ ସ୍ଥାନର ବିଭିନ୍ନ ସମସ୍ୟା ଓ ଦିଗ ପ୍ରତି ବିଭାଗ ଯତ୍ନବାନ ଅଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?