ପୁଣି ଉଠିଲା ମହାନଦୀ ପ୍ରସଙ୍ଗ, ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର,୪ା୧୧(ସୁନିତ୍‌ ମିଶ୍ର): ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ବିବାଦ ଲାଗି ରହିଛି। ଅଣମୌସୁମୀ ସମୟରେ ଛତିଶଗଡ଼ ଆବଶ୍ୟକ ପରିମାଣର ଜଳ ନ ଛାଡ଼ିବା ଯୋଗୁ ଓଡ଼ିଶାରେ ମରୁଡ଼ି ସ୍ଥିତି ଉପୁଜୁଛି। ଏହି ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ପୂର୍ବରୁ ଛତିଶଗଡ଼ରେ ଭାଜପା ଏବଂ କଂଗ୍ରେସ ଶାସନ ରହିଥିବାବେଳେ ଓଡ଼ିଶାରେ ବିଜେଡି ସରକାର ରହିଥିଲା। ତେଣୁ ଉଭୟ ରାଜ୍ୟର ସମନ୍ବୟର ଅଭାବରୁ ଜଳ ବିବାଦର ସମାଧାନର ବାଟ ଫିଟିପାରି ନ ଥିଲା। ଏବେ କେନ୍ଦ୍ର, ଛତିଶଗଡ଼ ଏବଂ ଓଡ଼ିଶାରେ ଭାଜପା ସରକାର ରହିଥିବାରୁ ବିବାଦ ସମାଧାନ ନେଇ ଆଶା ସଞ୍ଚାର ସୃଷ୍ଟି ହୋଇଛି। ଏପରି କି ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ପ୍ରତିପକ୍ଷ ବିଷ୍ଣୁଦେଓ ସାଇଙ୍କ ସହ ୨ଥର ଆଲୋଚନା କରିଥିବା ରବିବାର ବଲାଙ୍ଗୀରଠାରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ସୂଚନା ପରେ ରାଜନୀତି ଜୋର ଧରିଛି। ଉଭୟ ବିଜେଡି ଏବଂ କଂଗ୍ରେସ ଏହାକୁ ରାଜନୈତିକ ବୟାନବାଜି ବୋଲି କହୁଥିବାବେଳେ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବା ମାମଲାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ସମିତି।

ଛତିଶଗଡ଼ ସହିତ ଓଡ଼ିଶାର ଲାଗି ରହିଥିବା ମହାନଦୀ ବିବାଦ ସମାଧାନର ବାଟ ଫିଟିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର, ଛତିଶଗଡ଼ ଏବଂ ଓଡ଼ିଶାରେ ଭାଜପା ଶାସିତ ସରକାର ଥିବାରୁ ମହାନଦୀ ବିବାଦ ସମାଧାନର ବାଟ ଫିଟିପାରେ ବୋଲି ବିଭିନ୍ନ ମହଲରେ ଆଶା କରାଯାଉଛି। ଏଭଳି ସ୍ଥିତିରେ ମହାନଦୀ ବିବାଦ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ରଖିଥିବା ମନ୍ତବ୍ୟ ଏହି ଆଶାକୁ ଆହୁରି ଉଜ୍ଜୀବିତ କରିଛି। ହେଲେ ମହାନଦୀ ବିବାଦର ସମାଧାନ କଥାକୁ ବିରୋଧୀ ଗ୍ରହଣ କରିନାହାନ୍ତି। ଅନ୍ୟପକ୍ଷରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏହି ପ୍ରସଙ୍ଗରେ ଆପୋସ ସମାଧାନ ଏକମାତ୍ର ବାଟ ବୋଲି କୁହାଯାଇଛି।
ବଲାଙ୍ଗୀର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଏ ବାବଦରେ ସଚେତନ ଅଛନ୍ତି। ମହାନଦୀ ବିବାଦ ପ୍ରସଙ୍ଗକୁ ସରକାର ଗୁରୁତର ସହ ମଧ୍ୟ ନେଇଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ଏ ସମ୍ପର୍କରେ ୨ ଥର ଆଲୋଚନା କରିଛନ୍ତି। ମହାନଦୀରେ ଓଡ଼ିଶା ସରକାରଙ୍କ ନିକଟରେ ବିଚାରଧୀନ ଥିବା ଆନିକଟ, ଆଡିବନ୍ଧ, ବ୍ୟାରେଜ ପ୍ରକଳ୍ପଗୁଡ଼ିକୁ ଗୁରୁତ୍ୱ ଦିଆଯାଇ ସେହି କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଜେଡିର ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ମହାନଦୀ ପ୍ରସଙ୍ଗରେ ବିଜେଡି ସବୁବେଳେ ଲଢ଼େଇ କରିଆସିଛି। ଏହି କଥାକୁ ଦିଲ୍ଲୀ ପର୍ଯ୍ୟନ୍ତ ଉଠାଯାଇଛି। ଏହାକୁ ନେଇ ଆଇନଗତ ଲଢ଼େଇ ମଧ୍ୟ ଚାଲିଛି। ଏସବୁ ଭିତରେ ମହାନଦୀ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ସହଯୋଗ ମିଳିଲା ନାହିଁ। ଯଦି ମୁଖ୍ୟମନ୍ତ୍ରୀ କହୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ତେବେ ଏହା ସ୍ବାଗତଯୋଗ୍ୟ। ହେଲେ କ’ଣ କଥା ହୋଇଛନ୍ତି ସେକଥାକୁ ସାର୍ବଜନୀନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ଆଲୋଚନା କରିଦେଲେ ଯଦି ଏହାର ସମାଧାନ ହୋଇଯାଇଥାଆନ୍ତା ତେବେ କେବେଠାରୁ ଏହି ପ୍ରସଙ୍ଗ ତୁଟି ସାରିଥାଆନ୍ତା। ତାଙ୍କ ସରକାର ଦିଲ୍ଲୀରେ ଅଛି। ସେମାନେ ତାଙ୍କ ସରକାରକୁ ନିର୍ଦ୍ଦେଶ ଦେଇସାରିଥାଆନ୍ତେ। ତେଣୁ ଏସବୁ କଥା ହେଉଛି ରାଜନୈତିକ ଧୂଆଁବାଣ। ସେମାନେ କେବଳ ଝୁମ୍‌ଲା କରୁଛନ୍ତି, ଦେଖିବେ ଏହି କଥାରେ କିଛି ହେବାର ନାହିଁ ବୋଲି ନରସିଂହ କହିଛନ୍ତି।
ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୁହାଯାଇଛି, ମହାନଦୀ ଜଳ ବିବାଦର ଖୁବ୍‌ଶୀଘ୍ର ସମାଧାନ ହେବ ଏବଂ ଏ ଦିଗରେ ଛତିଶଗଡ଼ ସହିତ ୨ ଥର କଥା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ କେଉଁ ବିଷୟରେ ଆଲୋଚନା ହୋଇଛି ଏବଂ ଜଳ ବିବାଦର ସମାଧାନର ବ୍ୟବସ୍ଥା କ’ଣ ତାକୁ ସାର୍ବଜନୀନ କରାଯାଉ। ଏହି ଜଳ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ୍‌ ଗଠିତ ହୋଇଛି l ୨୦୧୮ ମାର୍ଚ୍ଚରେ ଏହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଠିତ ହୋଇଥିଲା। ଆଇନ ଅନୁଯାୟୀ ୩ ବର୍ଷ ଭିତରେ ଟ୍ରିବ୍ୟୁନାଲ ତାଙ୍କ ରାୟ ପ୍ରଦାନ କରିବା ଉଚିତ l ମାତ୍ର ଏହା ଭିତରେ ସାଢ଼େ ୬ ବର୍ଷ ବିତିଯାଇଛି l କିନ୍ତୁ ସମାଧାନ ଦିଗରେ କିଛି ଅଗ୍ରଗତି ହେଲା ନାହିଁ। ଗତ ୭ ମାସ ଧରି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ଏହି ସମୟ ଭିତରେ ଏହାର କୌଣସି ବୈଠକ ହୋଇନାହିଁ l ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର କେତେ ତତ୍ପର ଏଥିରୁ ତାହା ସ୍ପଷ୍ଟ ଅନୁମେୟ। ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ରାସ୍ତା ରହିଛି। ବର୍ତ୍ତମାନ କେନ୍ଦ୍ର, ଓଡ଼ିଶା ଓ ଛତିଶଗଡ଼ରେ ଭାଜପା କ୍ଷମତାରେ ଅଛି। ଅର୍ଥାତ ଏବେ ଟ୍ରିପଲ ଇଞ୍ଜିନ ସରକାର। ତେଣୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ସମ୍ଭାବନା ରହିଛି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ଏକାଧିକ ବ୍ୟାରେଜ ଏବଂ ବନ୍ଧ ନିର୍ମାଣ କରିଛନ୍ତି। ଫଳରେ ଅଣମୌସୁମୀ ସମୟରେ ମହାନଦୀରେ ଜଳ ସଙ୍କଟ ଦେଖାଦେଉଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମି ଯାଉଛି। ଚଳିତ ବର୍ଷ ଅକ୍ଟୋବରରୁ ଜଳକଷ୍ଟ ଦେଖାଦେଲାଣି। ଅକ୍ଟୋବରରେ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ଗେଟ୍‌ ବନ୍ଦ ହୋଇ ସାରିଛି। ଫଳରେ ଚଳିତ ବର୍ଷ ଖରା ଦିନରେ ଏହି ଜଳ ସଙ୍କଟ ଅତି ଉତ୍କଟ ହେବାର ସମ୍ଭାବନା ଦେଖାଦେଇଛି l ମହାନଦୀର ଜଳ ନିରନ୍ତର ପ୍ରବାହ ହେବା ନିତାନ୍ତ ଆବଶ୍ୟକ। ଏହାର ସମାଧାନ ପାଇଁ କଲମା ବ୍ୟାରେଜର ଗେଟ୍‌ ଖୋଲା ରହିବା ଦରକାର। ତେଣୁ ଏଭଳି ସ୍ଥିତିରେ କେନ୍ଦ୍ର, ଛତିଶଗଡ଼ ଏବଂ ଓଡ଼ିଶା ସରକାର ଏହି ପ୍ରସଙ୍ଗକୁ କେତେମାତ୍ରାରେ ଗୁରୁତ୍ୱ ପ୍ରଦାନ କରି ଏହାର ସମାଧାନ କରୁଛନ୍ତି ତ’ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?