ପୁଣି ଏନ୍‌ଜିଟିରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ପୁଣି ବିବାଦ ଘେରରୁ ଆସିଛି ଜିଲା ପ୍ରଶାସନ। ମାସକ ପୂର୍ବରୁ ଦୁଇଟି ବାଲି ସଇରାତକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ରିପୋର୍ଟ ତଲବ କରିଥିବା ବେଳେ ପୁଣି ମହୁପୁରା ବାଲି ସଇରାତରୁ ବେଆଇନ ଉତ୍ତୋଳନ ଓ ପରିବହନକୁ ନେଇ ଏନଜିଟିରେ ମାମଲା ରୁଜୁ ହୋଇଛି। ଏ ନେଇ ବଡ଼ସାହି ବ୍ଲକ ଛେଳିଆ ଗ୍ରାମର ରାଧା ମୋହନ ସିଂଙ୍କ ଅଭିଯୋଗ କ୍ରମେ ମାମଲା (ନଂ.୪୦/୨୦୨୨/ଇଜେଡ୍‌) ରୁଜୁ ହୋଇଛି। ଜୁଡିସିଆଲ ମେମ୍ବର ଜଷ୍ଟିସ ବି.ଅମିତ ସ୍ଥହଲେକାର ଓ ଏକ୍ସପର୍ଟ ମେମ୍ବର ସାଇବଲ ଦାସଗୁପ୍ତାଙ୍କ ଖଣ୍ଡପୀଠରେ ମାମଲାକୁ ନେଇ ୩ଜଣ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ଏକ ୫ଜଣିଆ କମିଟି ଗଠନ କରାଯାଇ ୪ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ମୟୂରଭଞ୍ଜ ଜିଲା ପ୍ରଶାସନକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ା ବଡ଼ସାହି ତହସିଲ ଅଧୀନ ବୁଢ଼ାବଳଙ୍ଗ ନଦୀର ମହୁପୁରା ବାଲି ସଇରାତକୁ ୨୦୧୬ରୁ ୫ବର୍ଷ ପାଇଁ ଲିଜ୍‌ ସୂତ୍ରରେ ପ୍ରଦାନ କରାଯାଇଛି। ମହୁପୁରା ସଇରାତରେ ଥିବା ଖାତା ନଂ. ୧୭୫, ପ୍ଲଟନଂ. ୨୫୩ରୁ ୧୩.୭୨ଏକର ସ୍ଥାନରୁ ପ୍ରତିଦିନ ୧୦ସିୟୁଏମ ବାଲି ଉତ୍ତୋଳନ ପାଇଁ ୩୧ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ମିଳିଥିଲା ା ମାତ୍ର ସମୟର ଅବଧି ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଏକ ବର୍ଷଧରି ବାଲି ଉତ୍ତୋଳନ କରାଯାଉଥିବାରୁ ନିୟମ ଏହା ବର୍ହିଭୂତ ଅଟେ ବୋଲି ଅଭିଯୋଗରେ ଦର୍ଶାଯାଇଛି ା ଅପରପକ୍ଷରେ ଏହି ସଇରାତରେ ୩୬ହଜାର ୯୨୭ସିୟୁଏମ ବାଲି ଗଚ୍ଛିତ ଥିବା ବେଳେ ତହସିଲଦାର ଓ ମାଇନିଂ ଅଧିକାରୀ ମାତ୍ର ୨ହଜାର ସିୟୁଏମ ବାଲି ଗଚ୍ଛିତ ଥିବା ରେକର୍ଡରେ ଦର୍ଶାଇଥିଲେ। ୧ ମିଟର ଗଭୀର ହିସାବରେ ବର୍ଷକୁ ୨୨ଶହ ସିୟୁଏମ ବାଲି ଉତ୍ତୋଳନ କରିବାକୁ ଥିବା ବେଳେ ପ୍ରତିଦିନ ପ୍ରୋକଲିନ୍‌ ମେଶିନ ମାଧ୍ୟମରେ ନଦୀ ଗର୍ଭରୁ ୧୦ମିଟର ଖୋଳାଯାଇ ବେଆଇନ ଭାବେ ୨୦୪୦ସିୟୁଏମ ବାଲି ଉତ୍ତୋଳନ କରାଯାଇଛି। ଏହି କ୍ରମରେ ବର୍ଷକୁ ୪ଲକ୍ଷ ୨୮ହଜାର ସିୟୁଏମ ବାଲି ଖନନ ହେଉଥିବା ବେଳେ ଯାହାକି ଅନୁମତି ସୀମାର ବହୁ ଗୁଣ ଊର୍ଦ୍ଧ୍ୱରେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏହା ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହରାଇଥିବା ଆକଳନ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମେ’୨୩ତାରିଖକୁ ଧାର୍ଯ୍ୟ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri