Posted inଜାତୀୟ

କ୍ଲବ୍‌ ହାଉସ୍‌ ଆପ୍‌ ମାଧ୍ୟମରେ ପୁଣି ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ …

ନୂଆଦିଲ୍ଲୀ, ୧୯।୧ : ଦିଲ୍ଲୀ ପୋଲିସର ସାଇବର ୟୁନିଟ କ୍ଲବ୍‌ ହାଉସ୍‌ ନାମକ ସେଶନ୍‌ ଚାଟ୍‌୍‌ରେ ମୁସଲମାନ ମହିଳାଙ୍କ ପ୍ରତି ଅଶ୍ଳୀଳ ତଥା ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଥିବା ନେଇ ମାମଲା ରୁଜୁ କରିଛି। ଦିଲ୍ଲୀ ପୋଲିସ ଆଇପିସିର ଧାରା ୧୫୩-ଏ, ୨୯୫-ଏ. ୩୫୪-ଏ ଅନ୍ତର୍ଗତ ଏକ ମାମଲା ରୁଜୁ କରାଯାଇଛି। ମାମଲାଟି ଏଫ୍‌ଆଇଆର୍‌ ନମ୍ବର ୧୨/୨୨ରେ ପଞ୍ଜିକରଣ ହୋଇଛି।

ଏହାପୂର୍ବରୁ ଦିଲ୍ଲୀ ମହିଳା ଆୟୋଗ ଏହି ପ୍ରସଙ୍ଗ ସମ୍ପର୍କରେ ଅବଗତ ହୋଇଥିଲେ। ମୁସଲିମ ମହିଳାଙ୍କୁ ଟାର୍ଗେଟ କରୁଥିବା କ୍ଲବ ହାଉସ୍‌ ସେଶନ ଚାଟ୍‌ ଉପରେ ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ନିକଟରେ ବୁଲି ବାଈ ଆପ୍‌ ମାଧ୍ୟମରେ ସୋସିଆଲ ମିଡିଆରେ ମୁସଲମାନ୍‌ ମହିଳାଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରୁଥିବା ମାମଲା ସାମ୍ନାକୁ ଆସିଥିଲା।

ଦିଲ୍ଲୀ ପୋଲିସର ଆଇଏଫ୍‌ଏସ୍‌ଓ ୟୁନିଟ ଏହି ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକରଣ କରିଛି। କ୍ଲବ ହାଉସ ଆପ୍‌ରେ ଏକ ସେଶନ ସମୟରେ କିଛି ଲୋକ ଅଶ୍ଳୀଳ ମନ୍ତବ୍ୟ ଦେଉଥିବାର ଦେଖାଯାଇଥିଲା। ଆପରେ ଚାଲୁଥିବା ହେଡଲାଇନ ଥିଲା, ମୁସଲମାନ ଝିଅମାନେ ହିନ୍ଦୁ ଝିଅଙ୍କ ତୁଳନାରେ ଅଧିକ ସୁନ୍ଦର। ଏହି ଲୋକମାନେ ମୁସଲମାନ ମହିଳାମାନଙ୍କ ପ୍ରତି ଅଶ୍ଳୀଳ ଓ ଅପମାନଜନକ ଭାଷା ବ୍ୟବହାର କରୁଥିଲେ। କ୍ଲବ୍‌ ହାଉସ୍‌ ଆପ୍‌ ସେଶନର ବାର୍ତ୍ତାଳାପର ଏକ ରେକର୍ଡିଂ ଟୁଇଟ୍‌ କରାଯାଇଥିଲା।

@jaiminism ଆଇଡି ସହିତ ଏକ ଟୁଇଟର ହ୍ୟାଣ୍ଡେଲ ତିଆରି କରାଯାଇଥିଲା। ଏଥିରେ କିଛି ଯୁବକ ମୁସଲମାନ ଝିଇମାନଙ୍କ ବିରୁଦ୍ଧରେ ଅଶ୍ଳୀଳ କଥାବାର୍ତ୍ତା କରୁଥିବା ଶୁଣିବାକୁ ମିଳିଥିଲା। ଏହି ସେଶନରେ କେତେକ ଝିଇ ମଧ୍ୟ ସାମିଲ ହୋଇଥିଲେ।

ଏହାପୂର୍ବରୁ ୨୦୨୦ରେ, ଗିଟ୍‌ ହବ ପ୍ଲାଟଫର୍ମରେ ସୁଲି ଡିଲ୍ସ ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଶିବସେନା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ଙ୍କ ଅଭିଯୋଗ ପରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ସେହିପରି ତଥା ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କ ଅଭିଯୋଗ ଉପରେ ଦିଲ୍ଲୀ ଏବଂ ତେଲେଙ୍ଗାନା ପୋଲିସ ତଦନ୍ତ ଆରମ୍ଭ କରିଥିଲେ।

ଏଥିସହିତ ନ୍ୟାଶନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ମଧ୍ୟ ଏହି ପ୍ରସଙ୍ଗ ସମ୍ପର୍କରେ ଅବଗତ ହୋଇଛନ୍ତି ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। କେତେକ ରାଜ୍ୟରେ ମହିଳା ଆୟୋଗଙ୍କ ନିକଟକଚ ଅଭିଯୋଗ ମଧ୍ୟ ପଠାଯାଇଛି। ସୁଲି ଡିଲ୍ସ୍‌ ଏବଂ ବୁଲି ବାଈ ପରେ ଏବେ କ୍ଲବ୍‌ ହାଉସ୍‌ ଆପ୍‌ ମୁସଲମାନ ମହିଳାମାନଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ପ୍ରତାଡିତ କରିବାକୁ ଲକ୍ଷ୍ୟ ରଖିଛି। ଏସବୁ ବିବାଦୀୟ ଆପଗୁଡ଼ିକରେ ମୁସଲମାନ ମହିଳାମାନଙ୍କ ଫଟୋ ଏବଂ ସୂଚନା ଅପଲୋଡ କରାଯାଇଥିଲା।

ଟୁଇଟର, ଇନଷ୍ଟାଗ୍ରାମ କିମ୍ବା ଫେସବୁକ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରୁ ସମ୍ପୃକ୍ତକ୍‌ ମହିଳାମାନଙ୍କ ଆକାଉଣ୍ଟରୁ ଫଟୋ ଏବଂ ସୂଚନା ଚୋରି ହୋଇଥିଲା। ମାଇକ୍ରୋସଫ୍ଟର ଓପନସୋର୍ସ ସଫ୍ଟୱେର୍‌ କଣ୍ଟେଟ ଶେୟାରିଂ ପ୍ଲାଟଫର୍ମ ଗିଟ୍‌ ହବ୍‌ ରେ ଯେ କୌଣସି ବ୍ୟକ୍ତି ଅପଲୋଡ କରିପାରିବେ। ଲୋକମାନେ ଗିଟ୍‌ହବ୍‌ରେ ସେମାନଙ୍କର ଆପ ମଧ୍ୟ ବିକ୍ରି କରିପାରିବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ପଢୁଥିବା ଦାବିନ୍ଦର ଝିଅଙ୍କ ପଢାଖର୍ଚ୍ଚ ବହନ କରୁଛି ଆଇଏସ୍‌ଆଇ!

ନୂଆଦିଲ୍ଲୀ,୨୦।୧: ଜମ୍ମୁ-କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଧରାପଡିଥିବା ଡିଏସ୍‌ପି ଦାବିନ୍ଦର ସିଂଙ୍କ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) କଡା ନଜର ରଖିଛି। ଏନ୍‌ଆଇଏ ଏବେ...

ବାଇକ୍‌ ଚାଳକକୁ ଅଟକାଇ ମାନବିକତା ଦେଖାଇଲେ ପୋଲିସ ବାବୁ

ଚେନ୍ନାଇ,୨୫।୩ : ନୂଆ ଯାନବାହନ ଆଇନ କାର୍ଯ୍ୟକାରୀ ହେଲା ପରେ ବାଇକ୍‌ ଚାଳକଙ୍କୁ ପୋଲିସ ଅଟକାଇବାର ଅର୍ଥ ହେଲା ଜରିମାନା କଟିବା ନିଶ୍ଚିତ। କିନ୍ତୁ ତାମିଲନାଡୁର...

ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତ-ତର୍କପୂର୍ଣ୍ଣ ହେବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ, ୨୨।୨: ଦେଶର ବିକାଶ ପାଇଁ ଜାରି ରହିଥିବା ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତଏବଂ ତର୍କପୂର୍ଣ୍ଣ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କହ୍ନେୟାଲାଲ ହତ୍ୟା ମାମଲା: ସପ୍ତମ ଅଭିଯୁକ୍ତ ଗିରଫ

ଉଦୟପୁର,୧୦।୭: ରାଜସ୍ଥାନର ଉଦୟପୁର ଦରଜି କହ୍ନେୟାଲାଲ ହତ୍ୟା ମାମଲାରେ ଏନଆଇଏ ସପ୍ତମ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଫରହାଦ ମହମ୍ମଦ ଶେଖ (୩୧) କହ୍ନେୟାଲାଲ ହତ୍ୟା...

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ୨ ପାଦ ଉଠିଲା ଭାରତ

ନୂଆଦିଲ୍ଲୀ,୨୩।୧୧(ଆଇଏଏନ୍‌ଏସ୍‌): ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ-୨୦୨୩)ରେ ଭାରତ ୨ ପାଦ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛି। ଜର୍ମାନ ଓ୍ବାଚ୍‌, ନ୍ୟୁ କ୍ଲାଇମେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌...

ମମତା ଡାକିଲେ ଜରୁରୀ ବୈଠକ

କୋଲକାତା,୧୮ ।୧୨: ପଶ୍ଚିମବଙ୍ଗରେ କିଛିଦିନ ତଳେ ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା । ଏବେ ଏହାକୁ...

ନଭେମ୍ବର ୨୫ରେ ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଉପନିର୍ବାଚନ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ପଶ୍ଚିମବଙ୍ଗର ୩ ବିଧାନସଭା ଆସନ ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ଲାଗି ନଭେମ୍ବର ୨୫ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଶୁକ୍ରବାର...

ସମାଜବାଦୀ ପାର୍ଟିକୁ ଲାଗିପାରେ ବଡ଼ ଝଟ୍‌କା: ଭାଜପାରେ ସାମିଲ ହୋଇପାରନ୍ତି ଅଖିଳେଶଙ୍କ ବନ୍ଧୁ

ଲକ୍ଷ୍ନୌ,୧।୧୦: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି(ଏସ୍‌ପି)କୁ ଲାଗିପାରେ ବଡ଼ ଝଟ୍‌କା। ଏସ୍‌ପିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିକଟତମ ବନ୍ଧୁ ତଥା ଗତ ସରକାରରେ...

Advertisement
Archives

Model This Week