ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ଫଟୋ ପୋଷ୍ଟ କରିଛି।

ଫେସ୍‌ବୁକରେ ଅପଲୋଡ୍‌ ହୋଇଥିବା ଏହି ଫଟୋକୁ ଅନେକ ଲୋକ ସେୟାର ଏବଂ ରିପୋଷ୍ଟ ମଧ୍ୟ କରିଛନ୍ତି। ଶ୍ରୀମନ୍ଦିର ଉପରୁ ଡ୍ରୋନ୍‌ ମାଧ୍ୟମରେ ଏହି ଫଟୋ କିଭଳି ନିଆଗଲା, ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଭାଇରାଲ୍‌ ହୋଇଥିବା ଫଟୋରେ ଶ୍ରୀମନ୍ଦିର କୁରମ ବେଢ଼ା ଭିତରେ ଥିବା ବଡ଼ଦେଉଳ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ଦେଖାଯାଉଛି।

ମେଘନାଦ ପାଚେରି ଭିତରେ ଥିବା ଅନେକ ଐତିହ୍ୟ ଓ ମନ୍ଦିର ମଧ୍ୟ ଫଟୋରେ ଦେଖାଯାଉଛି। ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍‌ କରାଯାଇଥିବା ବେଳେ ଡ୍ରୋନ୍‌ ମାଧ୍ୟମରେ ଶ୍ରୀମନ୍ଦିର ଉପରୁ ଫଟୋ ଓ ଭିଡିଓ କିଭଳି ଉତ୍ତୋଳନ କରାଗଲା ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଶ୍ରୀମନ୍ଦିର ଭିତର ସହ ଅନେକ ସମୟରେ ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନ୍‌ ଉପରେ ଡ୍ରୋନ ଉଡୁଥିବାକୁ ଜଗନ୍ନାଥପ୍ରେମୀ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଏଦିଗରେ କଠୋର କାର୍ଯ୍ୟାନୁଷ୍ଟାନ ନିମନ୍ତେ ଦାବି କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

IND vs IRE: ପୁଣି ନିରାଶ ହେଲେ ବୈଭବ; କିଏ ସେହି ସୂର୍ଯ୍ୟାଂଶ-ପ୍ରିନ୍ସ, ଯାହାଙ୍କୁ ମିଳିଲା ସୁଯୋଗ?

ବେଲଫାଷ୍ଟ,୨୮।୬: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ଆରମ୍ଭ ବେଶ୍ ରୋମାଞ୍ଚକର ରହିଛି, ଯେଉଁଠାରେ ଘରୋଇ ଦଳ ପ୍ରଥମ ମ୍ୟାଚ୍‌ରେ ଭାରତକୁ ହରାଇ ଇତିହାସ…

ଦେବସ୍ନାନ ପୂର୍ଣ୍ଣିମା, ଆସନ୍ତାକାଲି ସବୁ ସ୍କୁଲ୍‌ ବନ୍ଦ

ପୁରୀ,୨୮ା୬: ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆସନ୍ତାକାଲି ଅର୍ଥାତ୍ ସୋମବାର ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ । ଶିଶୁ ବାଟିକାଠାରୁ ଦ୍ବାଦଶ…

ପ୍ରଦୀପଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା, ସହଯୋଗର ହାତ ବଢ଼ାଇଲେ ସାଥି ଶିକ୍ଷକ

ଦାରିଙ୍ଗବାଡି,୨୮ା୬(ଅରୁଣ ସାହୁ): ଜଣେ ଶିକ୍ଷକଙ୍କ ମୃତ୍ୟୁ ପରେ ତାଙ୍କ ସାଥି ଶିକ୍ଷକ ମାନେ ମୃତକଙ୍କ ପରିବାର ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକାଶଯୋଗ୍ୟ…

ଅଲଗା ହେବେ ଗୌରବ ଖାନ୍ନା-ଆକାଂକ୍ଷା ଚମୋଲା, ସାମ୍ନାକୁ ଆସିଲା ଛାଡ଼ପତ୍ରର ଅସଲ କାରଣ!

ମୁମ୍ବାଇ: ଅଲଗା ହେବେ ଟେଲିଭିଜନ ଦୁନିଆର ଆଉ ଏକ ପ୍ରିୟ ଦମ୍ପତି। ଅଭିନେତ୍ରୀ ଆକାଂକ୍ଷା ଚମୋଲା ଏବଂ ଅଭିନେତା ତଥା ବିଗ୍‌ବସ୍‌ ବିଜେତା ଗୌରବ ଖାନ୍ନାଙ୍କ ସମ୍ପର୍କରେ…

କୋଳି ତୋଳିବାକୁ ଯାଇଥିଲେ ମା’-ଝିଅ, ହଠାତ୍‌ ବଦଳିଗଲା ପାଗ, ଘଟିଲା ବଡ଼ ଅଘଟଣ

ଉମରକୋଟ,୨୮ା୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକରୁ ଆସିଛି ଏକ ଦୁଃଖଦ ଖବର। କୋଳି ତୋଳିବାକୁ ଯାଇ ମା’-ଝିଅଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ପରେ ଗାଁରେ…

ଶିଶୁକନ୍ୟାର ମୁଣ୍ଡ ଉପରେ ଚଢ଼ିଗଲା ମିନିଟ୍ରକ୍‌

ନବରଙ୍ଗପୁର,୨୮ା୬(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ ଖବର। ୪ ବର୍ଷର ଏକ ଶିଶୁକନ୍ୟାଙ୍କ ଉପରେ ଚଢ଼ିଗଲା ମିନିଟ୍ରକ୍‌।…

ଚଳନ୍ତା ବାଇକ୍‌ରେ ଶାଶୁଙ୍କୁ ହତ୍ୟା, ପରିବାର ଲୋକଙ୍କୁ କହିଲେ ହାର୍ଟ ଆଟାକ୍‌, ମାତ୍ର ଏମିତି ରହସ୍ୟ ଖୋଲିଦେଲା ପୋଲିସ…

ହାଇଦ୍ରାବାଦ,୨୮ା୬: ତେଲଙ୍ଗାନାର କରିମନଗର ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଜ୍ୱାଇଁ ତାଙ୍କ ଶାଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।…

ୟୁରୋପରେ ତାତିର ତାଣ୍ଡବ! ୧୦୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ,୨୮।୬: ପଶ୍ଚିମ ୟୁରୋପରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାପମାତ୍ରା ରେକର୍ଡ ଭାଙ୍ଗୁଥିବା ବେଳେ ଲୋକେ ଆଉଟୁପାଉଟୁ ହେଉଥିବା ନେଇ ଖବର ସାମ୍ନାକୁ ଆସିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri