ପୁଣି ପୃଥିବୀ ଉପରେ ମାଡ଼ି ଆସିଲା ବିପଦ: ପାଣିରେ ବହୁ ଉପକୂଳ ସହର ବୁଡ଼ିଯିବା ଆଶଙ୍କା !…

ଲଣ୍ଡନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରେ ଏକ ବିରାଟକାୟ ହିମଖଣ୍ଡ ଭାଙ୍ଗିଯାଇଛି। ଏହାର ଲମ୍ବ ୧୭୫ କିଲୋମିଟର ହୋଇଥିବାବେଳେ ପ୍ରସ୍ଥ ୨୫ କିଲୋମିଟର ରହିଛି। ଏହାର କ୍ଷେତ୍ରଫଳ ୪,୩୨୦ ବର୍ଗ କିଲୋମିଟର ବୋଲି ପରିବେଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ନୁହେଁ ପ୍ରାକୃତିକ କାରଣରୁ ଏହା ଭାଙ୍ଗିଥିବା ବ୍ରିଟେନ୍‌ର ଆଣ୍ଟାର୍କଟିକା ସର୍ଭେ ଦଳର ବୈଜ୍ଞାନିକ ଲୋରା ଗେରିଶ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହାର ନାମକରଣ ଏ-୭୬ ଭାବେ କରାଯାଇଛି। ଆଣ୍ଟାର୍କଟିକାର ପଶ୍ଚିମ ଭାଗରେ ଥିବା ରୋନ୍ନେ ଆଇସ୍‌ ସେଲ୍ଫ୍‌ରୁ ଏହା ଭାଙ୍ଗିଥିବା ୟୁରୋପିଆନ୍‌ ମହାକାଶ ଏଜେନ୍ସିର ସାଟେଲାଇଟ୍‌ ଫଟୋ ଚିତ୍ରରୁ ଜଣାପଡ଼ିଛି। ଏହି ହିମଖଣ୍ଡ ଭାଙ୍ଗିବା ନେଇ ପୃଥିବୀରେ ଆତଙ୍କ ଖେଳି ଯାଇଛି। ଏହା ତରଳିଲେ ସମୁଦ୍ର ଜଳସ୍ତର ୨୦୦ଫୁଟ ବୃଦ୍ଧି ପାଇବ। ଫଳରେ ଉପକୂଳ ଅଞ୍ଚଳରେ ଥିବା ବହୁ ସହର ପାଣିରେ ବୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରତ୍ୟକ୍ଷ ଭାବେ ସମୁଦ୍ର ଜଳସ୍ତର ଉପରେ ଏହାର ପ୍ରଭାବ ନ ପଡ଼ିଲେ ବି ଅପ୍ରତ୍ୟକ୍ଷ ଭାବେ ଜଳସ୍ତର ପ୍ରଭାବିତ ହେବ ବୋଲି ଲୋରା ଗେରିଶ୍‌ କହିଛନ୍ତି। ନେଚର ପତ୍ରିକା ରିପୋର୍ଟ ଅନୁସାରେ ୧୮୮୦ ମସିହାଠାରୁ ଗତ ୧୪୧ ବର୍ଷ ମଧ୍ୟରେ ସମୁଦ୍ର ଜଳସ୍ତର ୯ ଇଞ୍ଚ ବଢ଼ିଛି। ଜଳସ୍ତରର ଏକ ତୃତୀୟାଂଶ ପାଣି ଆଣ୍ଟାର୍କଟିକାର ହିମଖଣ୍ଡ ତରଳିବାରୁ ସୃଷ୍ଟି ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?