ପୁଣି ଯୌଥ ପରିବାର

ଏକା ଏକା ରହିବାକୁ କାହାକୁ ବି ଭଲ ଲାଗେନା। କିନ୍ତୁ ଏକାକୀ ଜୀବନ ବିତାଇବାକୁ ବାଧ୍ୟ କରିଛି ଲକ୍‌ଡାଉନ୍‌। ଏମିତି ପରିସ୍ଥିତିରେ ଏବେ ପୁଣି ଥରେ ଲୋଡା ପଡିଛି ଯୌଥ ପରିବାର। ସମସ୍ତଙ୍କ ସହ ଏକାଠି ରହିବା ପାଇଁ ଏବେ ଲୋକେ ପୁଣି ଥରେ ବଡ଼ ପରିବାରର ଆବଶ୍ୟକତାକୁ ଅନୁଭବ କରିପାରିଛନ୍ତି। ବିଶେଷକରି ସହରି ମହିଳାମାନେ ପିଲାମାନଙ୍କୁ ନେଇ ମୁହାଁଉଛନ୍ତି ଗାଁ ଆଡ଼କୁ…

ଲକ୍‌ଡାଉନରେ ଘରେ ବସି ପିଲାମାନେ ବୋର ହେଉଛନ୍ତି, ଗୃହିଣୀମାନେ ଏକା ଏକା ସବୁ କାମ କରି ଥକି ଯାଉଛନ୍ତି। ତା’ ସାଙ୍ଗକୁ ପୁଣି କେତେବେଳେ କ’ଣ ହେବ ଭାବି ମନୋବଳ ବି ଭାଙ୍ଗି ଯାଉଛି। କିନ୍ତୁ ଏମିତି ପରିସ୍ଥିତିରେ ଯଦି ଘରର ସବୁ ଲୋକ ପାଖରେ ଅଛନ୍ତି ତା’ହେଲେ ଆଉ କିଛି ଅସୁବିଧା ନାହିଁ। ତେଣୁ ଯେଉଁମାନେ ଏକାକୀ ପରିବାର ଗଢି ରହୁଥିଲେ ସେମାନେ ବି ଶାଶୁ, ଶ୍ୱଶୁର କି ଅନ୍ୟ ସଦସ୍ୟଙ୍କ ସହ ଏକାଠି ରହିବାକୁ ପସନ୍ଦ କରିଲେଣି।
ପାଇଁ ଏବେ ସବୁଆଡ଼େ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଛି। ସାମାଜିକ ସମ୍ପର୍କ ଏକ ପ୍ରକାରର ନଷ୍ଟ ହୋଇଯାଇଛି କହିଲେ ଭୁଲ୍‌ ହେବନାହିଁ। ବର୍ଷେରୁ ଅଧିକ ସମୟ ହେଲାଣି ସ୍କୁଲ ବନ୍ଦ ରହିଛି। ଘରେ ଏକା ରହି ପାଠ ପଢ଼ିବାକୁ ପିଲାମାନଙ୍କର ଆଗ୍ରହ ହେଉନି। ତା’ ଛଡା ଅନେକେ ଏବେ ଏକାକୀ ପରିବାରରେ ବେଶି ସମୟ ରହି ଡିପ୍ରେସନର ଶିକାର ହେଉଛନ୍ତି। ତେଣୁ ପିଲାଙ୍କୁ ଏଭଳି ପରିବେଶରୁ ମୁକୁଳେଇବା ପାଇଁ ଜେଜେ, ଜେଜେମା’ କିମ୍ବା ଦାଦା ଖୁଡ଼ୀଙ୍କ ସହିତ ଲୋଡ଼ା ଏକ ଭରପୂର ପରିବାର।
ପିଲାଙ୍କ ପାଇଁ ଭଲ: ଲକ୍‌ଡାଉନ୍‌ ପାଇଁ ପିଲାମାନେ ଘରେ ଏକା ରହି ଅଧିକାଂଶ ସମୟରେ ଡିପ୍ରେସନର ଶିକାର ହେଉଛନ୍ତି କିମ୍ବା ସ୍ମାର୍ଟଫୋନ ଆଡିକ୍ଟ ହୋଇ ଯାଉଛନ୍ତି। କିନ୍ତୁ ଯୌଥ ପରିବାରରେ ରହିଲେ ଏସବୁ ସମସ୍ୟା ରହିବ ନାହିଁ। ପିଲାଟିଏ ସମୟ ବିତାଇବା ପାଇଁ ଅନେକ ପ୍ରକାରର ମାଧ୍ୟମ ପାଇପାରିବ। ସମସ୍ତଙ୍କ ସହିତ ଖେଳକୁଦ, ଗପସପ କରି ବେଶ୍‌ ଖୁସିରେ ସମୟ କଟାଇ ଦେବ। ଖେଳିବା ପାଇଁ ଯେମିତି ଅନେକ ଭାଇ ଭଉଣୀଙ୍କ ସାଙ୍ଗ ମିଳିବ ସେମିତି କୌଣସି ଭୁଲ୍‌ କାମ କରିବା ପୂର୍ବରୁ ବି ଅନେକଙ୍କର ତାଗିଦା ରହିବ।
ମନୋବଳ ବଢୁଛି: କରୋନା ଏବେ ଶିଖାଇଛି ଏକା ରହିବାକୁ। ଥରେ କରୋନା ହେଲେ କେହି ବି ପାଖକୁ ଆସିବେ ନାହିଁ। ଏମିତି କିଛି ନକାରାତ୍ମକ କଥା ସବୁ ଶୁଣି ବେଳେବେଳେ ମନ ଏତେ ଦୁର୍ବଳ ହୋଇଯାଉଛି ଯେ ବଞ୍ଚିବା କଷ୍ଟକର ହୋଇଯାଉଛି। ଏମିତି ଅବସ୍ଥାରେ କାଳେ ଦେହ ଖରାପ ହୋଇଯିବ ଭାବି ଅଧିକାଂଶ ଲୋକ ଭୟର ଶିକାର ହେଉଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ପାଖରେ ଦାଦା, ପୁତୁରା, ଅପା ଆଉ ଭାଇ ଆଦି ସମସ୍ତେ ଥିଲେ ସେମାନଙ୍କ କଥାରେ ମନରେ ସାହସ ସୃଷ୍ଟି ହେଉଛି। ଆଉ ମନୋବଳ ଦୃଢ ରହୁଛି କି କୌଣସି ପ୍ରକାରର ରୋଗ ହେଲେ ନିଜ ଲୋକଙ୍କ ସାହାଯ୍ୟ ମିଳିବ।
ଶାରୀରିକ ସୁସ୍ଥତା: ଲକ୍‌ଡାଉନ୍‌ ପାଇଁ ଗୃହିଣୀମାନଙ୍କର କାମ ବହୁତ ବଢି ଯାଉଛି। ସବୁଦିନ ସମସ୍ତଙ୍କର ପୋଷାକପତ୍ର ସଫା କରିବା, ଘର ସଫା କରିବା, ସବୁ ଜିନିଷକୁ ସାନିଟାଇଜ୍‌ କରିବା, ପରିବାପତ୍ରକୁ ଧୋଇବା, ରୋଷେଇ କରିବା ଏମିତି ଅନେକ ପ୍ରକାରର କାମ ଏକା ଏକା କରିବାକୁ ହେଉଛି। କିନ୍ତୁ ଯୌଥ ପରିବାରରେ ସମସ୍ତଙ୍କ ସହ ରହିଲେ ସବୁ କାମ ବି ବାଣ୍ଟି ହୋଇ କମିଯାଉଛି। ତେଣୁ ଏପରି ସ୍ଥିତିରେ ଗୃହିଣୀମାନଙ୍କର ଦେହ ସୁସ୍ଥ ରହିବା ସହିତ ମନ ବି ସୁସ୍ଥ ରହିପାରିବ।
ଏମାନେ କ’ଣ କହନ୍ତି
ଲକ୍‌ଡାଉନ୍‌ ହେବା ଦିନରୁ ଗାଁକୁ ଆସିଛି: ଗତବର୍ଷ ଲକ୍‌ଡାଉନ୍‌ ହେବା ପରଠାରୁ ମୁଁ ପିଲାମାନଙ୍କୁ ନେଇ ଗାଁକୁ ଚାଲି ଆସିଛି। ୱାର୍କ ଫ୍ରମ ହୋମ ମାଧ୍ୟମରେ ଘରେ କାମ କରୁଛି ଆଉ ମୋ ଝିଅ ପୁଅ ବି ସମସ୍ତଙ୍କ ପାଖରେ ବେଶ୍‌ ଖୁସିରେ ଅଛନ୍ତି। ଝିଅ ଅନ୍‌ଲାଇନରେ କ୍ଲାସ କରୁଛି ଆଉ ପୁଅ ସ୍କୁଲ ଯାଇ ନ ଥିବାରୁ ତା’ ଜେଜେ, ଜେଜେମା’ଙ୍କ ସହିତ ଖେଳୁଛି। ଗାଁରେ ମତେ ସବୁ ସୁବିଧା ମିଳିଯାଉଛି। ପିଲାମାନେ ମୋ ସହିତ ବେଳେବେଳେ ତାଙ୍କ ମାମୁ ଘରକୁ ଯାଇ କିଛି ଦିନ ରହି ବେଶ୍‌ ଖୁସି ହେଉଛନ୍ତି। ଆଗରୁ ବାଙ୍ଗାଲୋରରେ ଏକୁଟିଆ ଘରେ ପିଲାଙ୍କ କାମକୁ ଅଫିସ ଯିବା ମତେ ବହୁତ କଷ୍ଟ ହେଉଥିଲା। କିନ୍ତୁ ଏବେ ସମସ୍ତଙ୍କ ସହ ମିଶି ରହିଥିବାରୁ କିଛି ବି ସମସ୍ୟା ରହୁନି।
-ରାନୁସ୍ମିତା ସ୍ବାଇଁ, ଟେକ୍ନିକାଲ
ସ୍ପେସାଲିଷ୍ଟ, କୋଫୋର୍ସ
ଟେକ୍ନୋଲୋଜି, ବାଙ୍ଗୋଲୋର
ଗାଁରେ ଭାଇଙ୍କ ଘରେ ରହୁଥିଲେ: ମୋର ପିଲାମାନଙ୍କ ପାଇଁ ଭାରି ଚିନ୍ତା। କ୍ଲାସ କରିବା ବାହାନାରେ ଦି’ ଜଣ ଯାକ ସବୁବେଳେ ଫୋନ ଦେଖୁଛନ୍ତି। ସେମାନଙ୍କ ଏହି ଅଭ୍ୟାସ ଛଡାଇବା ପାଇଁ ଆରବର୍ଷ ଦି ତିନି ମାସ ପାଇଁ ଗାଁରେ ବଡ଼ ଭାଇଙ୍କ ପାଖରେ ଛାଡି ଆସିଥିଲି। ସେଠାରେ ସେମାନେ ଟିୟୁସନ୍‌ ହୋଇ ପାଠ ପଢୁଥିଲେ। ସ୍କୁଲ ଖୋଲିବ ଭାବି ସେମାନଙ୍କୁ ପୁରୀ ନେଇ ଆସିଥିଲି। କିନ୍ତୁ କରୋନା ଦ୍ୱିତୀୟ ଲହର ପାଇଁ ଏବେ ପୁଣି ଚିନ୍ତା।
-ପ୍ରଜ୍ଞା ପରିମିତା ରାଜଗୁରୁ, ଗୃହିଣୀ, ସିଦ୍ଧବକୁଳ ଲେନ୍‌, ପୁରୀ
ପୁଣି ଥରେ ବନ୍ଦୀ ହେଲାଭଳି ଲାଗୁଛି: ଲକ୍‌ଡାଉନ୍‌ ପାଇଁ ନା ଆମେ କୁଆଡ଼େ ଯାଇପାରୁଛୁ ନା ପାଖ ପଡ଼ିଶାଙ୍କ ସହିତ ଏକାଠି ବୁଲାବୁଲି କରିପାରୁଛୁ। ଏମିତି କି ମୋ ପୁଅକୁ ବାହାରେ କାହା ସହିତ ଖେଳିବାକୁ ବି ବାଧ୍ୟ ହୋଇ ମନା କରୁଛି। ତେଣୁ ସେ ସବୁବେଳେ ଚିଡିଚିଡି ହେଉଛି। କାହା ସହ ଖେଳିବ ବୋଲି ବାରମ୍ବାର ପ୍ରଶ୍ନ କରି ବିରକ୍ତ କରି ଦେଉଛି। ସ୍କୁଲ ଖୋଲିଲେ ହୁଏତ କିଛି ସମୟ କଟି ଯାଇଥାନ୍ତା। କିନ୍ତୁ ପୁଣି ଥରେ କରୋନା ଯେମିତି ଚଡ଼କ ଭଳି ଲାଗୁଛି।
-କବିତା ସାହୁ, ଶିକ୍ଷୟିତ୍ରୀ,
ନୀଳକଣ୍ଠନଗର, ନୟାପଲ୍ଲୀ, ଭୁବନେଶ୍ୱର
ସାପ୍ତାହିକ ଛୁଟିରେ ଗାଁ ଯାଉଛୁ: ଲକ୍‌ଡାଉନ୍‌ ହେବା ପରଠାରୁ ବାହାରେ ହୋଟେଲ ବନ୍ଦ ହୋଇଯିବାରୁ ମୁଁ ତାଙ୍କ ପାଖକୁ ରୋଷେଇ କରିବା ପାଇଁ ଛୁଆଙ୍କୁ ନେଇ ଆସିଥିଲି। କିନ୍ତୁ ଏଠି ଘର ଭିତରେ ରହି ରହି ପିଲାମାନେ ବିରକ୍ତ ହେବା ସହିତ ମତେ ବି ବୋର ଲାଗୁଛି। ସେଥିପାଇଁ ସାପ୍ତାହିକ ଛୁଟି ହେବା ମାତ୍ରେ ପ୍ରତି ଥର ଆମେ ସମସ୍ତେ ମିଶି ଦୁଇ ଦିନ ପାଇଁ ଗାଁକୁ ଯାଉଛୁ। ସେଠି ବାପା ଓ ସାନବାପା, ଖୁଡ଼ୀ ଆଉ ସାନ ଯାଆ ସହିତ ମୋର ଦୁଇ ଛୁଆ ବେଶ୍‌ ଆରାମରେ ସମୟ କଟେଇ ଆସୁଛୁ।
-ମିନତି ପଟ୍ଟନାୟକ, ଗୃହିଣୀ,ବରଗଡ ବ୍ରିଟ କଲୋନୀ, ଭୁବନେଶ୍ୱର
ସ୍କୁଲ ଖୋଲିଲେ ଯିବୁ:
-ଶିବାନୀ ସେବିକା ସ୍ବାଇଁ,
ଗୃହିଣୀ, ଫୁଲ ନଖରା, କଟକ
ଗାଁରେ ଦାଦା, ବଡବାପା ସମସ୍ତେ ରହୁଛନ୍ତି। ଲକ୍‌ଡାଉନ୍‌ ହେବା ପରଠାରୁ ଆମେ ବର୍ଷେ ହେଲାଣି ଗାଁରେ ଅଛୁ। ଏଠି ସବୁ ସହଜରେ ମିଳିଯାଉଛି। ତା’ ଛଡା ସମସ୍ତେ ଏକାଠି ରହିବାରୁ କିଛି ଚିନ୍ତା ରହୁନାହିଁ। ମତେ ବି ଘରର ସବୁ କାମ କରିବାକୁ ପଡୁନି। ସମସ୍ତେ ଏକାଠି ଗପସପ କରି ଘର କାମ କରିବାକୁ ବହୁତ ଖୁସି ଲାଗୁଛି। ଅବଶ୍ୟ ଅଫିସ ଖୋଲିବା ପରଠୁ ମୋ ସ୍ବାମୀ ସହରକୁ ଯାଇ କାମ କରୁଛନ୍ତି। କିନ୍ତୁ ଆମେ ସ୍କୁଲ ଖୋଲିଲେ ଯିବୁ ବୋଲି ଭାବିଥିଲୁ। ମାତ୍ର କରୋନାର ଦ୍ୱିତୀୟ ଲହର ପାଇଁ ଏବେ ଯିବା ଭଳି ଲାଗୁନି। -ସସ୍ମିତା ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri