ପୁଣି ଯୌଥ ପରିବାର

ଏକା ଏକା ରହିବାକୁ କାହାକୁ ବି ଭଲ ଲାଗେନା। କିନ୍ତୁ ଏକାକୀ ଜୀବନ ବିତାଇବାକୁ ବାଧ୍ୟ କରିଛି ଲକ୍‌ଡାଉନ୍‌। ଏମିତି ପରିସ୍ଥିତିରେ ଏବେ ପୁଣି ଥରେ ଲୋଡା ପଡିଛି ଯୌଥ ପରିବାର। ସମସ୍ତଙ୍କ ସହ ଏକାଠି ରହିବା ପାଇଁ ଏବେ ଲୋକେ ପୁଣି ଥରେ ବଡ଼ ପରିବାରର ଆବଶ୍ୟକତାକୁ ଅନୁଭବ କରିପାରିଛନ୍ତି। ବିଶେଷକରି ସହରି ମହିଳାମାନେ ପିଲାମାନଙ୍କୁ ନେଇ ମୁହାଁଉଛନ୍ତି ଗାଁ ଆଡ଼କୁ…

ଲକ୍‌ଡାଉନରେ ଘରେ ବସି ପିଲାମାନେ ବୋର ହେଉଛନ୍ତି, ଗୃହିଣୀମାନେ ଏକା ଏକା ସବୁ କାମ କରି ଥକି ଯାଉଛନ୍ତି। ତା’ ସାଙ୍ଗକୁ ପୁଣି କେତେବେଳେ କ’ଣ ହେବ ଭାବି ମନୋବଳ ବି ଭାଙ୍ଗି ଯାଉଛି। କିନ୍ତୁ ଏମିତି ପରିସ୍ଥିତିରେ ଯଦି ଘରର ସବୁ ଲୋକ ପାଖରେ ଅଛନ୍ତି ତା’ହେଲେ ଆଉ କିଛି ଅସୁବିଧା ନାହିଁ। ତେଣୁ ଯେଉଁମାନେ ଏକାକୀ ପରିବାର ଗଢି ରହୁଥିଲେ ସେମାନେ ବି ଶାଶୁ, ଶ୍ୱଶୁର କି ଅନ୍ୟ ସଦସ୍ୟଙ୍କ ସହ ଏକାଠି ରହିବାକୁ ପସନ୍ଦ କରିଲେଣି।
ପାଇଁ ଏବେ ସବୁଆଡ଼େ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଛି। ସାମାଜିକ ସମ୍ପର୍କ ଏକ ପ୍ରକାରର ନଷ୍ଟ ହୋଇଯାଇଛି କହିଲେ ଭୁଲ୍‌ ହେବନାହିଁ। ବର୍ଷେରୁ ଅଧିକ ସମୟ ହେଲାଣି ସ୍କୁଲ ବନ୍ଦ ରହିଛି। ଘରେ ଏକା ରହି ପାଠ ପଢ଼ିବାକୁ ପିଲାମାନଙ୍କର ଆଗ୍ରହ ହେଉନି। ତା’ ଛଡା ଅନେକେ ଏବେ ଏକାକୀ ପରିବାରରେ ବେଶି ସମୟ ରହି ଡିପ୍ରେସନର ଶିକାର ହେଉଛନ୍ତି। ତେଣୁ ପିଲାଙ୍କୁ ଏଭଳି ପରିବେଶରୁ ମୁକୁଳେଇବା ପାଇଁ ଜେଜେ, ଜେଜେମା’ କିମ୍ବା ଦାଦା ଖୁଡ଼ୀଙ୍କ ସହିତ ଲୋଡ଼ା ଏକ ଭରପୂର ପରିବାର।
ପିଲାଙ୍କ ପାଇଁ ଭଲ: ଲକ୍‌ଡାଉନ୍‌ ପାଇଁ ପିଲାମାନେ ଘରେ ଏକା ରହି ଅଧିକାଂଶ ସମୟରେ ଡିପ୍ରେସନର ଶିକାର ହେଉଛନ୍ତି କିମ୍ବା ସ୍ମାର୍ଟଫୋନ ଆଡିକ୍ଟ ହୋଇ ଯାଉଛନ୍ତି। କିନ୍ତୁ ଯୌଥ ପରିବାରରେ ରହିଲେ ଏସବୁ ସମସ୍ୟା ରହିବ ନାହିଁ। ପିଲାଟିଏ ସମୟ ବିତାଇବା ପାଇଁ ଅନେକ ପ୍ରକାରର ମାଧ୍ୟମ ପାଇପାରିବ। ସମସ୍ତଙ୍କ ସହିତ ଖେଳକୁଦ, ଗପସପ କରି ବେଶ୍‌ ଖୁସିରେ ସମୟ କଟାଇ ଦେବ। ଖେଳିବା ପାଇଁ ଯେମିତି ଅନେକ ଭାଇ ଭଉଣୀଙ୍କ ସାଙ୍ଗ ମିଳିବ ସେମିତି କୌଣସି ଭୁଲ୍‌ କାମ କରିବା ପୂର୍ବରୁ ବି ଅନେକଙ୍କର ତାଗିଦା ରହିବ।
ମନୋବଳ ବଢୁଛି: କରୋନା ଏବେ ଶିଖାଇଛି ଏକା ରହିବାକୁ। ଥରେ କରୋନା ହେଲେ କେହି ବି ପାଖକୁ ଆସିବେ ନାହିଁ। ଏମିତି କିଛି ନକାରାତ୍ମକ କଥା ସବୁ ଶୁଣି ବେଳେବେଳେ ମନ ଏତେ ଦୁର୍ବଳ ହୋଇଯାଉଛି ଯେ ବଞ୍ଚିବା କଷ୍ଟକର ହୋଇଯାଉଛି। ଏମିତି ଅବସ୍ଥାରେ କାଳେ ଦେହ ଖରାପ ହୋଇଯିବ ଭାବି ଅଧିକାଂଶ ଲୋକ ଭୟର ଶିକାର ହେଉଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ପାଖରେ ଦାଦା, ପୁତୁରା, ଅପା ଆଉ ଭାଇ ଆଦି ସମସ୍ତେ ଥିଲେ ସେମାନଙ୍କ କଥାରେ ମନରେ ସାହସ ସୃଷ୍ଟି ହେଉଛି। ଆଉ ମନୋବଳ ଦୃଢ ରହୁଛି କି କୌଣସି ପ୍ରକାରର ରୋଗ ହେଲେ ନିଜ ଲୋକଙ୍କ ସାହାଯ୍ୟ ମିଳିବ।
ଶାରୀରିକ ସୁସ୍ଥତା: ଲକ୍‌ଡାଉନ୍‌ ପାଇଁ ଗୃହିଣୀମାନଙ୍କର କାମ ବହୁତ ବଢି ଯାଉଛି। ସବୁଦିନ ସମସ୍ତଙ୍କର ପୋଷାକପତ୍ର ସଫା କରିବା, ଘର ସଫା କରିବା, ସବୁ ଜିନିଷକୁ ସାନିଟାଇଜ୍‌ କରିବା, ପରିବାପତ୍ରକୁ ଧୋଇବା, ରୋଷେଇ କରିବା ଏମିତି ଅନେକ ପ୍ରକାରର କାମ ଏକା ଏକା କରିବାକୁ ହେଉଛି। କିନ୍ତୁ ଯୌଥ ପରିବାରରେ ସମସ୍ତଙ୍କ ସହ ରହିଲେ ସବୁ କାମ ବି ବାଣ୍ଟି ହୋଇ କମିଯାଉଛି। ତେଣୁ ଏପରି ସ୍ଥିତିରେ ଗୃହିଣୀମାନଙ୍କର ଦେହ ସୁସ୍ଥ ରହିବା ସହିତ ମନ ବି ସୁସ୍ଥ ରହିପାରିବ।
ଏମାନେ କ’ଣ କହନ୍ତି
ଲକ୍‌ଡାଉନ୍‌ ହେବା ଦିନରୁ ଗାଁକୁ ଆସିଛି: ଗତବର୍ଷ ଲକ୍‌ଡାଉନ୍‌ ହେବା ପରଠାରୁ ମୁଁ ପିଲାମାନଙ୍କୁ ନେଇ ଗାଁକୁ ଚାଲି ଆସିଛି। ୱାର୍କ ଫ୍ରମ ହୋମ ମାଧ୍ୟମରେ ଘରେ କାମ କରୁଛି ଆଉ ମୋ ଝିଅ ପୁଅ ବି ସମସ୍ତଙ୍କ ପାଖରେ ବେଶ୍‌ ଖୁସିରେ ଅଛନ୍ତି। ଝିଅ ଅନ୍‌ଲାଇନରେ କ୍ଲାସ କରୁଛି ଆଉ ପୁଅ ସ୍କୁଲ ଯାଇ ନ ଥିବାରୁ ତା’ ଜେଜେ, ଜେଜେମା’ଙ୍କ ସହିତ ଖେଳୁଛି। ଗାଁରେ ମତେ ସବୁ ସୁବିଧା ମିଳିଯାଉଛି। ପିଲାମାନେ ମୋ ସହିତ ବେଳେବେଳେ ତାଙ୍କ ମାମୁ ଘରକୁ ଯାଇ କିଛି ଦିନ ରହି ବେଶ୍‌ ଖୁସି ହେଉଛନ୍ତି। ଆଗରୁ ବାଙ୍ଗାଲୋରରେ ଏକୁଟିଆ ଘରେ ପିଲାଙ୍କ କାମକୁ ଅଫିସ ଯିବା ମତେ ବହୁତ କଷ୍ଟ ହେଉଥିଲା। କିନ୍ତୁ ଏବେ ସମସ୍ତଙ୍କ ସହ ମିଶି ରହିଥିବାରୁ କିଛି ବି ସମସ୍ୟା ରହୁନି।
-ରାନୁସ୍ମିତା ସ୍ବାଇଁ, ଟେକ୍ନିକାଲ
ସ୍ପେସାଲିଷ୍ଟ, କୋଫୋର୍ସ
ଟେକ୍ନୋଲୋଜି, ବାଙ୍ଗୋଲୋର
ଗାଁରେ ଭାଇଙ୍କ ଘରେ ରହୁଥିଲେ: ମୋର ପିଲାମାନଙ୍କ ପାଇଁ ଭାରି ଚିନ୍ତା। କ୍ଲାସ କରିବା ବାହାନାରେ ଦି’ ଜଣ ଯାକ ସବୁବେଳେ ଫୋନ ଦେଖୁଛନ୍ତି। ସେମାନଙ୍କ ଏହି ଅଭ୍ୟାସ ଛଡାଇବା ପାଇଁ ଆରବର୍ଷ ଦି ତିନି ମାସ ପାଇଁ ଗାଁରେ ବଡ଼ ଭାଇଙ୍କ ପାଖରେ ଛାଡି ଆସିଥିଲି। ସେଠାରେ ସେମାନେ ଟିୟୁସନ୍‌ ହୋଇ ପାଠ ପଢୁଥିଲେ। ସ୍କୁଲ ଖୋଲିବ ଭାବି ସେମାନଙ୍କୁ ପୁରୀ ନେଇ ଆସିଥିଲି। କିନ୍ତୁ କରୋନା ଦ୍ୱିତୀୟ ଲହର ପାଇଁ ଏବେ ପୁଣି ଚିନ୍ତା।
-ପ୍ରଜ୍ଞା ପରିମିତା ରାଜଗୁରୁ, ଗୃହିଣୀ, ସିଦ୍ଧବକୁଳ ଲେନ୍‌, ପୁରୀ
ପୁଣି ଥରେ ବନ୍ଦୀ ହେଲାଭଳି ଲାଗୁଛି: ଲକ୍‌ଡାଉନ୍‌ ପାଇଁ ନା ଆମେ କୁଆଡ଼େ ଯାଇପାରୁଛୁ ନା ପାଖ ପଡ଼ିଶାଙ୍କ ସହିତ ଏକାଠି ବୁଲାବୁଲି କରିପାରୁଛୁ। ଏମିତି କି ମୋ ପୁଅକୁ ବାହାରେ କାହା ସହିତ ଖେଳିବାକୁ ବି ବାଧ୍ୟ ହୋଇ ମନା କରୁଛି। ତେଣୁ ସେ ସବୁବେଳେ ଚିଡିଚିଡି ହେଉଛି। କାହା ସହ ଖେଳିବ ବୋଲି ବାରମ୍ବାର ପ୍ରଶ୍ନ କରି ବିରକ୍ତ କରି ଦେଉଛି। ସ୍କୁଲ ଖୋଲିଲେ ହୁଏତ କିଛି ସମୟ କଟି ଯାଇଥାନ୍ତା। କିନ୍ତୁ ପୁଣି ଥରେ କରୋନା ଯେମିତି ଚଡ଼କ ଭଳି ଲାଗୁଛି।
-କବିତା ସାହୁ, ଶିକ୍ଷୟିତ୍ରୀ,
ନୀଳକଣ୍ଠନଗର, ନୟାପଲ୍ଲୀ, ଭୁବନେଶ୍ୱର
ସାପ୍ତାହିକ ଛୁଟିରେ ଗାଁ ଯାଉଛୁ: ଲକ୍‌ଡାଉନ୍‌ ହେବା ପରଠାରୁ ବାହାରେ ହୋଟେଲ ବନ୍ଦ ହୋଇଯିବାରୁ ମୁଁ ତାଙ୍କ ପାଖକୁ ରୋଷେଇ କରିବା ପାଇଁ ଛୁଆଙ୍କୁ ନେଇ ଆସିଥିଲି। କିନ୍ତୁ ଏଠି ଘର ଭିତରେ ରହି ରହି ପିଲାମାନେ ବିରକ୍ତ ହେବା ସହିତ ମତେ ବି ବୋର ଲାଗୁଛି। ସେଥିପାଇଁ ସାପ୍ତାହିକ ଛୁଟି ହେବା ମାତ୍ରେ ପ୍ରତି ଥର ଆମେ ସମସ୍ତେ ମିଶି ଦୁଇ ଦିନ ପାଇଁ ଗାଁକୁ ଯାଉଛୁ। ସେଠି ବାପା ଓ ସାନବାପା, ଖୁଡ଼ୀ ଆଉ ସାନ ଯାଆ ସହିତ ମୋର ଦୁଇ ଛୁଆ ବେଶ୍‌ ଆରାମରେ ସମୟ କଟେଇ ଆସୁଛୁ।
-ମିନତି ପଟ୍ଟନାୟକ, ଗୃହିଣୀ,ବରଗଡ ବ୍ରିଟ କଲୋନୀ, ଭୁବନେଶ୍ୱର
ସ୍କୁଲ ଖୋଲିଲେ ଯିବୁ:
-ଶିବାନୀ ସେବିକା ସ୍ବାଇଁ,
ଗୃହିଣୀ, ଫୁଲ ନଖରା, କଟକ
ଗାଁରେ ଦାଦା, ବଡବାପା ସମସ୍ତେ ରହୁଛନ୍ତି। ଲକ୍‌ଡାଉନ୍‌ ହେବା ପରଠାରୁ ଆମେ ବର୍ଷେ ହେଲାଣି ଗାଁରେ ଅଛୁ। ଏଠି ସବୁ ସହଜରେ ମିଳିଯାଉଛି। ତା’ ଛଡା ସମସ୍ତେ ଏକାଠି ରହିବାରୁ କିଛି ଚିନ୍ତା ରହୁନାହିଁ। ମତେ ବି ଘରର ସବୁ କାମ କରିବାକୁ ପଡୁନି। ସମସ୍ତେ ଏକାଠି ଗପସପ କରି ଘର କାମ କରିବାକୁ ବହୁତ ଖୁସି ଲାଗୁଛି। ଅବଶ୍ୟ ଅଫିସ ଖୋଲିବା ପରଠୁ ମୋ ସ୍ବାମୀ ସହରକୁ ଯାଇ କାମ କରୁଛନ୍ତି। କିନ୍ତୁ ଆମେ ସ୍କୁଲ ଖୋଲିଲେ ଯିବୁ ବୋଲି ଭାବିଥିଲୁ। ମାତ୍ର କରୋନାର ଦ୍ୱିତୀୟ ଲହର ପାଇଁ ଏବେ ଯିବା ଭଳି ଲାଗୁନି। -ସସ୍ମିତା ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri