ଆମ୍ବୁଲାନ୍ସ୍‌ରେ ୨୨ ମୃତଦେହ ଗଦା: ଶ୍ମଶାନରେ ଧାଡ଼ିଧାଡ଼ି ଜୁଇ…

ମୁମ୍ବାଇ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସହିତ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଶ୍ମଶାନରେ ଧାଡ଼ିଧାଡ଼ି ଜୁଇ ଦିନ ରାତି ଜଳୁଛି। ଶ୍ମଶାନ ଆଗରେ ଅନ୍ତିମ ସଂସ୍କାର ପାଇଁ ମୃତାଦେହଗୁଡ଼ିକ ଲମ୍ବା ଲାଇନ୍‌ରେ ରଖାଯାଉଥିବାର ଦେଖିବାକୁ ମିଳୁଛି। ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚିଛି। ଏବେ ମହାରାଷ୍ଟ୍ର ବିଡ୍‌ ଜିଲାର ଅମ୍ବାଜୋଗାଈ ଅଞ୍ଚଳର ଏକ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ସ୍ବାମୀ ରାମାନନ୍ଦ ତୀର୍ଥ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ୨୨ ଜଣ ମୃତକଙ୍କ ମୃତଦେହକୁ ଗୋଟିଏ ଆମ୍ବୁଲାନ୍ସ୍‌ରେ ଗଦା କରି ରଖାଯାଇଥିବାର ଛାତିଥରା ଦୃଶ୍ୟ ଫଟୋରେ ରହିଛି। ମୃତଦେହଗୁଡ଼ିକୁ ଅନ୍ତିମ ସଂସ୍କାର ପାଇଁ ନିଆ ଯାଉଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଆମ୍ବୁଲାନ୍ସ୍‌ ଅଭାବ ଥିବାରୁ ଏଭଳି କରାଯାଇଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ହସ୍ପିଟାଲର ଦୁଇଟି ଆମ୍ବୁଲାନ୍ସ୍‌ ରହିଛି। ଅଧିକ ୫ଟି ଆମ୍ବୁଲାନ୍ସ୍‌ ଯୋଗାଇ ଦେବାକୁ ମାର୍ଚ୍ଚ ୧୭ରେ ସ୍ଥାନୀୟ ପ୍ରଶାସନ ନିକଟକୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିଠି ଲେଖିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଆମ୍ବୁଲାନ୍ସ୍‌ ଯୋଗାଇ ଦିଆଯାଇ ନ ଥିବା ହସ୍ପିଟାଲ ପକ୍ଷରୁ କହାଯାଇଛି। ସୋସିଆଲ୍‌ ମିଡ଼ିଆରେ ଫଟୋ ଅପଲୋଡ୍‌ କରାଯିବା ପରେ ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଥିବା ବ୍ୟାଡମିଣ୍ଟନ ଖେଳାଳିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ରବିବାର ଏକପାଖିଆ ଫାଇନାଲରେ ୧୪ଥର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ କପ...

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୨।୧୨: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ଶୀତ ଅଧିବେଶନ। ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ...

ପଶ୍ଚିମବଙ୍ଗରେ ୫୫ ବର୍ଷ ଧରି ବିକାଶ ଅଟକି ରହିଛି: ମୋଦି

କୋଲକାତା,୨୦।୩: ପଶ୍ଚିମବଙ୍ଗରେ ଦୀର୍ଘ ୫୫ ବର୍ଷ ଧରି ବିକାଶ ଅଟକି ରହିଛି। ରାଜ୍ୟର ଭୋଟର ଭାଜପାକୁ ଆଶୀର୍ବାଦ ଦେଲେ ପୁଣି ଏଠାରେ ବିକାଶ ଆରମ୍ଭ ହେବ...

କୃଷକ ନେତାଙ୍କ ସହ କଥା ହେବେ କେଜରିୱାଲ

ନୂଆଦିଲ୍ଲୀ,୨୦ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ପଞ୍ଜାବ ଓ ହରିୟାଣାର କୃଷକମାନେ ଦିଲ୍ଲୀର ସିନ୍ଧୁ ବର୍ଡରରେ ଧାରଣାରେ...

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: କିସ୍ତିରେ ପଇଠ କରିହେବ ବିଲ୍‌

ମୁମ୍ବାଇ,୩୦।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ସେଠାରେ ଅନେକ ଲୋକ ରୋଜଗାର ହରାଇ ବସିଛନ୍ତି। ଏମିତିକି କରୋନା ସଂକ୍ରମଣକୁ...

ଯୋଗୀଙ୍କ ଶପଥ ଗ୍ରହଣ ପୂର୍ବରୁ ହେବ ପୂଜାର୍ଚ୍ଚନା, ଯୋଗ ଦେବେ ମୋଦି

ଲକ୍ଷ୍ନୌ,୨୫ ।୩: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଶପଥ ନେବାକୁ ଯାଉଛନ୍ତି । ସନ୍ଧ୍ୟା ୪ଟାରେ ଏହି ଶପଥ ଗ୍ରହଣ ଉତ୍ସବ...

୨ ଗାଁରେ କରୋନା ତାଣ୍ଡବ: ୨୦ ଦିନରେ ୬୪ ଜଣଙ୍କ ମୃତ୍ୟୁ…

ଆଗ୍ରା,୧୧।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଆଗ୍ରାର ୨ଟି ଗାଁରେ କରୋନା ତାଣ୍ଡବ ରଚିଛି। ଗତ ୨୦ ଦିନ ମଧ୍ୟରେ...

କରୋନାର ସୁପର ସ୍ପେଡର ହୋଇପାରେ ମାଘ ମେଳା

ଲକ୍ଷ୍ନୌ,୧୪ ।୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମାଘ ମେଳା । ଏବେ ଅନୁମାନ କରାଯାଉଛି...

Advertisement
Archives

Model This Week