ଆମେରିକା-ଚାଇନା ମୁହାଁମୁହିଁ

ଟୋକିଓ/ବେଜିଂ,୨୪ା୫: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ତାଇଓ୍ବାନ୍‌ ଦଖଲର ମହତ୍ତ୍ୱାକାଂକ୍ଷା ଓ ଯୋଜନାକୁ ତାଙ୍କ ସରକାରରେ ଥିବା କେତେଜଣ ବରିଷ୍ଠ ଅଧିକାରୀ ଧରାପକାଇ ଦେଇଛନ୍ତି। ତାଇଓ୍ବାନ୍‌ ଦଖଲର ରୋଡ୍‌ମ୍ୟାପ୍‌ ସମ୍ପର୍କିତ ଆଲୋଚନାକୁ ନେଇ ୫୭ ମିନିଟ୍‌ର ଏକ ଅଡିଓ କ୍ଲିପ୍‌ ପ୍ରଘଟ ହେବା ପରେ ଆମେରିକା ଓ ଚାଇନା ମଧ୍ୟରେ ପୁଣି ବାକ୍‌ଯୁଦ୍ଧ ତେଜିଛି। ଚାଇନାର କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ଓ ସାମରିକ ଶକ୍ତି ଯୋଗୁ ଉତ୍ତେଜନା ବଢ଼ୁଥିବାବେଳେ ଟୋକିଓରେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବେଜିଂକୁ କଡ଼ା ଚେତାବନୀ ଦେଇଛନ୍ତି। ଚାଇନା ତାଇଓ୍ବାନ୍‌କୁ ଦଖଲ ଉଦ୍ୟମ କଲେ ସ୍ବୟଂଶାସିତ ଦ୍ୱୀପ ରାଷ୍ଟ୍ରକୁ ସୁରକ୍ଷା ଦେବା ପାଇଁ ଆମେରିକା ବଳ ପ୍ରୟୋଗ କରିବ ବୋଲି ସେ କହିଛନ୍ତି।
କ୍ୱାଡ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ରାଜଧାନୀ ଟୋକିଓ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ଚାଇନା ତାଇଓ୍ବାନ୍‌ ଗଣତନ୍ତ୍ର ଉପରେ ଆକ୍ରମଣ କଲେ ଆମେରିକା ହସ୍ତକ୍ଷେପ କରିବ। ଓ୍ବାନ୍‌ ଚାଇନା ପଲିସିକୁ ନେଇ ଆମେ ସହମତ। ଏଥିରେ ଆମେ ସ୍ବାକ୍ଷର କରିଛୁ। କିନ୍ତୁ ଚାଇନା ବଳ ପ୍ରୟୋଗ କରି କୌଣସି ପଦକ୍ଷେପ ନେଲେ ଆମେ ଚୁପ୍‌ ରହିବୁ ନାହିଁ ବୋଲି ବାଇଡେନ୍‌ କହିଛନ୍ତି। ୟୁକ୍ରେନ୍‌ରେ ରୁଷିଆର ବର୍ବରତା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦୀର୍ଘ ସମୟ ଧରି ବହୁମୂଲ୍ୟ ଦେବାକୁ ପଡ଼ିବ।
ସମ୍ପ୍ରତି କେବଳ ୟୁକ୍ରେନ୍‌ ନୁହେଁ, ବରଂ ତାଇଓ୍ବାନ୍‌ ମଧ୍ୟ ଏକ ବଡ଼ ପ୍ରସଙ୍ଗ। ରୁଷିଆ ଉପରେ ପାଶ୍ଚାତ୍ୟର ଚାପକୁ ବେଜିଂ ଦେଖିସାରିଛି। ଚାଇନା ବଳପୂର୍ବକ ତାଇଓ୍ବାନ୍‌ ଦଖଲ ପୂର୍ବରୁ ଏହି ସନ୍ଦେଶକୁ ଭଲଭାବେ ବୁଝିବା ଦରକାର ବୋଲି ବାଇଡେନ୍‌ କହିଛନ୍ତି। ଏହାକୁ ଚାଇନା ବିରୋଧରେ ଆମେରିକା ପକ୍ଷରୁ ସବୁଠୁ କଠୋର ଚେତାବନୀ ବୋଲି କୁହାଯାଉଛି। ଅନ୍ୟପକ୍ଷେ ବାଇଡେନ୍‌ଙ୍କ ଏହି ମନ୍ତବ୍ୟକୁ ନେଇ ବେଜିଂ ଆପତ୍ତି ଉଠାଇଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି କହିଛନ୍ତି, ଚାଇନାର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଏକତା ପ୍ରସଙ୍ଗରେ ସାଲିସ କରାଯିବ ନାହିଁ। କୌଣସି ରାଷ୍ଟ୍ର ଆମ ଦୃଢ଼ ସାମର୍ଥ୍ୟକୁ ନୂ୍ୟନ ମନେକରିବା ଭୁଲ୍‌ କରନ୍ତୁ ନାହିଁ। ବାଇଡେନ୍‌ଙ୍କ ପୂର୍ବ ଏସିଆ ଗସ୍ତ, କ୍ୱାଡ୍ରିଲେଟରାଲ ସିକ୍ୟୁରିଟି ଡାଇଲଗ୍‌ (କ୍ୱାଡ୍‌) ସମିଟ୍‌ ଏବଂ ଆମେରିକାର ଇଣ୍ଡୋ-ପାସିଫିକ୍‌ ରଣନୀତିକୁ ଏହା ପୂର୍ବରୁ ଚାଇନା କଡ଼ା ସମାଲୋଚନା କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠାରୁ ଖୁସିର ଦେଶ ଫିନ୍‌ଲାଣ୍ଡ, ପଞ୍ଚମ ଥର ପାଇଁ ଶୀର୍ଷରେ

ନ୍ୟୁୟର୍କ,୧୮।୩: ମିଳିତ ଜାତିସଂଘ(ୟୁଏନ୍‌)ର ବାର୍ଷିକ ସୂଚକାଙ୍କରେ ପଞ୍ଚମ ବର୍ଷ ପାଇଁ ଫିନ୍‌ଲାଣ୍ଡକୁ ଦୁନିଆର ସବୁଠାରୁ ଖୁସି ଦେଶ ଭାବେ ନାମିତ କରାଯାଇଛି। ଶୁକ୍ରବାର ପ୍ରକାଶିତ ହୋଇଥିବା...

ଇରାନ ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା ପଛରେ ଇସ୍ରାଏଲ୍‌ ହାତ ସନ୍ଦେହ

ତେହରାନ୍‌,୨୮।୧୧: ଇରାନ୍‌ର ଖ୍ୟାତି ସମ୍ପନ୍ନ ପରମାଣୁ ବୈଜ୍ଞାନିକ ମୋହସିନ୍‌ ଫଖରିଜାଦେହଙ୍କୁ ତେହରାନ୍‌ ନିକଟରେ ହତ୍ୟା କରାଯାଇଛି। ସେ କାର୍‌ରେ ଯାଉଥିବା ସମୟରେ ତାଙ୍କୁ ଗୁଳି କରାଯାଇଥିଲା।...

ପାକିସ୍ତାନରେ ଖୋଲା ବୁଲୁଛନ୍ତି ଆତଙ୍କବାଦୀ…

ଜେନେଭା,୧୭।୧୧: ଜାତିସଂଘରେ ପାକିସ୍ତାନକୁ ଭାରତ ପକ୍ଷରୁ ଚେତବାନୀ ଦିଆଯାଇଛି। ସୀମା ପାର କରି ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ...

ଜେସିକା ବ୍ରିଟେନ୍‌ର ପ୍ରଥମ ଦୃଷ୍ଟିବାଧିତ ମହିଳା ଆଇନଜୀବୀ

ଲଣ୍ଡନ,୧।୧୧:ବ୍ରିଟେନର ପ୍ରଥମ ଅଣଶ୍ୱେତାଙ୍ଗ ଓ ଦୃଷ୍ଟି ବାଧିତା ମହିଳା ଆଇନଜୀବୀ ହୋଇପାରିଛନ୍ତି ଜେସିକା ଇନାବା। ଦେଶରେ ଓକିଲାତି କ୍ଷେତ୍ରରେ ଜେସିକା ଇତିହାସ ରଚିଛନ୍ତି। ସେଣ୍ଟ୍ରାଲ୍‌ ଲଣ୍ଡନସ୍ଥିତ...

ପାଶ୍ଚାତ୍ୟ କଟକଣା ରୁଷିଆ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିବ

ମସ୍କୋ,୨୬ା୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ ଏକାଧିକ କଟକଣା ଲଗାଇଛନ୍ତି। ଏହାର ରୁଷିଆର ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ବ୍ୟାହତ...

ଚାଇନା ଗୁପ୍ତଚର ଜାହାଜକୁ ପ୍ରବେଶ ଲାଗି ଅନୁମତି ଦେଲାନି ଶ୍ରୀଲଙ୍କା…

କଲମ୍ବୋ, ୬।୮ : ଦୁଇ ସରକାରଙ୍କ ମଧ୍ୟରେ ପରାମର୍ଶ ନହେବା ପର୍ଯ୍ୟନ୍ତ ଶ୍ରୀଲଙ୍କା ସରକାର ଚାଇନାର ସ୍ପେସ-ସାଟେଲାଇଟ ଟ୍ରାକର ଜାହାଜ ୟୁଆନ ୱାଙ୍ଗ ୫ର ହମ୍ବନଟୋଟା...

ମସଜିଦ୍‌ ନିକଟରେ ବଡ଼ ବିସ୍ଫୋରଣ

କରାଚି,୧୭।୫: କରାଚିର ଖରାଦର ଅଞ୍ଚଳରେ ଥିବା ନ୍ୟୁ ମେମୋନ ମସଜିଦ ନିକଟରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ...

ଏହି ବୟସର ଲୋକଙ୍କୁ ‘ଓମିକ୍ରନ’ ଆଶଙ୍କା ବେଶୀ

କେପଟାଉନ୍‌,୨।୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ପ୍ରକାର ଭାରିଆଣ୍ଟ ‘ଓମିକ୍ରନ’ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ୨୦ରୁ ଅଧିକ...

Advertisement
Archives

Model This Week