ବୋଥ୍ରାଙ୍କୁ ଟୁଇଟ୍‌ ପରେ ସ୍କୁଲ୍‌ ଛାତ୍ରଙ୍କ ପାଇଁ ବଦଳିଲା ‘ମୋ ବସ୍‌’ ସମୟ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ଜଣେ ସ୍କୁଲ ଛାତ୍ରଙ୍କ ପାଇଁ ବଦଳିଛି ‘ମୋ ବସ୍‌’ର ସମୟ ସୂଚୀ। ଭୁବନେଶ୍ୱରର ଏମ୍‌ବିଏସ୍‌ ସ୍କୁଲରେ ପଢୁଥିବା ସାଇ ଅନ୍ବେଷ ନାମକ ଜଣେ ଛାତ୍ରଙ୍କ ଅନୁରୋଧକ୍ରମେ ମୋ ବସ୍‌ ପରିଚାଳନା କରୁଥିବା କ୍ୟାପିଟାଲ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ବସ୍‌ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି।

ଅନ୍ବେଷ ଲିଙ୍ଗିପୁରରେ ପରିବାର ସହ ରହୁଛନ୍ତି। ମୋ ବସ୍‌ରେ ସ୍କୁଲ ଯିବା ଆସିବା ବେଳେ ସ୍କୁଲ ଓ ବସ୍‌ ଚଳାଚଳ ସମୟ ଭିନ୍ନ ରହୁଥିବାରୁ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅନ୍ବେଷ କ୍ରୁଟ୍‌ର ଏମ୍‌ଡି ତଥା ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରାଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ଉକ୍ତ ଟୁଇଟ୍‌ରେ ଅନ୍ବେଷ ଉଲ୍ଲେଖ କରିଥିଲେ ଯେ, ସେ ପଢ଼ୁଥିବା ଏମ୍‌ବିବିଏସ୍‌ ସ୍କୁଲଟି ଭୌମନଗରରେ ରହିଛି। ତାଙ୍କର ସ୍କୁଲ ପହଞ୍ଚତ୍ବା ଶେଷ ସମୟ ହେଉଛି ୭ଟା ୩୦। ମାତ୍ର ଲିଙ୍ଗିପୁର ଦେଇ ଯାଉଥିବା ମୋ ବସ୍‌ଟି ୭ଟା ୪୦ରେ ତାଙ୍କ ଘର ନିକଟରୁ ଛାଡ଼ିଥାଏ। ତେଣୁ ସ୍କୁଲରେ ପହଞ୍ଚତ୍ବାରେ ବହୁ ବିଳମ୍ବ ହେଉଥିବାରୁ ପାଠପଢ଼ାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଦୃଷ୍ଟି ଦେବାକୁ ସେ ବୋଥ୍ରାଙ୍କୁ ନିବେଦନ କରିଥିଲେ। ତେବେ ଏହି ଟୁଇଟ୍‌ର ମାତ୍ର କିଛି ସମୟ ମଧ୍ୟରେ ବୋଥ୍ରାଙ୍କ ସହଯୋଗରେ କ୍ରୁଟ୍‌ ରୁଟ୍‌ ନଂ.୧୩ରେ ଚଳାଚଳ କରୁଥିବା ମୋ ବସ୍‌ର ସମୟ ସୂଚୀରେ ପରିବର୍ତ୍ତନ କରିଛି। ବସ୍‌ଟି ଲିଙ୍ଗିପୁରରେ ୭ଟା ୪୦ରୁ ଛାଡ଼ିବା ପରିବର୍ତ୍ତେ ଏଣିକି ୭ଟାରେ ଛାଡ଼ିବ। ସାଇ ଅନ୍ବେଷଙ୍କୁ ସ୍କୁଲ ଯିବାରେ ଆଉ ଅସୁବିଧା ହେବନାହିଁ ବୋଲି ବୋଥ୍ରା କହିଛନ୍ତି। ତେବେ ଏହାର ସବୁ ଶ୍ରେୟ ମୋ ବସ୍‌ କର୍ତ୍ତୃପକ୍ଷ ଓ କ୍ରୁଟ୍‌ ଜିଏମ୍‌ ଦୀପ୍ତି ମହାପାତ୍ରଙ୍କୁ ଦେଇଛନ୍ତି ଅରୁଣ ବୋଥ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri