ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଚଟାଣରେ ଶୁଆଇଦେଲେ

ରାଜକନିକା,୮ା୨(ସଞ୍ଜୟ କୁମାର ଦାଶ)ଜନସାଧାରଣଙ୍କ ମୌଳିକ ସମସ୍ୟା ମଧ୍ୟରୁ ସ୍ବାସ୍ଥ୍ୟସେବା ପ୍ରମୁଖ । ଏହାକୁ ନଜରରେ ରଖି ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାଗଣା ଔଷଧ ସହ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ମହିଳା ବାକରଣ ପାଇଁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର ଶିବର ଚାଲିଛି। ଏଥିସହ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିର ଉନ୍ନତି ଓ ବାହ୍ୟ ରଙ୍ଗ ପାଇଁ ୫-ଟି ଅଧୀନରେ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୯ ପଞ୍ଚାୟତର ମହିଳାମାନେ ନିର୍ଭର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାକରଣ ଅସ୍ତ୍ରୋପଚାର ପାଇଁ ଏକ ଶିବିରର ଆୟୋଜନ ବୁଧବାର କରାଯାଇଥିଲା । ଏହି ଶିବିରରେ ଅସ୍ତ୍ରୋପଚାର କରାଯାଇଥିବା ମହିଳାମାନଙ୍କ ପାଇଁ କୌଣସି ବେଡ୍‌ର ବ୍ୟବସ୍ଥା ନ ଥିଲା। ଫଳରେ ସେହି ମହିଳାମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଚଟଣାରେ ଏକ ପଲିଥିନ୍‌ ପକାଇ ଶୁଆଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଏହି ଶିବିରକୁ ଦୂର ଦୁରାନ୍ତରୁ ମହିଳାମାନେ ଆଶାକର୍ମୀମାନଙ୍କ ସହ ଅସ୍ତ୍ରୋପଚାର ପାଇଁ ଆସିଥିଲେ । ହେଲେ ଅସ୍ତ୍ରୋପଚାର ପରେ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଚେତାଶୂନ୍ୟ ଅବସ୍ଥାରେ ଥିବା ପ୍ରାୟ ୨୭ଜଣ ମହିଳାଙ୍କୁ ଅସ୍ବାସ୍ଥ୍ୟକର ପରିବେଶରେ ଡାକ୍ତରଖାନାର ଚଟାଣରେ ଏକ ପଲଥିନ ପକାଇ ଶୁଆଇ ଦେଇଥିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିଲା। କେତେଜଣ ମହିଳା ପଲିଥିନ୍‌ ତଳକୁ ଖସି ଚଟାଣରେ ବି ପଡି ରହିଥିଲେ। ସ୍ବାସ୍ଥ୍ୟକର୍ମୀମାନେ ଚପଲ, ଜୋତା ପିନ୍ଧି ସେହି ପଲିଥିନ୍‌ ଉପରେ ଯାତାୟତ କରିବା ସହିତ ସମ୍ପୃକ୍ତା ମହିଳମାନଙ୍କୁ ଇଞ୍ଜେକଶନ ଦେଉଥିବା ଦେଖିବାକୁ ମିଳିଥିଲା। ପାଖରେ ସ୍ବାସ୍ଥ୍ୟକେନ୍ଦ୍ରର ଆବର୍ଜନା ବି ସେଠାରେ ପଡି ରହିଥିଲା। ଡାକ୍ତରଖାନାକୁ ଆସୁଥିବା ଲୋକମାନେ ସେହି ପଲିଥିନ୍‌ ଉପରେ ଚଢ଼ି ଯାତାୟତ ବି କରୁଥିଲେ।
ସଂକ୍ରାନ୍ତରେ ସେଠାରେ ଥିବା କେତେଜଣ ମହିଳା କହିଛନ୍ତି, ଅପରେଶନ ପରେ ଜଣକ ପରେ ଜଣେ ମହିଳାଙ୍କୁ ଏଠାରେ ଆଣି ଶୁଆଇ ଦିଆଗଲା । ଆମେ ବେଡ୍‌ କଥା କହିଥିଲୁ, ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀମାନେ ଶୁଣି ନ ଶୁଣିବାର ଅଭିନୟ କରିଥିଲେ । ଦୁଃଖର କଥା ଅସ୍ତ୍ରୋପଚାର ପରେ ମହିଳମାନଙ୍କୁ ସ୍ବାସ୍ଥ୍ୟକର ପରିବେଶରେ ତଥା ବେଡ୍‌ ଉପରେ ରଖିବା କଥା । ଆମେ ଏଠାକୁ ଅସ୍ତ୍ରୋପଚାର କରାଇବାକୁ ଆସିଛୁ ନା ରୋଗ କିଣିବାକୁ ଆସିଛୁ ବୋଲି ମହିଳାଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ବାଦଲ କୁମାର ମହାନ୍ତି କହିଛନ୍ତି, ଏଭଳି ମହିଳାମାନେ ଚଟାଣରେ ପଡିଥିବା ପାଲ ଉପରେ ଶୋଇବା କଥା ନୁହେଁ । ଆମର ୫-ଟି ଅଧୀନ କାମ ଚାଲୁଥିବାରୁ ଘର ଓ ବେଡ୍‌ ନ ଥିବାରୁ ତଳେ ଶୁଆଇବାକୁ ବାଧ୍ୟ ହେଉଛୁ ବୋଲି ସଫେଇ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri