ହଟିଲା ରହିତାଦେଶ: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଲା

କଟକ ଅଫିସ,୨୨।୭: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଛି। ୨୦୨୧ ମସିହାରେ ଜାରି ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତିକୁ ବିରୋଧ କରି ଦାୟର ସମସ୍ତ ମାମଲାକୁ ଶୁକ୍ରବାର ହାଇକୋର୍ଟ ଖାରଜ କରିବା ସହ ଅନ୍ତରୀଣ ରହିତାଦେଶ ହଟାଇଛନ୍ତି। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇ ନ ଥିବା ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ଏହା ପରେ ଖାଲି ଥିବା ଶିକ୍ଷକ ପଦବୀ ଖୁବଶୀଘ୍ର ପୂରଣ ପାଇଁ ବାଟ ଫିଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଖାଲି ପଡ଼ିଥିବା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ପଦବୀ ପୂରଣ ପାଇଁ ୨୦୨୧ ମସିହା ଡିସେମ୍ବର ୨୩ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିରେ ସଂରକ୍ଷଣ ନୀତିର ଉଲ୍ଲଂଘନ କରାଯିବା ସହ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ଦର୍ଶାଇ ଏକାଧିକ ମାମଲା ଦାୟର ହୋଇଥିଲା। ଏହି ମାମଲାର ଶୁଣାଣି କରି ଗତ ମେ’ ୧୯ ତାରିଖରେ ମେରିଟ ଲିଷ୍ଟ ପ୍ରକାଶ କରିବା ଉପରେ ହାଇକୋର୍ଟ ଅନ୍ତରୀଣ ରହିିତାଦେଶ ଜାରି କରିଥିଲେ। ଏବେ ସମସ୍ତ ପକ୍ଷକୁ ଶୁଣିବା ପରେ ମାମଲାର ଚୁଡାନ୍ତ ରାୟ ପ୍ରକାଶ କରି ସମସ୍ତ ଆବେଦନକୁ ହାଇକୋର୍ଟ ଖାରଜ କରିବା ସହ ପୂର୍ବରୁ ଜାରି ହୋଇଥିବା ସ୍ଥଗିତାଦେଶକୁ ଖାରଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶାୟୀଙ୍କ ଛାତି ଧଡ଼ଧଡ଼

ଢେଙ୍କାନାଳ ଅଫିସ୍‌, ୩ା୩: ଆସନ ସୀମିତ, କିନ୍ତୁ ଆଶାୟୀ ମାଳମାଳ। କାହାକୁ ଟିକେଟ ମିଳିବ, ଟିକେଟ ନ ମିଳିଲେ ବିକଳ୍ପ କ’ଣ ହେବ, ଟିକେଟ ବଣ୍ଟନ ପରେ...

ହାତୀ ଫେରିଲେ ପଶୁଛି ଛନକା

ବଇଣ୍ଡା, ୨୭ା୭ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜରେ ଥମୁନି ହାତୀ ଉପଦ୍ରବ। ରେଢାଖୋଲ ବନାଞ୍ଚଳରୁ ଏକ ହାତୀପଲ ହଣ୍ଡପା ରେଞ୍ଜକୁ ବାରମ୍ବାର ପଶିଆସି...

ଲଗାଣ ବର୍ଷାରେ କାନ୍ଥ ଭୁଶୁଡିଲା: ଜଣେ ମୃତ, ୨ ଗୁରୁତର

ଜଳେଶ୍ୱର, ୨୫।୧୦-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୩ ଦିନ ଧରି ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା...

ରାଜ୍ୟର ଅଭିବୃଦ୍ଧି ଖସିଲା: କୃଷି ଉତ୍ପାଦନ ହ୍ରାସ, ବାତ୍ୟାକୁ ଦାୟୀ କଲେ ସରକାର

ଭୁବନେଶ୍ୱର, ୧୭।୨(ବ୍ୟୁରୋ):ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ତଳକୁ ଖସିଛି। ୨୦୧୮-୧୯ରେ ଏହି ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୬.୧୬ ପ୍ରତିଶତକୁ ଖସିଯାଇଛି। ସୋମବାର...

୨୩ ଜିଲାରେ ଡେଙ୍ଗୁ

କଟକ ଅଫିସ, ୨୭ା୧୦: ରାଜ୍ୟର କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲାକୁ ବାଦ୍‌ ଦେଲେ ବାକି ୨୩ଟି ଜିଲାରୁ ଏସ୍‌ସିବି...

ନିର୍ବାଚନୀ ହିଂସା ଥମୁନି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ଟି ପର୍ଯ୍ୟାୟ ଭୋଟ ଗ୍ରହଣ ମଙ୍ଗଳବାର ଶେଷ ହୋଇଛି। ତେବେ ହିଂସାକାଣ୍ଡ ନିର୍ବାଚନ ପିଛା ଛାଡୁନାହିଁ। ଗତ ୩ଟି...

ମା’ ତାରିଣୀଙ୍କ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ମନା

ଘଟଗାଁ,୨୧।୩(ଡି.ଏନ୍‌.ଏ.)- କେନ୍ଦୁଝର ଜିଲାର ପ୍ରସିଦ୍ଧ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇଁ ରାଜ୍ୟ...

ନିଷ୍କାସନ ହୋଇପାରୁନି ବର୍ଷାଜଳ: ଡ୍ରେନ୍‌ ନିର୍ମାଣ ଦାବି

ଗଞ୍ଜାମ,୨୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁଇଁତଳା ନୂଆ ସାହିରେ ଗତ କିଛି ଦିନ ତଳେ ହୋଇଥିବା ଲଘୁଚାପ ଜନିତ ବର୍ଷାପାଣି ଏବେବି ଜମି ରହିଥିବା ଦେଖିବାକୁ ମିଳିଛି।...

Advertisement
Archives

Model This Week