ଛାଡପତ୍ର ପରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ନାଗା ଚୈତନ୍ୟ, ସାଉଥ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ହେଲା ନିର୍ବନ୍ଧ

ମୁମ୍ବାଇ: ତେଲୁଗୁ ଅଭିନେତା ନାଗା ଚୈତନ୍ୟଙ୍କ ନିର୍ବନ୍ଧ ହୋଇଛି। ସାଉଥ୍‌ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ତାଙ୍କ ନିର୍ବନ୍ଧ ଶେଷ ହୋଇଛି। ଆଉ ଖୁବ୍‌ଶୀଘ୍ର ତାଙ୍କର ବିବାହ ହେବାକୁ ଯାଉଛି। ଛାଡପତ୍ରର ୩ବର୍ଷ ପରେ ପୁଣି ବିବାହ କରିବାକୁ ଯାଉଛନନ୍ତି ଚୈତନ୍ୟ। ତାଙ୍କ ନିର୍ବନ୍ଧର ଫଟୋ ଚୈତନ୍ୟଙ୍କ ବାପା ତଥା ସୁପରଷ୍ଟାର ନାଗାର୍ଜୁନ ନାଗା ପୋଷ୍ଟ କରିଛନ୍ତି। କହିରଖୁଛୁ କି, ଚୈତନ୍ୟ ‘ମେଡ ଇନ ହେଭେନ’ ତାରକା ଲବଂ ଫେମିନା ମିସ୍‌ ଇଣ୍ଡିଆ ୨୦୧୩ ବିଜେତା ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କରିଛନ୍ତି।

‘ମେଡ ଇନ ହେଭେନ’ ସାଉଥ୍‌ ତାରକା ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ ହୋଇଛି। ଏହି କାର୍ଯ୍ୟକ୍ରମରେ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଉପସ୍ଥିତି ରହିଥିଲେ। ପିତା ନାଗାର୍ଜୁନ ଛବି ସେୟାର କରି ପୁଅର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଚୈତନ୍ୟଙ୍କ ବାପା ସୁପରଷ୍ଟାର ନାଗାର୍ଜୁନ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ପୁଅ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆମେ ଏଥିପାଇଁ ବହୁତ ଖୁସି। କପୁଲଙ୍କୁ ଅଭିନନ୍ଦନ ଏବଂ ସେମାନଙ୍କୁ ଆଜୀବନ ପ୍ରେମ ଏବଂ ସୁଖ କାମନା କରନ୍ତୁ।

ଚଳିତ ବର୍ଷ ଶେଷ ସୁଦ୍ଧା ଏହି କପୁଲ ବିବାହ କରିବେ ବୋଲି ଆଶା କରାଯାଉଛି, ବର୍ତ୍ତମାନ ପର୍ଯ୍ୟନ୍ତ ଚୈତନ୍ୟ କିମ୍ବା ଶୋଭିତା ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ଗ୍ରହଣ କରି ପ ଥିଲେ। ଅବଶ୍ୟ, ସେମାନଙ୍କ ଛୁଟି କଟାଉଥିବାର ଫଟୋ ଖୁବ୍‌ ଭାଇରାଲ ହୋଇଥିଲା।

ନାଗା ଚୈତନ୍ୟଙ୍କ ପ୍ରଥମ ବିବାହ ସାମନ୍ତ ଋଥ୍‌ ପ୍ରଭୁଙ୍କ ସହ ୨୦୧୭ରେ ହୋଇଥିଲା। ୨୦୨୧ ଅକ୍ଟୋବର ୨ରେ ଛାଡପତ୍ର ହୋଇଥିଲା। ସାମନ୍ଥାଙ୍କ ସହ ନାଗାଙ୍କର ଛାଡପତ୍ର ହେବାର କିଛି ମାସ ପରେ ଶୋଭିତାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ବହୁତ ଦିନ ଧରି ସେମାନେ ପରସ୍ପରକୁ ଡେଟ୍‌ କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି…

ଜେଲ୍‌ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…

ଗଜପତି,୧୮।୮(ଗିରିଧାରୀ ପରିଛା): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri