ବିରତି ପରେ ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ,୩୦।୬: ରବିବାର ଦର ବୃଦ୍ଧିର ବିରତି ପରେ ପୁଣି ଥରେ ସୋମବାର ତେଲ ଦରରେ ବୃଦ୍ଧି ଘଟିଛି। ସୋମବାର ଡିଜେଲ ଲିଟର ପିଛା ୧୩ ପଇସା ଏବଂ ପେଟ୍ରୋଲ ୫ ପଇସା ବଢିଥିବା ଜଣାପଡିଛି। ଗତ ୨୨ ଦିନ ଧରି ତେଲ ଦର ବୃଦ୍ଧି ହେଉଥିବା ବେଳେ ଅଚାନକ ଗ୍ୟାସ୍‌ ଦରରେ ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କରୋନା ସଂକ୍ରମଣ ବୃଦ୍ଧି ଫଳରେ ବର୍ତ୍ତମାନ ଜୀବନ ଜୀବିକା କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ତେଲ ଓ ଗ୍ୟାସ୍‌ ଦର ବୃଦ୍ଧି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ଗତ ୬ଦିନ ହେବ ଡିଜେଲ ଦର ପେଟ୍ରୋଲ ଠାରୁ ଉଚ୍ଚରେ ରହିଛି। ଫଳରେ ଲୋକଙ୍କୁ ଡିଜେଲ ଉପରେ ଲିଟର ପିଛା ୧୧.୧୪ ଟଙ୍କା ଏବଂ ପେଟ୍ରୋଲ ୯.୧୭ ଟଙ୍କା ଅତିରିକ୍ତ ଦେୟ ବହନ କରିବାକୁ ପଡୁଛି। ସୋମବାର ଭୁବନେଶ୍ୱରର ପେଟ୍ରୋଲ ଲିଟର ପିଛା ୮୦.୯୯ ଟଙ୍କା ଓ ଡିଜେଲ ୭୮.୬୮ ଟଙ୍କା ରହିଥିବା ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି।
ସେହିଭଳି ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୮୦.୩୮ ଟଙ୍କାରୁ ବଢି ୮୦.୪୩ ଟଙ୍କା ଛୁଇଁଛି। ଡିଜେଲ ଦର ୮୦.୪୦ ଟଙ୍କାରୁ ବୃଦ୍ଧି ପାଇ ୮୦.୫୩ ଟଙ୍କାରେ ପହଞ୍ଚତ୍ଛି। ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ଅନ୍ୟ ମେଟ୍ରୋ ସହରରେ ତେଲ ଦର ଯଥାକ୍ରମେ କଲିକତାରେ ପେଟ୍ରୋଲ ୮୨.୧୦ଟଙ୍କା ଓ ଡିଜେଲ ୭୫.୬୪ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୮୭.୧୯ଟଙ୍କା ଓ ଡିଜେଲ ୭୮.୮୩ଟଙ୍କା ଏବଂ ଚେନ୍ନାଇରେ ପେଟ୍ରୋଲ ୮୩.୬୩ ଟଙ୍କା ଓ ଡିଜେଲ ୭୭.୭୨ ଟଙ୍କାରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଜୁନ ପ୍ରଥମ ସପ୍ତାହରେ ୧୪.୨କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦର ପ୍ରାୟ ୧୧.୫୦ ଟଙ୍କା ବୃଦ୍ଧି ଘଟିଛି। ସୋମବାର ଭୁବନେଶ୍ୱରରେ ଗ୍ୟାସ୍‌ ଦର ୬୧୯ ଟଙ୍କା ରହିଛି। ଏହାବାଦ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡର ପିଛା ଦର ୫୯୩ ଟଙ୍କା ଥିବା ବେଳେ କଲିକତାରେ ଏହା ୬୧୬ ଟଙ୍କା, ମୁମ୍ବାଇରେ ୫୯୦.୫୦ ଟଙ୍କା ଏବଂ ଚେନ୍ନାଇରେ ୬୦୬.୫୦ ଟଙ୍କା ଛୁଇଁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ଉଚ୍ଚ ଟିକସ ଯୋଗୁ ତେଲ ଦର ବୃଦ୍ଧି ହେଉଥିବା ତୈଳ ବିପଣନ କମ୍ପାନୀଗୁଡିକ ମତ ଦେଇଛନ୍ତି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ (ସୋମବାର) ଦେଶର ତେଲ ଦର ଲଗାତର ବଢିଚାଲିଛି। ତେଲ ଦର ବୃଦ୍ଧିକୁ ବିରୋଧ କରି ସୋମବାର ଜାତୀୟ କଂଗ୍ରେସ ପକ୍ଷରୁ ପଲ୍ଲୀରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ସହ ସରକାରଙ୍କ ଲୋକମାରଣ ନୀତିକୁ ନିନ୍ଦା କରାଯିବା ସହ ରାଜ୍ୟପାଳମାନଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପିସିସି ପକ୍ଷରୁ ଦିଆଯାଇଥିଲା। ଆସନ୍ତା ବଜେଟ ଅଧିବେଶନରେ କଂଗ୍ରେସର ସମସ୍ତ ବିଧାୟକ ଓ ଏମ୍‌ପି ମାନେ ସାଇକେଲରେ ଆସିବାକୁ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri