ବିରତି ପରେ ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ,୩୦।୬: ରବିବାର ଦର ବୃଦ୍ଧିର ବିରତି ପରେ ପୁଣି ଥରେ ସୋମବାର ତେଲ ଦରରେ ବୃଦ୍ଧି ଘଟିଛି। ସୋମବାର ଡିଜେଲ ଲିଟର ପିଛା ୧୩ ପଇସା ଏବଂ ପେଟ୍ରୋଲ ୫ ପଇସା ବଢିଥିବା ଜଣାପଡିଛି। ଗତ ୨୨ ଦିନ ଧରି ତେଲ ଦର ବୃଦ୍ଧି ହେଉଥିବା ବେଳେ ଅଚାନକ ଗ୍ୟାସ୍‌ ଦରରେ ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କରୋନା ସଂକ୍ରମଣ ବୃଦ୍ଧି ଫଳରେ ବର୍ତ୍ତମାନ ଜୀବନ ଜୀବିକା କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ତେଲ ଓ ଗ୍ୟାସ୍‌ ଦର ବୃଦ୍ଧି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ଗତ ୬ଦିନ ହେବ ଡିଜେଲ ଦର ପେଟ୍ରୋଲ ଠାରୁ ଉଚ୍ଚରେ ରହିଛି। ଫଳରେ ଲୋକଙ୍କୁ ଡିଜେଲ ଉପରେ ଲିଟର ପିଛା ୧୧.୧୪ ଟଙ୍କା ଏବଂ ପେଟ୍ରୋଲ ୯.୧୭ ଟଙ୍କା ଅତିରିକ୍ତ ଦେୟ ବହନ କରିବାକୁ ପଡୁଛି। ସୋମବାର ଭୁବନେଶ୍ୱରର ପେଟ୍ରୋଲ ଲିଟର ପିଛା ୮୦.୯୯ ଟଙ୍କା ଓ ଡିଜେଲ ୭୮.୬୮ ଟଙ୍କା ରହିଥିବା ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି।
ସେହିଭଳି ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୮୦.୩୮ ଟଙ୍କାରୁ ବଢି ୮୦.୪୩ ଟଙ୍କା ଛୁଇଁଛି। ଡିଜେଲ ଦର ୮୦.୪୦ ଟଙ୍କାରୁ ବୃଦ୍ଧି ପାଇ ୮୦.୫୩ ଟଙ୍କାରେ ପହଞ୍ଚତ୍ଛି। ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ଅନ୍ୟ ମେଟ୍ରୋ ସହରରେ ତେଲ ଦର ଯଥାକ୍ରମେ କଲିକତାରେ ପେଟ୍ରୋଲ ୮୨.୧୦ଟଙ୍କା ଓ ଡିଜେଲ ୭୫.୬୪ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୮୭.୧୯ଟଙ୍କା ଓ ଡିଜେଲ ୭୮.୮୩ଟଙ୍କା ଏବଂ ଚେନ୍ନାଇରେ ପେଟ୍ରୋଲ ୮୩.୬୩ ଟଙ୍କା ଓ ଡିଜେଲ ୭୭.୭୨ ଟଙ୍କାରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଜୁନ ପ୍ରଥମ ସପ୍ତାହରେ ୧୪.୨କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦର ପ୍ରାୟ ୧୧.୫୦ ଟଙ୍କା ବୃଦ୍ଧି ଘଟିଛି। ସୋମବାର ଭୁବନେଶ୍ୱରରେ ଗ୍ୟାସ୍‌ ଦର ୬୧୯ ଟଙ୍କା ରହିଛି। ଏହାବାଦ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡର ପିଛା ଦର ୫୯୩ ଟଙ୍କା ଥିବା ବେଳେ କଲିକତାରେ ଏହା ୬୧୬ ଟଙ୍କା, ମୁମ୍ବାଇରେ ୫୯୦.୫୦ ଟଙ୍କା ଏବଂ ଚେନ୍ନାଇରେ ୬୦୬.୫୦ ଟଙ୍କା ଛୁଇଁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ଉଚ୍ଚ ଟିକସ ଯୋଗୁ ତେଲ ଦର ବୃଦ୍ଧି ହେଉଥିବା ତୈଳ ବିପଣନ କମ୍ପାନୀଗୁଡିକ ମତ ଦେଇଛନ୍ତି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ (ସୋମବାର) ଦେଶର ତେଲ ଦର ଲଗାତର ବଢିଚାଲିଛି। ତେଲ ଦର ବୃଦ୍ଧିକୁ ବିରୋଧ କରି ସୋମବାର ଜାତୀୟ କଂଗ୍ରେସ ପକ୍ଷରୁ ପଲ୍ଲୀରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ସହ ସରକାରଙ୍କ ଲୋକମାରଣ ନୀତିକୁ ନିନ୍ଦା କରାଯିବା ସହ ରାଜ୍ୟପାଳମାନଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପିସିସି ପକ୍ଷରୁ ଦିଆଯାଇଥିଲା। ଆସନ୍ତା ବଜେଟ ଅଧିବେଶନରେ କଂଗ୍ରେସର ସମସ୍ତ ବିଧାୟକ ଓ ଏମ୍‌ପି ମାନେ ସାଇକେଲରେ ଆସିବାକୁ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri