୨୩୦ ସ୍ପୋଶାଲ ଟ୍ରେନ୍‌ ପାଇଁ ତତ୍କାଳ ବୁକିଙ୍ଗ୍‌ ଆରମ୍ଭ

ନୂଆଦିଲ୍ଲୀ,୩୦।୬: କରୋନା ସଂକ୍ରମଣ ଜନିତ ସମସ୍ୟା କାରଣରୁ ଭାରତୀୟ ରେଲଓ୍ବେ ତା’ର ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ମାର୍ଚ୍ଚ ୨୫ରୁ ବନ୍ଦ ରଖିଛି। ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଯାତ୍ରୀଙ୍କ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ରେଲଓ୍ବେ ପକ୍ଷରୁ ୨୩୦ଟି (୧୧୫ ଯୋଡା) ସ୍ପୋଶାଲ ଟ୍ରେନ ଚଳାଚଳ କରୁଛି। କେତେକ ସମସ୍ୟା କାରଣରୁ ଏହି ସ୍ପୋଶାଲ ଟ୍ରେନ ମଧ୍ୟ ଚଳାଚଳ ବନ୍ଦ ରହିଥିଲା। ପୁଣିଥରେ ଏହି ଟ୍ରେନ ଚଳାଚଳ କରିବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଟ୍ରେନଗୁଡିକ ପାଇଁ ତତ୍କାଳ ବୁକିଂର ଆରମ୍ଭ କରାଯାଇଛି। ମଙ୍ଗଳବାରଠାରୁ ଏହି ଟ୍ରେନ ଗୁଡିକ ଚଳାଚଳ କରିବ। ତତ୍କାଳ ଟିକେଟ କରିଥିବା ଲୋକମାନେ ହିଁ ଏହି ସେବା ପାଇପାରିବେ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଯାତ୍ରୀମାନେ ଆଇଆରସିଟିସି ଓ୍ବେବସାଇଟରୁ ଟିକେଟ ବୁକିଂ କରିପାରିବେ। ଏସି କୋଚରେ ଯାତ୍ରା ଲାଗି ପୂର୍ବାହ୍ନ ୧୦ଘଟିକା ମଧ୍ୟରେ ଏବଂ ସ୍ଲିପର କୋଚ ପାଇଁ ୧୧ଘଟିକା ସୁଦ୍ଧା ଟିକେଟ ବୁକିଂ କରିବାକୁ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By Dharitri.Com

ସମ୍ପୂର୍ଣ୍ଣ ବୁକିଂ ଅର୍ଥ ରିଫଣ୍ଡ କରିବେ ବିମାନ କମ୍ପାନୀ

ନୂଆଦିଲ୍ଲୀ,୧୭।୪ : ଦୁଇଟି ପର୍ଯ୍ୟାୟରେ ଏବେ ଲକ୍‌ଡାଉନ ମେ ମାସ ୩ ଯାଏ ବଢ଼ିଛି। ୨୫ ମାର୍ଚ୍ଚରୁ ୧୪ ଏପ୍ରିଲ ଯାଏ ବୁକିଂ ହୋଇଥିବା ଟିକେଟର...

ଖୋଲା ରହିବ ବଛା ବଛା ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ,୨୪-୩: କରୋନା ଲାଗି ବର୍ତ୍ତମାନ ସାରା ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସ୍ଥାନଗୁଡିକରେ କେତେକ ବଛା ବଛା ଶାଖା ଖୋଲା ରଖିବାକୁ...

ମାନ୍ଦାବସ୍ଥା: କେରଳ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ

ତିରୁଭାନନ୍ତପୁରମ୍‌,୧୮ା୯: ନିକଟରେ କେରଳର ସର୍ବବୃହତ୍‌ ପର୍ବ ଓଣମ୍‌ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ...

ଅନ୍ୟ ନେଟଓ୍ବର୍କ କଲ୍‌ ଉପରେ ଚାର୍ଜ ନେବ ଜିଓ

ନୂଆଦିଲ୍ଲୀ,୧୦-୧୦: ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ପ୍ରଥମଥର ଲାଗି ଏୟାରଟେଲ ଏବଂ ଭୋଡାଫୋନ ଭଳି ଅନ୍ୟ ନେଟଓ୍ବର୍କକୁ କଲ୍‌ ଉପରେ ଚାର୍ଜ ନେବ। ଅନ୍ୟ...

ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ;ଜମ୍ମୁ-କଶ୍ମୀର ପର୍ଯ୍ୟଟନକୁ ନେଇ ବଢ଼ୁଛି ଆଶା

  ନୂଆଦିଲ୍ଲୀ,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଲଦାଖ ଓ ଉପତ୍ୟକାରେ ପର୍ଯ୍ୟଟନ ଅଭିବୃଦ୍ଧିର ଅପାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଇରାନ ତେଲ କଟକଣା;ଅର୍ଥନୀତି ଉପରେ ପଡ଼ିବ ପ୍ରତିକୂଳ ପ୍ରଭାବ

ନୂଆଦିଲ୍ଲୀ,୨୪-୪: ଇରାନଠାରୁ ତେଲ ଆମଦାନି ବନ୍ଦ କରିବାକୁ ଭାରତ ସମେତ ୮ ଦେଶକୁ ଆମେରିକା ନିର୍ଦ୍ଦେଶ ଦେବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ...

ମେ’ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୨-୬: ମେ’ରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି। ଗତ ବର୍ଷ ଏହି ସମୟରେ ଏହା ୯୪,୦୧୬ କୋଟି...

୧.୦୪ ଲକ୍ଷ କୋଟିର ନିବେଶ ହାତେଇଲା ଜିଓ

ନୂଆଦିଲ୍ଲୀ,୧୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହାର ଡିଜିଟାଲ ୟୁନିଟ ଜିଓ ପ୍ଲାଟଫର୍ମ ଲାଗି ମାତ୍ର ୮ ସପ୍ତାହରେ ୧.୦୪ ଲକ୍ଷ କୋଟି ଟଙ୍କାର ନିବେଶ ହାତେଇଛି। ଶନିବାର...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *