ଲକ୍‌ଡାଉନ ଯୋଗୁ ୫ ରାଜ୍ୟକୁ ଅଧିକ କ୍ଷତି

 

ନୂଆଦିଲ୍ଲୀ,୩୦।୬ : କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏଥିଯୋଗୁ ଘରୋଇ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଲକ୍‌ଡାଉନ ପାଇଁ ଓଡ଼ିଶା ସମେତ କର୍ନାଟକ, ଝାଡ଼ଖଣ୍ଡ, ତାମିଲନାଡୁ ଏବଂ କେରଳ ଭଳି ରାଜ୍ୟ ବେଶି କ୍ଷତି ସହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।
ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ସୋମବାର ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, କରୋନା ପ୍ରଭାବ ଯୋଗୁ ଦେଶର ବିଭିନ୍ନ ରାଜ୍ୟର ଜିଡିପି(ଏସ୍‌ଜିଡିପି) ୧୪.୩% ପର୍ଯ୍ୟନ୍ତ ଖସିବା ଆକଳନ କରାଯାଇଛି। ଏହି ସମୟରେ ଆସାମ, ଗୋଆ,ଗୁଜରାଟ ଏବଂ ସିକିମ ଭଳି ରାଜ୍ୟର ଜିଡିପି ହ୍ରାସ ୨ ଅଙ୍କ ବିଶିଷ୍ଟ ହେବ। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ପ୍ରାୟ ସବୁ ରାଜ୍ୟଗୁଡିକର ଜିଡିପି ଖସିବ ବୋଲି ଏଥିରେ କୁହାଯାଇଛି। ରାଜ୍ୟଗୁଡିକ ୧.୪ରୁ ୧୪.୪% ଜିଡିପି ହ୍ରାସ ସାମ୍ନା କରିବେ। ସେହିଭଳି ମଧ୍ୟପ୍ରଦେଶ, ପଞ୍ଜାବ, ବିହାର, ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଲକ୍‌ଡାଉନର ପ୍ରଭାବ କମ୍‌ ରହିଛି। ମାର୍ଚ୍ଚ ୨୫ରେ ଘୋଷଣା ହୋଇଥିବା ଲକ୍‌ଡାଉନରେ କେବଳ ଜରୁରୀ ସେବାକୁ ବାଦ୍‌ ଦେଇ ସବୁ କିଛି ବନ୍ଦ ରହିଥିଲା। ଲକ୍‌ଡାଉନ ଯୋଗୁ ଶିଳ୍ପ ଏବଂ ସେବା କ୍ଷେତ୍ର କାର୍ଯ୍ୟକଳାପ ବର୍ତ୍ତମାନ ସୁଦ୍ଧା ଟ୍ରାକ୍‌କୁ ଫେରିପାରିନାହିଁ। କୃଷି ଉପରେ ଅପେକ୍ଷାକୃତ ପ୍ରଭାବ କମ୍‌ ରହିଛି। ଯେଉଁ ରାଜ୍ୟଗୁଡିକର ମୋଟ ଜିଡିପିକୁ କୃଷିର ଯୋଗଦାନ ଅଧିକ ରହିଛି ଉକ୍ତ କ୍ଷେତ୍ରରେ ସେମାନେ କମ୍‌ କ୍ଷତି ସହିଛନ୍ତି।
ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥତ୍କ ସେବା, ଆଇଟି ଏବଂ ଆଇଟି ଭିତ୍ତିକ ସେବାରେ ପ୍ରଭାବ ମଧ୍ୟ କମ୍‌ ରହିଛି। ଯେଉଁ ରାଜ୍ୟଗୁଡିକ ଶିଳ୍ପ ଏବଂ ସେବା କ୍ଷେତ୍ର ଉପରେ ନିର୍ଭରଶୀଳ ସେମାନଙ୍କର କ୍ଷତି ପରିମାଣ ଅଧିକ। ଲକ୍‌ଡାଉନ ରାଜ୍ୟଗୁଡିକର ରାଜସ୍ବ ସଂଗ୍ରହକୁ ମଧ୍ୟ ପ୍ରଭାବିତ କରିଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, କେରଳ, ତେଲଙ୍ଗାନା ଏବଂ ହରିୟାଣା ଭଳି ରାଜ୍ୟ ନିଜସ୍ବ ଟିକସ ସଂଗ୍ରହ କ୍ଷେତ୍ରରେ ଅଧିକ ପ୍ରଭାବିତ ହେବେ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri