ଲକ୍‌ଡାଉନ ଯୋଗୁ ୫ ରାଜ୍ୟକୁ ଅଧିକ କ୍ଷତି

 

ନୂଆଦିଲ୍ଲୀ,୩୦।୬ : କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏଥିଯୋଗୁ ଘରୋଇ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଲକ୍‌ଡାଉନ ପାଇଁ ଓଡ଼ିଶା ସମେତ କର୍ନାଟକ, ଝାଡ଼ଖଣ୍ଡ, ତାମିଲନାଡୁ ଏବଂ କେରଳ ଭଳି ରାଜ୍ୟ ବେଶି କ୍ଷତି ସହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।
ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ସୋମବାର ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, କରୋନା ପ୍ରଭାବ ଯୋଗୁ ଦେଶର ବିଭିନ୍ନ ରାଜ୍ୟର ଜିଡିପି(ଏସ୍‌ଜିଡିପି) ୧୪.୩% ପର୍ଯ୍ୟନ୍ତ ଖସିବା ଆକଳନ କରାଯାଇଛି। ଏହି ସମୟରେ ଆସାମ, ଗୋଆ,ଗୁଜରାଟ ଏବଂ ସିକିମ ଭଳି ରାଜ୍ୟର ଜିଡିପି ହ୍ରାସ ୨ ଅଙ୍କ ବିଶିଷ୍ଟ ହେବ। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ପ୍ରାୟ ସବୁ ରାଜ୍ୟଗୁଡିକର ଜିଡିପି ଖସିବ ବୋଲି ଏଥିରେ କୁହାଯାଇଛି। ରାଜ୍ୟଗୁଡିକ ୧.୪ରୁ ୧୪.୪% ଜିଡିପି ହ୍ରାସ ସାମ୍ନା କରିବେ। ସେହିଭଳି ମଧ୍ୟପ୍ରଦେଶ, ପଞ୍ଜାବ, ବିହାର, ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଲକ୍‌ଡାଉନର ପ୍ରଭାବ କମ୍‌ ରହିଛି। ମାର୍ଚ୍ଚ ୨୫ରେ ଘୋଷଣା ହୋଇଥିବା ଲକ୍‌ଡାଉନରେ କେବଳ ଜରୁରୀ ସେବାକୁ ବାଦ୍‌ ଦେଇ ସବୁ କିଛି ବନ୍ଦ ରହିଥିଲା। ଲକ୍‌ଡାଉନ ଯୋଗୁ ଶିଳ୍ପ ଏବଂ ସେବା କ୍ଷେତ୍ର କାର୍ଯ୍ୟକଳାପ ବର୍ତ୍ତମାନ ସୁଦ୍ଧା ଟ୍ରାକ୍‌କୁ ଫେରିପାରିନାହିଁ। କୃଷି ଉପରେ ଅପେକ୍ଷାକୃତ ପ୍ରଭାବ କମ୍‌ ରହିଛି। ଯେଉଁ ରାଜ୍ୟଗୁଡିକର ମୋଟ ଜିଡିପିକୁ କୃଷିର ଯୋଗଦାନ ଅଧିକ ରହିଛି ଉକ୍ତ କ୍ଷେତ୍ରରେ ସେମାନେ କମ୍‌ କ୍ଷତି ସହିଛନ୍ତି।
ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥତ୍କ ସେବା, ଆଇଟି ଏବଂ ଆଇଟି ଭିତ୍ତିକ ସେବାରେ ପ୍ରଭାବ ମଧ୍ୟ କମ୍‌ ରହିଛି। ଯେଉଁ ରାଜ୍ୟଗୁଡିକ ଶିଳ୍ପ ଏବଂ ସେବା କ୍ଷେତ୍ର ଉପରେ ନିର୍ଭରଶୀଳ ସେମାନଙ୍କର କ୍ଷତି ପରିମାଣ ଅଧିକ। ଲକ୍‌ଡାଉନ ରାଜ୍ୟଗୁଡିକର ରାଜସ୍ବ ସଂଗ୍ରହକୁ ମଧ୍ୟ ପ୍ରଭାବିତ କରିଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, କେରଳ, ତେଲଙ୍ଗାନା ଏବଂ ହରିୟାଣା ଭଳି ରାଜ୍ୟ ନିଜସ୍ବ ଟିକସ ସଂଗ୍ରହ କ୍ଷେତ୍ରରେ ଅଧିକ ପ୍ରଭାବିତ ହେବେ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri