ବୋମାମାଡ଼ ପରେ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ କାର: ଧରାପଡ଼ିଲେ ୪ କୁଖ୍ୟାତ ଅପରାଧୀ

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଏବଂ ଦିଗପହଣ୍ଡି ଅଞ୍ଚଳରେ ଗତ କିଛିଦିନ ହେଲା ଆତଙ୍କ ଚଳାଇଥିବା ଅପରାଧି ଗ୍ୟାଙ୍ଗର ୪ ଯୁବକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ମୁକ୍ତେଶର ମନ୍ଦିର କେନାଲ ସାହିରେ ରହୁଥିବା ପଦ୍ମନାଭପୁର ଗ୍ରାମର ଅଜିତ ସେଠୀ ଓରଫ ବଳିଆ, ଦିଗପହଣ୍ଡି ଥାନା ବନ୍ଥପଲ୍ଲି ନିକଟ ଚାଞ୍ଚଡାପଲ୍ଲି ଗ୍ରାମର ପରେଶ ଲେଙ୍କା ଓରଫ ପପୁ, ବନ୍ଥପଲ୍ଲି ଗ୍ରାମର ନନ୍ଦନ ବେହେରା ଏବଂ ବ୍ରହ୍ମପୁର ସଦରଥାନା ସୁକୁଣ୍ଡା ଗ୍ରାମର ରାକେଶ ପାଢ଼ୀ।

ମିଳିଥିବା ସୂଚନା ମୁତାବକ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା, ସୋଫିଆ ମିଶ୍ର ପ୍ରମୁଖ ପାଟ୍ରୋଲିଂ କରୁଥିଲେ। ସେତିକିବେଳେ ଗ୍ୟାଙ୍ଗ ଲିଡର ସନ୍ତୋଷ ଗୌଡ଼ଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତମାନେ ଏକ ବଡ଼ ଧରଣର ଅପରାଧ ଘଟାଇବା ପାଇଁ ଦିଗପହଣ୍ଡି ରାସ୍ତାରେ ଆସୁଥିବା ପୋଲିସକୁ ଖବର ମିଳିଥିଲା। ପୋଲିସ ଟିମ୍‌ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟରାସ୍ତାର ମହୁରୀ କାଳୁଆ ଛକରେ ଜଗି ରହିଥିଲା। ସେତିକିବେଳେ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇ ଧରିବାରେ ସଫଳ ହୋଇଥିଲେ। ପୋଲିସ ସେମାନଙ୍କ ନିକଟରୁ ଏକ ଜୀବନ୍ତ ବୋମା, ୨ଟି ବାଇକ୍‌ ସହ ୩ଟି ମୋବାଇଲ ଫୋନ ଜବତ କରିଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୪୨୦/୨୪) ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଗିରଫ ସମସ୍ତ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ଥିବା ଗୋଳନ୍ଥରା ଥାନା ହଳଦିଆ ପଦର ଗ୍ରାମରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଚନ୍ଦନପୁର ଗ୍ରାମର ଶୁଭେନ୍ଦୁ କୁମାର ନାୟକ, ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ବିକାଶ ବିଷୋୟୀ, ଗୋଳନ୍ଥରା ଥାନା ହଳଦିଆପଦର ଗ୍ରାମର ଚନ୍ଦନ କୁମାର ସେଠୀ ଏବଂ ବ୍ରହ୍ମପୁର ନିମଖଣ୍ଡି ଥାନା ବ୍ରଜନଗର ଦ୍ୱିତୀୟ ଲେନ୍‌ରେ ରହୁଥିବା ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର ଶୁଭମ ରାଉଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନଙ୍କ ନାଁରେ ଦିଗପହଣ୍ଡି, କେ.ନୂଆଗାଁ, ବ୍ରହ୍ମପୁର ସଦର, ବ୍ରହ୍ମପୁର ବୈଦ୍ୟନାଥପୁର ଏବଂ ବ୍ରହ୍ମପୁର ଟାଉନ ଥାନାରେ ବହୁ ସଙ୍ଗୀନ ମାମଲା ରହିଛି।

ସୂଚନା ଯୋଗ୍ୟ, ଗତ ଅକ୍ଟୋବର ୨୬ ତାରିଖ ସନ୍ଧ୍ୟାରେ ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ନିକଟରେ କୁଶପଡ଼ା ଗ୍ରାମର ଗାଡ଼ି ଚାଳକ ଶତ୍ରୁଘ୍ନ ବିଷୋୟୀଙ୍କୁ ଲକ୍ଷ୍ୟ କରି ଲଗାତାର ୨ଟି ହାତ ବୋମା ଫିଙ୍ଗି ଥିଲେ। ଶତ୍ରୁଘ୍ନ ଦୌଡ଼ି ପଳାଇଥିବା ବେଳେ ନିକଟରେ ଠିଆ ହୋଇ ଫୋନରେ କଥା ହେଉଥିବା ଫାଇନାନ୍ସ କର୍ମଚାରୀ ସୁନୀଲ କୁମାର ନାୟକ ଆହାତ ହୋଇଥିଲେ। ଏପରିକି ରାସ୍ତାକଡରେ ଥିବା ଏକ ଥର୍‌ ଜିପ୍‌ କ୍ଷତିଗ୍ରସ୍ତ ହୋଇଥିଲା।

ଦିଗପହଣ୍ଡି ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବୋମା ଟୁକୁରା, ବୋମାରେ ବ୍ୟବହୃତ ଲୁହା କଣ୍ଟା, ଲୁହା ବଲ୍ସ, ଗୋଡ଼ି ଆଦି ଜବତ କରିଥିଲା।

ଗତ ଅକ୍ଟୋବର ୨୮ ତାରିଖ ରାତିରେ ୨ଟି କାରରେ ବ୍ରହ୍ମପୁର ସଦର ଥାନା ଦକ୍ଷିଣପୁର ଗ୍ରାମର ଗ୍ୟାଙ୍ଗ ଲିଡର ସନ୍ତୋଷ ଗୌଡ଼, ଅଜିତ ଓରଫ ବଳିଆ ସେଠୀ, କାହ୍ନା ସେଠୀ, ପପୁ ଲେଙ୍କା, ନନ୍ଦନ ବେହେରା, ରାକେଶ ସାହୁ, କାଳିଆ ସେଠୀ, ଜଗନ ସେଠୀ, ଚନ୍ଦନ ମହାନ୍ତି, ଶୁଭେନ୍ଦୁ କୁମାର ନାୟକ, ଚନ୍ଦନ କୁମାର ସେଠୀ, ବିକାଶ ବିଷୋୟୀ, ଶୁଭମ ରାଉଳ ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ଗାଡ଼ି ଚାଳକ ଧନୁ ଗୌଡ଼ଙ୍କ ଘର ସମ୍ମୁଖରେ ପହଞ୍ଚି ତାଙ୍କୁ ହତ୍ୟା ଧମକ ଦେବାସହ ବୋମାମାଡ଼ କରି କିଛି ଆସବାବ ପତ୍ର ପୋଡ଼ିଦେଇଥିଲେ। ପରେ ତାଙ୍କ ପୁଅଙ୍କ ଦୋକାନ ସମ୍ମୁଖରେ ଥିବା ମହିନ୍ଦ୍ରା ଏକ୍ସୟୁଭି ୫୦୦କାର(ନଂ.ଓଡ଼ି୦୫ଏଏକ୍ସ – ୪୧୬୫)ରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ପୂର୍ବରୁ ତାଙ୍କର ଏକ ବାଇକ୍‌କୁ ଜାଳି ଦେବା ପାଇଁ ଉଦ୍ୟମ କରିଥିଲେ। ସେଥିରେ ସଫଳ ହୋଇ ନ ଥିଲେ।

ଦିଗପହଣ୍ଡିର ରାଜୁ ପାତ୍ର ଏବଂ ଦକ୍ଷିଣପୁର ଗ୍ରାମର ସନ୍ତୋଷ ଗୌଡ଼ ୨ ଜଣ ଭିନ୍ନ ଅପରାଧି ଗୋଷ୍ଠୀର ଗ୍ୟାଙ୍ଗ ଲିଡର। ସେମାନେ ଅପରାଧ ସାମ୍ରାଜ୍ୟକୁ ବିସ୍ତାର ପାଇଁ ବିଭିନ୍ନ ଅଞ୍ଚଳର ଅପରାଧିଙ୍କ ସହ ଯୋଗାଯୋଗ ରଖି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାସହ ଆବଶ୍ୟକ ସମୟରେ ସେମାନଙ୍କୁ ବ୍ୟବହାର କରିଥାନ୍ତି। ଜଳି ଯାଇଥିବା ମହିନ୍ଦ୍ର ଏକ୍ସୟୁଭି କାରକୁ ପାଖରେ ରଖିଥିବା ପାଟପୁର ଥାନା କଂସାମାରି ଗ୍ରାମର ମୁନା ଦୋରାଙ୍କ ସାଙ୍ଗ ହେଲେ ରାଜୁ ପାତ୍ର। ସେ ତାଙ୍କୁ ବିଭିନ୍ନ ସମୟରେ କାର ଦେଉଥିବାରୁ ଅନ୍ୟ ପ୍ରତିପକ୍ଷ ଗୋଷ୍ଠୀର ଅପରାଧିମାନେ କ୍ଷୁବ୍ଧ ଥିଲେ ବୋଲି ଅଭିଯୁକ୍ତମାନେ ପୋଲିସ ନିକଟରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?