Posted inଫୁରସତ

ଦୁର୍ଘଟଣା ପରେ ପୂରା କଲେ ସ୍ବପ୍ନ

ଅଷ୍ଟିନ: ନିଜ ସ୍ବପ୍ନକୁ ପୂରା କରିବାକୁ ଲୋକେ ଅନେକ ବାଧାବିଘ୍ନକୁ ଖାତିର କରି ନ ଥାନ୍ତି। ତାହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଗାଲ୍‌ଭେଷ୍ଟେନ ବାସିନ୍ଦା ୧୯ ବର୍ଷୀୟ ଜିଦ୍‌ ଗାର୍ସିଆଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା। ତାଙ୍କ ଘରେ ମହମବତିରୁ ନିଅଁା ଲାଗିଯାଇଥିଲା। ସେ ସେହି ସମୟରେ କମ୍ବଳ ଘୋଡ଼ି ହୋଇ ଶୋଇଥିଲେ। ଘରେ ନିଅଁା ଜଳି ତାଙ୍କ କମ୍ବଳରେ ଲାଗିଯିବାରୁ ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ ପୋଡିଯାଇଥିଲା। ସେଥିରେ ତାଙ୍କ ଚେହେରା ପୂରା ବିଗିଡ଼ି ଯାଇଥିଲା। ଦୁର୍ଘଟଣାରେ ତାଙ୍କ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇଛି। ତାଙ୍କର ଏପରି ଦୁର୍ଘଟଣା ପରେ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ପରେ ସେ ନିଜକୁ ସମ୍ଭାଳିବା ସହ ତାଙ୍କର ଏହି ପରିସ୍ଥିତିକୁ ସାମ୍ନା କଲେ ଏବଂ ନିଜ ସ୍ବପ୍ନକୁ ସାକାର କଲେ। ତେବେ ଏବେ ସେ ଜଣେ ପୋଲିସ ଅଫିସର। ଗାର୍ସିଆ ୧୦ ବର୍ଷ ବୟସରେ ପୋଲିସ ଅଫିସର ହେବାକୁ ସ୍ବପ୍ନ ଦେଖିଥିଲେ। ୨୦୧୫ରେ ଗାର୍ସିଆଙ୍କ ସହିତ ଏପରି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଗାର୍ସିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ସେଠାରେ ତାଙ୍କୁ ଏକ ନୂଆ ଜୀବନ ମିଳିଲା। ଦୁର୍ଘଟଣାରେ ଆଖି ନଷ୍ଟ ହୋଇଯିବାରୁ ସେ ଏକ ନେତ୍ରହୀନ ସ୍କୁଲରେ ପାଠ ପଢିଲେ। ଗାର୍ସିଆ ଆଉ କେବେ କଥା କହିପାରିବେନି କି ଚାଲିପାରିବେନି ବୋଲି ଚିକିତ୍ସା ସମୟରେ ଡାକ୍ତର କହିଥିଲେ। ହେଲେ ସେ ଏବେ ଚାଲିବା ସହିତ କଥା ମଧ୍ୟ କହିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri