‘ବୈଜୁ ବାୱରା’ରେ ନୟନତାରା

ମୁମ୍ବାଇ: ‘ଜୱାନ’ରେ ସାଉଥ୍‌ ଅଭିନେତ୍ରୀ ନୟନତାରାଙ୍କ ପୋଲିସ ଭୂମିକା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ହେଲେ ସେ ଫିଲ୍ମ ନିର୍ଦ୍ଦେଶକ ଏଟଲି କୁମାରଙ୍କ ଉପରେ ଏତେ ଖୁସି ନ ଥିବା ଜଣାପଡ଼ିଥିଲା। ଏବେ ତାଙ୍କୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବୈଜୁ ବାୱରା’ରେ ଦେଖିବାକୁ ମିଳିବ। ସଙ୍ଗୀତ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ନୟନତାରା ଲିଡ୍‌ ରୋଲରେ ଦେଖାଯିବେ। ଏଥିରେ ରଣବୀର ସିଂ ନାୟକ ଭାବେ ନଜରକୁ ଆସିବେ। ଆଲିଆ ଭଟ୍ଟଙ୍କୁ ମଧ୍ୟ ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ନୟନତାରା ୨୦୦୩ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ତେଲୁଗୁ, ତାମିଲ ଏବଂ ମାଲାୟଲମ୍‌ ଫିଲ୍ମରେ ନଜରକୁ ଆସିଛନ୍ତି। ଚଳିତବର୍ଷ ଚଳଚ୍ଚିତ୍ର ‘ଜୱାନ’ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କର ଫଲୋୟର୍ସ ସଂଖ୍ୟା ମଧ୍ୟ ବଢିଛନ୍ତି। ଏଥିସହ ତାଙ୍କୁ ଅନେକ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି। ଆଗକୁ ତାଙ୍କ ହାତରେ ଆହୁରି ଫିଲ୍ମ ମଧ୍ୟ ରହିଛି। ଯେଉଁଥିପାଇଁ ବ୍ୟସ୍ତ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri