ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କ ଭାଗ୍ୟରେ କେତେବେଳେ ନିଖୋଜ ତ ଆଉ କେତେବେଳେ ମୃତଦେହ ହୋଇ ଫେରିବା ସାର ହେଉଛି। ସରକାର ବଦଳୁଥିଲେ ବି ଗରିବଙ୍କ ଦୁଃଖ ବଦଳୁ ନ ଥିବା ବେଳେ ବେକାରୀ ସମସ୍ୟା ରୋକିବାରେ ପ୍ରଶାସନ ବିଫଳ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଏହିପରି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ପାଡେପଦର ପଞ୍ଚାୟତ ସ୍ଥିତ ଭାଟିଫାସ ଗ୍ରାମରୁ। ଗ୍ରାମର ୩୫ ବର୍ଷୀୟ ଯୁବକ ଶିବା ମାଝୀଙ୍କର ହାଇଦ୍ରାବାଦରେ ଦାଦନ ଖଟୁଥିବା ବେଳେ ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ଭାଟିଫାସ ଓ ଖମାରପଦର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ଶିବା ନିଜ ଗାଁ ଭାଟିଫାସ ଛାଡ଼ି ଖମାରପଦର ସ୍ଥିତ ଶ୍ୱଶୁର ଘରେ ସ୍ତ୍ରୀ ରଶ୍ମି(୩୦)ଙ୍କ ସହ ରହୁଥିଲେ। ଗରିବ ପରିବାର, ବୃଦ୍ଧା ମା’ ଏବଂ ପାରାଲିସିସ୍‌ ଆକ୍ରାନ୍ତ ଶ୍ୱଶୁରଙ୍କ ଚିକିତ୍ସା ଓ ପରିବାରର ଆର୍ଥିକ ବୋଝ ସମ୍ଭାଳିବା ପାଇଁ ସେ ପ୍ରାୟ ଏକ ବର୍ଷ ହେଲା ହାଇଦ୍ରାବାଦର ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ମୃତ୍ୟୁ ଦିନ ସକାଳେ ଶିବା ଫୋନ ଯୋଗେ ସ୍ତ୍ରୀ ରଶ୍ମି ଓ ପରିବାରବର୍ଗଙ୍କ ସହ ସାଧାରଣ ଭାବେ କଥାବାର୍ତ୍ତା କରିଥିଲେ। ହେଲେ ସେହି ଦିନ ରାତି ପ୍ରାୟ ୧୧ଟାରେ ହଠାତ୍‌ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସାଥୀ ଶ୍ରମିକମାନେ ଫୋନ କରି ରଶ୍ମିଙ୍କୁ ଜଣାଇଥିଲେ। ସକାଳେ ସ୍ବାମୀଙ୍କ ସହ କଥା ହୋଇ ରାତିରେ ତାଙ୍କ ବିୟୋଗ ଖବର ପାଇବା ରଶ୍ମିଙ୍କ ପାଇଁ ବଡ଼ ଆଘାତ ସାଜିଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗ୍ରାମବାସୀ ଓ ପ୍ରଶାସନିକ ସହଯୋଗ ଦାବି ମଧ୍ୟରେ ଶିବା କାମ କରୁଥିବା କମ୍ପାନୀ ପକ୍ଷରୁ ଏକ ବେସରକାରୀ ଆମ୍ବୁଲାନ୍ସ ଯୋଗେ ବୁଧବାର ସକାଳ ୩ଟାରେ ମୃତଦେହ ଗାଁରେ ପହଞ୍ଚିଥିଲା। ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ନିଃସନ୍ତାନ ଶିବାଙ୍କ ମୃତ୍ୟୁ ପରେ ଦୁଇଟି ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ପରିବାରର ସ୍ଥିତି ଦେଖିଲେ ସରକାରୀ ଯୋଜନାର ପ୍ରକୃତ ରୂପ ପଦାରେ ପଡୁଛି। ଶିବାଙ୍କ ପରିବାର ନିକଟରେ ନା ଅଛି ନିଜସ୍ବ ଜମିବାଡ଼ି, ନା ଅଛି ରାଶନ କାର୍ଡ। ଏପରିକି ଶିବାଙ୍କ ନିଜର ଆଧାର କାର୍ଡ ମଧ୍ୟ ନ ଥିବା କୁହାଯାଉଛି। ଘରେ ଥିବା ବୃଦ୍ଧା ମା’ ଯମୁନା ମାଝୀଙ୍କୁ ଆଜି ଯାଏ ସାମାଜିକ ସୁରକ୍ଷା ଭତ୍ତା ମିଳି ନ ଥିବା ବେଳେ ପାରାଲିସିସ୍‌ରେ ଆକ୍ରାନ୍ତ ଶ୍ୱଶୁର ମଧ୍ୟ ସରକାରୀ ସହାୟତାରୁ ବଞ୍ଚିତ ହୋଇ ରହିଛନ୍ତି। ଦୁଇଟି ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇବା ପରେ ଏବେ ୩୦ ବର୍ଷୀୟା ରଶ୍ମିଙ୍କ ମୁଣ୍ଡରେ ବୃଦ୍ଧା ଶାଶୁ ଓ ଆକ୍ରାନ୍ତ ବାପାଙ୍କ ପ୍ରତିପୋଷଣ ଭାର ପଡ଼ିଛି। ନିଜେ କେମିତି ଚଳିବେ ଏବଂ ଅସହାୟ ଗୁରୁଜନଙ୍କୁ କେମିତି ସମ୍ଭାଳିବେ, ସେହି ଚିନ୍ତା ତାଙ୍କୁ ଘାରିଛି। ଶିବାଙ୍କ ଏହି ଅକାଳ ବିୟୋଗ ଦୁର୍ଗମ ଅଞ୍ଚଳର ଦାରିଦ୍ର୍ୟ ଓ ଜୀବିକା ସଂକଟକୁ ପୁଣିଥରେ ସାମ୍ନାକୁ ଆଣିଛି। ସରକାରୀ ଯୋଜନାରୁ ବଞ୍ଚିତ ଏହି ଅସହାୟ ପରିବାର ନିକଟରେ ପ୍ରଶାସନ କେବେ ପହଞ୍ଚି ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେଉଛି, ତାହା ଏବେ ବଡ଼ ପ୍ରଶ୍ନ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri