ବିଧାନସଭାକୁ ସୁରଙ୍କ ବାଏ ପରେ ଏମ୍‌ପି ପ୍ରାର୍ଥିତ୍ୱ ଚର୍ଚ୍ଚା

ଖୋର୍ଦ୍ଧା,୧ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଦୀର୍ଘବର୍ଷ ଧରି ବିଜେଡି ପ୍ରାର୍ଥୀ ଜିତି ଆସୁଥିବା ବେଳେ ୨୦୧୯ ନିର୍ବାଚନରେ ଭାଜପାରୁ ଅପରାଜିତା ଷଡ଼ଙ୍ଗୀ ଏମ୍‌ପି ହୋଇଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ ଅପରାଜିତା ଭାଜପାରୁ ପୁଣି ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଯଦି ସେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତାଙ୍କୁ କିଏ ଟକ୍କର ଦେବେ ତାହାକୁ ନେଇ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ବିଜେଡିରୁ କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରାର୍ଥୀ ହୋଇପାରନ୍ତି। ସେପଟେ କଂଗ୍ରେସ କୁଆଡ଼େ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଉପରେ ନଜର ପକାଇଲାଣି। ଯଦିଓ ଆଗାମୀ ନିର୍ବାଚନରେ ଦଳ କାହାକୁ ଏଠାରୁ ପ୍ରାର୍ଥୀ କରିବ ସ୍ଥିର ହୋଇ ନାହିଁ, ତେବେ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କୁ ପ୍ରୋଜେକ୍ଟ କରୁଥିବା ଆଲୋଚନା ହେଉଛି। ସେଥିଲାଗି ସୁରେଶ କୁଆଡ଼େ ବିଧାନସଭାକୁ ବାଏ କହି ଭାବବିହ୍ବଳ ହୋଇଥିଲେ। ପାର୍ଲାମେଣ୍ଟକୁ ସୁରେଶଙ୍କୁ ପଠାଇବା ପାଇଁ ଦଳ ଭିତିରିଆ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ୁଛି। ସୁରେଶ ଜଟଣୀ ନିର୍ବାଚନମଣ୍ଡଳୀରୁ ୬ଥର ବିଧାୟକ ହୋଇଥିବା ବେଳେ ଥରେ ମନ୍ତ୍ରୀ ହୋଇଥିଲେ। ସୋସିଆଲ ମିଡିଆରେ ସେ ସର୍ବାଗ୍ରେ ଚର୍ଚ୍ଚାରେ ରହୁଥିବା ବେଳେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରି ଗଣମାଧ୍ୟମର ଶିରୋନାମା ପାଲଟିଥାନ୍ତି।
ଅପରପକ୍ଷରେ ଚାରିଆଡ଼େ ଏବେ ବିଜେଡି ଏବଂ ଭାଜପାରେ ଦଳୀୟ ଟିକେଟକୁ ନେଇ ଗୋଷ୍ଠୀ କନ୍ଦଳ। ଖୋର୍ଦ୍ଧା, ବେଗୁନିଆ, ଜଟଣୀ, ଏକାମ୍ର ସବୁଠି ଏହା ଜଳଜଳ ଦେଖାଗଲାଣି। ଏହାକୁ ଦୃଷ୍ଟିରେ ରଖି ଭାଜପା ଓ ବିଜେଡିକୁ କଂଗ୍ରେସରୁ ଏକମାତ୍ର ସୁରେଶ ଟକ୍କର ଦେଇପାରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ଅସନ୍ତୁଷ୍ଟ ବିରୋଧୀଙ୍କ ଭୋଟ ମଧ୍ୟ ତାଙ୍କୁ ମିଳିବା ସମ୍ଭାବନା ଅଧିକ। ପ୍ରାର୍ଥତ୍ତ୍ୱକୁ ନେଇ ଚାଲିଥିବା ଆଲୋଚନାକୁ ସୁର ଖଣ୍ଡନ କରିଥିବା ବେଳେ ଭାଜପାର ଅସନ୍ତୁଷ୍ଟ କର୍ମୀ କୁଆଡ଼େ ଅପରାଜିତାଙ୍କୁ ହରାଇବା ପାଇଁ ସୁରେଶଙ୍କୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି। ଅପରାଜିତାଙ୍କ ବିରୋଧରେ ଅସନ୍ତୁଷ୍ଟ ଦଳୀୟ କର୍ମୀ ସ୍ବର ଉତ୍ତୋଳନ କରିବାରେ ଲାଗିଛନ୍ତି। ପୁଣି ଅତୀତରେ ଅପରାଜିତା ବିଭିନ୍ନ ପ୍ରସଙ୍ଗରେ ଶଣ୍ଢୁଆସି ଆକ୍ରମଣ କରି ରାଜ୍ୟ ସରକାରଙ୍କୁ ଅସ୍ତବ୍ୟସ୍ତ କରି ପକାଇଛନ୍ତି। କୌଣସି ପ୍ରକାରେ ବିଜେଡି ଏଥର ଅପରାଜିତାଙ୍କୁ ହରାଇବା ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ କରିଦେଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri