ବିଧାନସଭାକୁ ସୁରଙ୍କ ବାଏ ପରେ ଏମ୍‌ପି ପ୍ରାର୍ଥିତ୍ୱ ଚର୍ଚ୍ଚା

ଖୋର୍ଦ୍ଧା,୧ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଦୀର୍ଘବର୍ଷ ଧରି ବିଜେଡି ପ୍ରାର୍ଥୀ ଜିତି ଆସୁଥିବା ବେଳେ ୨୦୧୯ ନିର୍ବାଚନରେ ଭାଜପାରୁ ଅପରାଜିତା ଷଡ଼ଙ୍ଗୀ ଏମ୍‌ପି ହୋଇଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ ଅପରାଜିତା ଭାଜପାରୁ ପୁଣି ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଯଦି ସେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତାଙ୍କୁ କିଏ ଟକ୍କର ଦେବେ ତାହାକୁ ନେଇ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ବିଜେଡିରୁ କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରାର୍ଥୀ ହୋଇପାରନ୍ତି। ସେପଟେ କଂଗ୍ରେସ କୁଆଡ଼େ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଉପରେ ନଜର ପକାଇଲାଣି। ଯଦିଓ ଆଗାମୀ ନିର୍ବାଚନରେ ଦଳ କାହାକୁ ଏଠାରୁ ପ୍ରାର୍ଥୀ କରିବ ସ୍ଥିର ହୋଇ ନାହିଁ, ତେବେ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କୁ ପ୍ରୋଜେକ୍ଟ କରୁଥିବା ଆଲୋଚନା ହେଉଛି। ସେଥିଲାଗି ସୁରେଶ କୁଆଡ଼େ ବିଧାନସଭାକୁ ବାଏ କହି ଭାବବିହ୍ବଳ ହୋଇଥିଲେ। ପାର୍ଲାମେଣ୍ଟକୁ ସୁରେଶଙ୍କୁ ପଠାଇବା ପାଇଁ ଦଳ ଭିତିରିଆ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ୁଛି। ସୁରେଶ ଜଟଣୀ ନିର୍ବାଚନମଣ୍ଡଳୀରୁ ୬ଥର ବିଧାୟକ ହୋଇଥିବା ବେଳେ ଥରେ ମନ୍ତ୍ରୀ ହୋଇଥିଲେ। ସୋସିଆଲ ମିଡିଆରେ ସେ ସର୍ବାଗ୍ରେ ଚର୍ଚ୍ଚାରେ ରହୁଥିବା ବେଳେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରି ଗଣମାଧ୍ୟମର ଶିରୋନାମା ପାଲଟିଥାନ୍ତି।
ଅପରପକ୍ଷରେ ଚାରିଆଡ଼େ ଏବେ ବିଜେଡି ଏବଂ ଭାଜପାରେ ଦଳୀୟ ଟିକେଟକୁ ନେଇ ଗୋଷ୍ଠୀ କନ୍ଦଳ। ଖୋର୍ଦ୍ଧା, ବେଗୁନିଆ, ଜଟଣୀ, ଏକାମ୍ର ସବୁଠି ଏହା ଜଳଜଳ ଦେଖାଗଲାଣି। ଏହାକୁ ଦୃଷ୍ଟିରେ ରଖି ଭାଜପା ଓ ବିଜେଡିକୁ କଂଗ୍ରେସରୁ ଏକମାତ୍ର ସୁରେଶ ଟକ୍କର ଦେଇପାରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ଅସନ୍ତୁଷ୍ଟ ବିରୋଧୀଙ୍କ ଭୋଟ ମଧ୍ୟ ତାଙ୍କୁ ମିଳିବା ସମ୍ଭାବନା ଅଧିକ। ପ୍ରାର୍ଥତ୍ତ୍ୱକୁ ନେଇ ଚାଲିଥିବା ଆଲୋଚନାକୁ ସୁର ଖଣ୍ଡନ କରିଥିବା ବେଳେ ଭାଜପାର ଅସନ୍ତୁଷ୍ଟ କର୍ମୀ କୁଆଡ଼େ ଅପରାଜିତାଙ୍କୁ ହରାଇବା ପାଇଁ ସୁରେଶଙ୍କୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି। ଅପରାଜିତାଙ୍କ ବିରୋଧରେ ଅସନ୍ତୁଷ୍ଟ ଦଳୀୟ କର୍ମୀ ସ୍ବର ଉତ୍ତୋଳନ କରିବାରେ ଲାଗିଛନ୍ତି। ପୁଣି ଅତୀତରେ ଅପରାଜିତା ବିଭିନ୍ନ ପ୍ରସଙ୍ଗରେ ଶଣ୍ଢୁଆସି ଆକ୍ରମଣ କରି ରାଜ୍ୟ ସରକାରଙ୍କୁ ଅସ୍ତବ୍ୟସ୍ତ କରି ପକାଇଛନ୍ତି। କୌଣସି ପ୍ରକାରେ ବିଜେଡି ଏଥର ଅପରାଜିତାଙ୍କୁ ହରାଇବା ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ କରିଦେଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?