ସୁଜିତ୍ କୁମାରଙ୍କ ଇସ୍ତଫା ପରେ, କିଏ ଯିବ ରାଜ୍ୟ ସଭା? ବଡ଼ ସୂଚନା ଦେଲେ ମନମୋହନ ସାମଲ

ଭୁବନେଶ୍ୱର,୯।୯: ରାଜ୍ୟ ସଭା ଏମପି ପଦରୁ ପୂର୍ବତନ ବିଜେଡି ନେତା ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରୁ କିଏ ରାଜ୍ୟ ସଭା ଯିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ବଡ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସୋମବାର ଗଣାମଧ୍ୟର ପ୍ରତିନିଧି ମାନଙ୍କ ସହିତ କଥା ହୋଇ ସେ କହିଛନ୍ତି, ”ଦଳର ସର୍ବୋଚ୍ଚ ନେତା ତଥା ପାର୍ଲିଆମେଣ୍ଟ କମିଟି ଶେଷ ନିଷ୍ପତ୍ତି ନେବେ। ବିଜେଡିକୁ ରାଜ୍ୟବାସୀ ଲମ୍ବା ସମୟ ଧରି ଆଶୀର୍ବାଦ କରିଥିଲେ। କିନ୍ତୁ ଗତ ନିର୍ବାଚନରେ ଲୋକେ ତାଙ୍କ ନିକଟରୁ ମୁହଁ ଫେରାଇ ନେଇଛନ୍ତି।” ତେବେ ବିଧାୟକ ସଂଖ୍ୟା ଦେଖିଲେ ଭାଜପାର ପ୍ରାର୍ଥୀ ରାଜ୍ୟ ସଭା ଯିବା ନିଶ୍ଚିତ।

ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ କୌଣସି ଲୋକ ସଭା ଆସନ ମିଳି ନ ଥିଲା ବେଳେ ଏବେ ରାଜ୍ୟ ସଭାରେ ଦଳର ଶକ୍ତି ହ୍ରାସ ପାଇଁ ଚାଲିଛି। ପ୍ରଥମେ ମୟୁରଭଞ୍ଜର ଟାଣୁଆ ମହିଳା ନେତ୍ରୀ ମମତା ମହନ୍ତ ରାଜ୍ୟ ସଭା ସହିତ ଦଳରୁ ଇସ୍ତଫା ଦେଇ ଭଜାପରେ ମିଶିଥିଲେ। ଏହାରି ମଧ୍ୟରେ ସେ ପୁନର୍ବାର ଭାଜପାରୁ ରାଜ୍ୟ ସଭାକୁ ଯାଇ ସାରିଥିବା ବେଳେ ତାଙ୍କ ପଛେ ପଛେ ସୁଜିତ କୁମାର ରାଜ୍ୟ ସଭା ସହିତ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭଜାପରେ ଯୋଗ ଦେଇଛନ୍ତି।

ତେବେ ମମତାଙ୍କ ଭଳି ଭାଜପା ସୁଜିତଙ୍କୁ ମଧ୍ୟ ପୁନର୍ବାର ରାଜ୍ୟ ସଭା ପଠାଇପାରେ। କାରଣ ସୁଜିତଙ୍କର କାର୍ଯ୍ୟକାଳ ଖୁବ କମ ସମୟ ଆଉ ବାକିଥିଲା। ତେଣୁ ଭାଜପା ସ୍ୱଳ୍ପ ସମୟ ପାଇଁ ଦଳର ଅନ୍ୟ କୌଣସି ନେତାଙ୍କୁ ନ ପଠାଇପାରେ। ଏହା ବ୍ୟତୀତ ସୁଜିତଙ୍କୁ ପୁନର୍ବାର ରାଜ୍ୟ ସଭା ପଠାଇ ବିଜେଡିର ଅନ୍ୟ ନେତାମାନଙ୍କୁ ମଧ୍ୟ ଜଣାଇଦେବାକୁ ଚାହିଁବା କି ଦଳରେ ଯୋଗ ଦେଉଥିବା ନେତାମାନଙ୍କୁ ଭାଜପାରେ ଅଗ୍ରାଧିକାର ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଘନେଇଲାଣି ପେଟ୍ରୋଲ, ଡିଜେଲ ଅଭାବ

ଗତ ଫେବୃଆରୀ ୨୮ରୁ ଇରାନ୍‌ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ୧୦ ବେଳକୁ ହେବ….

ଭୁବନେଶ୍ବର,୬ା୫: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏକ ମଡେଲ୍ ଅନୁଯାୟୀ ୧୦ରେ ଲଘୁଚାପ ଦାନା ବାନ୍ଧିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଜୁନାଗଡ଼,୬।୫(ସୁନୀଲ କୁମାର ସିଂହ): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଠିକାଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri