Posted inଜାତୀୟ

ସୋନମ ଓ୍ବାଙ୍ଗ୍‌ଚୁକ୍‌ ଅନଶନ ଭାଙ୍ଗିବା ପରେ ଏହି ବଡ଼ କଥା କହିଦେଲେ ରେଖା ଗୁପ୍ତା, ଛାତ୍ରଙ୍କ ସମସ୍ୟା…

ନୂଆଦିଲ୍ଲୀ,୨୪ା୭: NEET ପେପର ଲିକ୍‌ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ପରିବେଶବିତ୍‌ ତଥା ସମାଜସେବୀ ସୋନମ ଓ୍ବାଙ୍ଗ୍‌ଚୁକ୍‌ ସରକାରଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ତାଙ୍କର ଅନଶନ ଭାଙ୍ଗିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ମେଦାନ୍ତ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଭେଟିବା ପରେ ଏହି ଅନଶନ ଶେଷ ହୋଇଛି। ଉଭୟ ମନ୍ତ୍ରୀ ଓ୍ବାଙ୍ଗଚୁକ୍‌ଙ୍କୁ ସରକାରୀ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ମେଦାନ୍ତ ହସ୍ପିଟାଲରେ ସୋନମ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଭେଟି ଛାତ୍ରମାନଙ୍କ ସମସ୍ୟାର ସମାଧାନ ଖୋଜିବା ପାଇଁ ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ ଏବଂ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଏହା ପରେ, ଓ୍ବାଙ୍ଗ୍‌ଚୁକ୍‌ ତାଙ୍କର ଅନଶନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ।’

ରେଖା କହିଛନ୍ତି, ଓ୍ବାଙ୍ଗ୍‌ଚୁକ୍‌ଙ୍କ ନିଷ୍ପତ୍ତି ଛାତ୍ରମାନଙ୍କ ସ୍ବାର୍ଥ ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତା ପ୍ରତି ତାଙ୍କର ବିଶ୍ୱାସକୁ ପ୍ରତିଫଳିତ କରେ। ସରକାର ବାରମ୍ବାର ସ୍ପଷ୍ଟ କରିଛନ୍ତି ଯେ, ପେପର ଲିକ୍‌ ଭଳି ଘଟଣା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଏବଂ ବିଶ୍ୱସନୀୟ କରିବା ପାଇଁ ଆବଶ୍ୟକୀୟ ସଂସ୍କାର କରାଯିବ ଏବଂ ସଂସଦରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ମାଧ୍ୟମରେ ଅର୍ଥପୂର୍ଣ୍ଣ ସମାଧାନ ସୁନିଶ୍ଚିତ ବି କରାଯିବ।

ସେ ଆହୁରି ଲେଖିଛନ୍ତି, ଦେଶର ଯୁବପିଢ଼ିଙ୍କ ସ୍ବାର୍ଥର ସୁରକ୍ଷା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତର ଯୁବଶକ୍ତି ହେଉଛି ରାଷ୍ଟ୍ର ନିର୍ମାଣ ପାଇଁ ସର୍ବୋତ୍ତମ ଶକ୍ତି, ଏବଂ ଦେଶର ଭବିଷ୍ୟତ ସହିତ ହାତଛଡ଼ା କରିଥିବା ଯେକୌଣସି ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଞ୍ଚଳରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍: କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ, ନବୀନଙ୍କୁ ଦିଆଯିବ ରିପୋର୍ଟ

ପାତ୍ରପୁର, ୩୧ା୧୦ (ଉମା ଚରଣ ନେପାକ): ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପାତ୍ରପୁର ଅଞ୍ଚଳର କ୍ଷତିଗ୍ରସ୍ତ ଗାଁ…

ମମତା ଯୋଜନା ନାଁ ରେ ମହିଳା ଙ୍କୁ ଠକେଇ: ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଅପରାଧି

ଦିଗପହଣ୍ଡି,୩୧|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମର ପି. ମିନି ରେଡ୍ଡୀ ନାମ୍ନୀ ଜଣେ ଗର୍ଭବତୀ ମହିଳା ଙ୍କୁ ମମତା…

ଗଞ୍ଜାମରେ ୭୩ ଗାଁ ବନ୍ୟା ପ୍ରଭାବିତ:୫୬ ହଜାର ୫୧ ଜଣଙ୍କୁ ସ୍ଥାନାନ୍ତର

ଛତ୍ରପୁର, ୩୧ା୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲରେ ବନ୍ୟା ସ୍ଥିତିକୁ ନେଇ ଜିଲାପାଳ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଜିଲାରେ ବନ୍ୟାଜଳ…

ନଭେମ୍ବର ପହିଲାରୁ ସାମୁଦ୍ରିକ ପ୍ରବେଶ କଟକଣା: ସୀମା ଅତିକ୍ରମ କଲେ ବନ୍ଧା ହେବେ ମତ୍ସ୍ୟଜୀବୀ

ମହାକାଳପଡ଼ା,୩୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ କୂଳଠାରୁ ୨୦ କିମି ପରିଧି କୋର୍‌ ଓ ବଫର ଜୋନ୍‌ ଅଞ୍ଚଳରେ ବର୍ଷ…

ଦୀପାବଳି ପାଇଁ ଆସିଲା ଗାଇଡ୍‌ଲାଇନ: ରାତି ୯ଟା ସୁଦ୍ଧା ବାଣଫୁଟା, ନିୟମ ଉଲଘଂନ କଲେ…

ଭୁବନେଶ୍ୱର,୩୧।୧୦: ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶନିବାର ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଗାଇଡଲାଇନରେ ସବୁଜ ବାଣ ବ୍ୟବହାର ଉପରେ…

ନିଲମ୍ବନର ପ୍ରତିଶୋଧ: ବିଭାଗ ମୁଖ୍ୟଙ୍କୁ ଛୁରାମାଡ଼ , ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରତ୍ୟାହାର ହୋଇ ନ ଥିଲା ନିଲମ୍ବନ

ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…

ସାମ୍ବାଦିକାଙ୍କୁ ବିବାହ କଲେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ଶ୍ରୀନଗର,୩୧ା୧୦: : ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜଣାଶୁଣା ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କରିଛନ୍ତି। ଶନିବାର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଦମ୍ପତି ଏହି…

୨ ଯାଏଁ ଗଞ୍ଜାମରେ ସ୍କୁଲ ଛୁଟି: ସୂଚନା ଦେଇ ଜିଲାପାଳ କହିଲେ…

ଛତ୍ରପୁର, ୩୧।୧୦: ଗଞ୍ଜାମ ଜିଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?