Posted inଜାତୀୟ

ଦେଶମାତୃକାର ସେବା କରି ଗାଁକୁ ଫେରିବା ପରେ ସୈନିକଙ୍କୁ ଏମିତି ପାଛୋଟି ନେଲେ ଗ୍ରାମବାସୀ

ଭୋପାଳ,୬।୨: ମଧ୍ୟପ୍ରଦେଶର ବରଓ୍ବାନି ଜିଲାର ଭାରତୀୟ ସେନାରେ ୨୧ ବର୍ଷ ସେବା ପୂରଣ ପରିବା ପରେ ଘରକୁ ଫେରିଥିବା ସୈନିକଙ୍କୁ ଗ୍ରାମବାସୀ ଅଦ୍ଭୁତପୂର୍ବ ସ୍ବାଗତ ଜଣାଇଛନ୍ତି। ଗ୍ରାମବାସୀ ମାଟିର ପୁଅଙ୍କୁ ସ୍ବାଗତ କରିବା ପାଇଁ ଜମିରେ ନିଜର ହାତ ରଖିଛନ୍ତି। ଏଥିସହିତ ଲୋକେ ଡିଜେ, ଢୋଲ ବଜାଇ ନାଚ ଗୀତରେ ତାଙ୍କୁ ସ୍ବାଗତ ମଧ୍ୟ କରିଛନ୍ତି। ଖାଲି ଏତିକି ନୁହେଁ, ଘୋଡ଼ା ଗାଡ଼ିରେ ବସାଇ ଗାଁ ସାରା ବୁଲାଇଛନ୍ତି।

ମଧ୍ୟପ୍ରଦେଶର ବରଓ୍ବାନି ଜିଲାର ଠିକିରୀରେ ରହୁଥିବା ନିର୍ଭୟ ସିଂହ ଚୌହାନ ଭାରତୀୟ ସେନାରେ ନିଜର ୨୧ ବର୍ଷ ଚାକିରି ପୂରା କରି ଗାଁକୁ ଫେରିଥିଲେ। ଫଳରେ ଗ୍ରାମବାସୀ ତାଙ୍କୁ ସ୍ବାଗତ ଜଣାଇବା ପାଇଁ ନିଜର ହାତ ପାପୁଲିକୁ ଜମିରେ ବିଛାଇ ଦେଇଥିଲେ। ଗ୍ରାମବାସୀ ଏବଂ ବନ୍ଧୁ ପରିଜନମାନେ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଡିଜେ ଢୋଲ ବଜାଇ ନାଚି ନାଚି ନିର୍ଭୟଙ୍କୁ ସ୍ବାଗତ କରିଥିଲେ।


ସେନାର ମୁଖ୍ୟ କନଷ୍ଟେବଳ ନିର୍ଭୟ କୁହନ୍ତି, ଏପରି ସମ୍ମାନ ପାଇବି ବୋଲି ମୁଁ କେବେ କଳ୍ପନା କରି ନ ଥିଲି। ଲୋକଙ୍କ ହାତ ଉପରେ ମୁଁ ପାଦ ରଖି ରଖି ଘର ପର୍ଯ୍ୟନ୍ତ ଆସିଥିଲି। ଏହା ମୋ’ ପାଇଁ ସବୁଠୁ ବଡ଼ ସମ୍ମାନର କଥା। ମୁଁ ଏଥିପାଇଁ ଚିର କୃତଜ୍ଞ।

ସେ କହିଛନ୍ତି, ମୋତେ ଏପରି ସ୍ବାଗତ କରାଯିବା ନିଶ୍ଚିତ ଆନନ୍ଦର କଥା। ମୁଁ ଏବେ ବୟସର ତୃତୀୟ ପାହାଚରେ। ଯଦି ମୋତେ ସୁଯୋଗ ମିଳେ ତେବେ ମୁଁ ନିଶ୍ଚିତ ଭାବେ ସମାଜସେବାରେ ନିଜକୁ ନିୟୋଜିତ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ସକାଳୁ ସକାଳୁ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଟୋକିଓ,୨୮।୬: ରବିବାର ସକାଳେ ଉତ୍ତର-ପୂର୍ବ ଜାପାନରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା; କିନ୍ତୁ, କୌଣସି ସୁନାମି ଚେତାବନୀ ଜାରି…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

୨୪ ଘଣ୍ଟାରେ ଦ୍ୱିତୀୟ ଥର ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା

ତେହରାନ,୨୮।୬: ପଶ୍ଚିମ ଏସିଆରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ଶନିବାର ଇରାନ ବିରୁଦ୍ଧରେ ଆଉ ଏକ ସାମରିକ ଆକ୍ରମଣ କରିଛି। ହର୍ମୁଜ ପ୍ରଣାଳୀ ନିକଟରେ…

ସିଚେଲ୍ସକୁ ପାଟ୍ରୋଲ ଜାହାଜ ଦେଲେ ମୋଦି

ଭିକ୍ଟୋରିଆ,୨୮ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିିଆ ସିଚେଲ୍ସ ଗସ୍ତରେ ଯାଇ ଶନିବାର ସେଠାରେ ପହଞ୍ଚତ୍ଥିବାବେଳେ ଏହାର ତଟସୁରକ୍ଷା ପାଇଁ ଭାରତ ନିର୍ମିତ ପାଟ୍ରୋଲ ଜାହାଜ ହସ୍ତାନ୍ତର…

ମା’, ଝିଅଙ୍କୁ ହତ୍ୟା 

ଠାକୁରମୁଣ୍ଡା,୨୭।୬(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଧୀନ ତରାମରା ପଞ୍ଚାୟତ ମୁକ୍ତାଝରୀ ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି।  ମା’, ଝିଅଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri