ଲକ୍ଷ୍ନୌ, ୯ା୬ : ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ ୧୪ ବର୍ଷୀୟା ବାଳିକାଙ୍କୁ ଜଣେ ନାବାଳକ ବଳାତ୍କାର ପରେ ହାତୁଡ଼ିରେ ଛେଚି ହତ୍ୟା କରିଛନ୍ତି। ମୃତଦେହକୁ ଅଭିଯୁକ୍ତ ଘରେ ଝୁଲାଇଦେଇ ପଳାଇ ଯାଇଥିଲେ। ଅଭିଯୁକ୍ତ ଶାହିଦ ନାବାଳିକାଙ୍କ ଟାକ୍ରୋହିସ୍ଥିତ ଘରେ ପଶି ଏଭଳି ଜଘନ୍ୟ କାଣ୍ଡ ଭିଆଇଥିଲେ। ନାବାଳିକାଙ୍କ ସହ ତାଙ୍କ କ’ଣ ସମ୍ପର୍କ ଏବଂ ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କ’ଣ ଜଣାପଡ଼ିନାହିଁ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୋଲିସ ଶାହିଦଙ୍କୁ ଗିରଫ କରିଥିବାବେଳେ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି।