ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ  ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜୋରଦାର ଯାଞ୍ଚ ଓ ଚଢ଼ାଉ ଜାରି ରହିଛି। ବିଶେଷକରି ପାହାଳର ପ୍ରସିଦ୍ଧ ମିଠା ବଜାରରେ ମଙ୍ଗଳବାର  ଟେଷ୍ଟିଙ୍ଗ ଭ୍ୟାନ୍ ସହ ଅଧିକାରୀମାନେ ପହଞ୍ଚି ବିଭିନ୍ନ ଦୋକାନରେ ଯାଞ୍ଚ କରୁଛନ୍ତି।

ଛେନା ଓ ପନିରରେ କୌଣସି ଅନୁଚିତ ପଦାର୍ଥ ବ୍ୟବହାର ହେଉଛି କି, ସେଗୁଡ଼ିକର ଗୁଣବତ୍ତା ଠିକ୍ ଅଛି କି ନାହିଁ ଏବଂ ମିଠା ପ୍ରସ୍ତୁତିରେ ଖାଦ୍ୟ ସୁରକ୍ଷା ନିୟମ ପାଳନ କରାଯାଉଛି କି ନାହିଁ—ସେନେଇ ଯାଞ୍ଚ କରାଯାଉଛି। ସନ୍ଦେହଜନକ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବା ସହ ନିୟମ ଉଲ୍ଲଂଘନ ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସୂଚନା ଦିଆଯାଇଛି।

ପୂର୍ବରୁ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନ, ହୋଟେଲ ଓ ପନିର ବିକ୍ରୟ କେନ୍ଦ୍ରରେ BMCର ଫୁଡ୍ ସେଫ୍ଟି ଟିମ୍ ଚଢ଼ାଉ କରିଛି। ସୋମବାରର ଅଭିଯାନରେ ପ୍ରାୟ ୧୦୦ କିଲୋଗ୍ରାମ୍ ପୁରୁଣା ପନିର ଜବତ କରି ନଷ୍ଟ କରାଯାଇଥିବା ଖବର ମିଳିଛି। ଏହାସହ ଦୁଇଟି ସନ୍ଦେହଜନକ ପନିର ନମୁନାକୁ ଲାବରେଟୋରୀ ପରୀକ୍ଷା ପାଇଁ ପଠାଯାଇଛି। ନିୟମ ଉଲ୍ଲଂଘନ କରିଥିବା ୧୨ ଜଣ ବ୍ୟବସାୟୀଙ୍କ ଉପରେ ମୋଟ ୧୨ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି।

ଗତ ଦୁଇ ଦିନରେ ଭିନ୍ନ ଭିନ୍ନ ସ୍ଥାନରୁ ପ୍ରାୟ ଦୁଇ କ୍ୱିଣ୍ଟାଲ୍ ପନିର ଜବତ ହୋଇଥିବା ଏବଂ ଖାଇବା ଅନୁପଯୋଗୀ ଥିବାରୁ ତାହାକୁ ନଷ୍ଟ କରାଯାଇଥିବା BMC ଅଧିକାରୀଙ୍କ ସୂଚନା ଆଧାରରେ ରିପୋର୍ଟ ହୋଇଛି। ଅନୁପଯୋଗୀ ଖାଦ୍ୟ ବିକ୍ରି ନେଇ କେତେକ ଦୋକାନ ବିରୋଧରେ ମାମଲା ରୁଜୁ ସହ ଇମ୍ପ୍ରୁଭମେଣ୍ଟ ନୋଟିସ୍ ମଧ୍ୟ ଜାରି ହୋଇଛି।

ଏହି ଅଭିଯାନ କେବଳ ପନିରରେ ସୀମିତ ନୁହେଁ। ଛେନା, ଦହି ଏବଂ ମିଠା ପ୍ରସ୍ତୁତିରେ ବ୍ୟବହୃତ ଅନ୍ୟ ଖାଦ୍ୟ ସାମଗ୍ରୀର ମଧ୍ୟ ଗୁଣବତ୍ତା ଯାଞ୍ଚ କରାଯାଉଛି। ମୋବାଇଲ୍ ଫୁଡ୍ ସେଫ୍ଟି ଲାବ୍, ଖାଦ୍ୟ ନିରାପତ୍ତା ଟିମ୍ ଓ ସାନିଟେସନ୍ ଏବଂ ହାଇଜିନ୍ ଟିମ୍‌ର ସମନ୍ୱୟରେ ଏହି ଯାଞ୍ଚ ଅଭିଯାନ ଚାଲିଛି।

ପାର୍ବଣ ସମୟରେ ମିଠା ଓ ଦୁଗ୍ଧଜାତ ଖାଦ୍ୟର ଚାହିଦା ବଢ଼ୁଥିବାରୁ ଅପମିଶ୍ରିତ ଖାଦ୍ୟ ବଜାରକୁ ନ ପହଞ୍ଚିବା ପାଇଁ BMC ପକ୍ଷରୁ ଯାଞ୍ଚକୁ ଅଧିକ କଡ଼ା କରାଯାଇଛି। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଧରାପଡ଼ିଲେ ଆଗକୁ ଆହୁରି କଠୋର ପଦକ୍ଷେପ ନିଆଯିବ।

ଏପଟେ ଛେନାର ଯୋଗାଣ କମିବାରୁ ପାହାଳର ମିଠା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିବା ରିପୋର୍ଟ ଆସିଛି। ପାହାଳର ପ୍ରାୟ ୧୦୦ଟି ମିଠା ଦୋକାନକୁ ପୂର୍ବରୁ ଦୈନିକ ପ୍ରାୟ ୪୦ କ୍ୱିଣ୍ଟାଲ୍ ଛେନା ଯୋଗାଣ ହେଉଥିବା ବେଳେ, ଅପମିଶ୍ରଣ ବିରୋଧୀ ଯାଞ୍ଚ ପରେ ଯୋଗାଣରେ ବଡ଼ ହ୍ରାସ ଦେଖାଦେଇଛି।

ସାଧାରଣ ଗ୍ରାହକଙ୍କୁ ମଧ୍ୟ ମିଠା ଓ ପନିର କିଣିବା ସମୟରେ ସତର୍କ ରହିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ସନ୍ଦେହଜନକ ଖାଦ୍ୟ ବିକ୍ରି ସମ୍ପର୍କରେ BMCର ଅଭିଯୋଗ ବ୍ୟବସ୍ଥାରେ ଜଣାଇବାକୁ ମଧ୍ୟ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଟକଣାକୁ ମାନୁନାହାନ୍ତି ମତ୍ସ୍ୟଜୀବୀ, ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦ୍ରାପଡ଼ା,୨୮ା୧୧(ଜଗନ୍ନାଥ ଧଳ): ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୭ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ…

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରୋହିତ ଶର୍ମା MIର ଅଧିନାୟକ ହେବା ଉପରେ ଏମିତି ପ୍ରତିକ୍ରିୟା ଦେଲେ ଚହଲ, ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି। ତିନି ସିଜିନର ବ୍ୟବଧାନ ପରେ, ରୋହିତଙ୍କୁ ପୁଣିଥରେ ‘ଅଧିନାୟକ’ ଭାବେ ଦେଖିବାକୁ ମିଳିବ। ଦଳର ପୂର୍ବତନ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

IND vs NZ: ଛୋଟ ଇନିଂସରେ ବଡ଼ ସଫଳତା ହାସଲ କରିଛନ୍ତି ଋଷଭ ପନ୍ତ, ନିରାଶ ହୋଇଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ,…

ଆକାଶ ଅମ୍ବାନୀଙ୍କ ଗୋଟିଏ ଫୋନ କଲ୍‌ରେ ବଦଳିଗଲା ରୋହିତ ଶର୍ମାଙ୍କ ନିଷ୍ପତ୍ତି, ଜାଣନ୍ତୁ କ’ଣ ଘଟିଲା

ମୁମ୍ବାଇ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ ରାଜି ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଚାମ୍ପିୟନ କରାଇଥିବା ରୋହିତ ଆଗାମୀ ଆଇପିଏଲ୍‌ରେ…

ମୋଦି ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମାୟାବତୀ

ନୂଆଦିଲ୍ଲୀ,୨୮।୧୧: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ, ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇବା ନେଇ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?