Odisha Elections 2024

ଦୁଇଭାଇଙ୍କୁ ବିବାହ କରି ୪ ଦିନରେ ସବୁ ଲୁଟିନେଲେ ଦୁଇ କନ୍ୟା

ଭୋପାଳ,୧୭ା୬: ମଧ୍ୟପ୍ରଦେଶର ଗ୍ବାଲିଅର୍‌ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଦୁଇ ଲୁଟେରା କନ୍ୟା ଗ୍ବାଲିଅରର ଦୁଇ ଭାଇଙ୍କୁ ବିବାହ କରିଥିଲେ। ୩ ଲକ୍ଷ ଟଙ୍କାର ସୁନାଗହଣା ଏବଂ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମାତ୍ର ୪ ଦିନ ପରେ ଦୁହେଁ ପଳାଇ ଯାଇଥିଲେ। ଠକେଇର ଶିକାର ହୋଇଥିବା ଦୁଇ ଭାଇ ସହାୟତା ପାଇଁ ପୋଲିସକୁ ନିବେଦନ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗ୍ବାଲିଅରର ଥାଟିପୁର ଅଞ୍ଚଳରେ ରହୁଥିବା ସମ୍ପର୍କୀୟ ଭାଇ ଭରତ ଗୁପ୍ତା ଏବଂ ରୋହିତ ଗୁପ୍ତା ଉତ୍ତରପ୍ରଦେଶର ଗୋରଖପୁରର ଅଞ୍ଜଳି ଏବଂ ସଞ୍ଜନାଙ୍କୁ ବିବାହ କରିଥିଲେ। ରୋହିତ ଏବଂ ଭରତଙ୍କ ସମ୍ପର୍କ ସେମାନଙ୍କ ପିଉସୀ ପୁଅଙ୍କ ମାଧ୍ୟମରେ ହୋଇଥିଲା। ପିଉସୀଙ୍କ ପୁଅ ବଣ୍ଟି ଗୁପ୍ତା ବନ୍ଧୁ ଜେଟୁ ଏବଂ ଲାଲୁଙ୍କ ମାଧ୍ୟମରେ ଏହି ବିବାହ ହୋଇଥିଲା। ଦୁଇ ଭାଇଙ୍କ ୯ ଜୁନ୍‌ରେ ନିର୍ବନ୍ଧ ହୋଇ ୧୧ ଜୁନ୍‌ରେ ବିବାହ ହୋଇଥିଲା।

ବିବାହ ପରେ ଜୁନ୍‌ ୧୫ରେ ଯେତେବେଳେ ଭରତ ଡ୍ୟୁଟିରେ ହାଇକୋର୍ଟ ଯିବା ପାଇଁ ପ୍ରସ୍ତୁତ ହେଲେ ସ୍ତ୍ରୀ କହିଥିଲେ ସନ୍ଧ୍ୟାରେ ଶୀଘ୍ର ଘରକୁ ଫେରି ଆସିବ। ରୋହିତ ଚାଲିଯିବା ପରେ ତାଙ୍କ ମା’ ଏବଂ ବଡ଼ ଭଉଣୀ ଘରେ ଥିଲେ। ଏହି ସମୟରେ ସଞ୍ଜନା ଏବଂ ଅଞ୍ଜଳି ଘରୁ ପଳାଇବାର ସୁଯୋଗ ପାଇଥିଲେ।

ଦୁହେଁ ଘରୁ ଟଙ୍କା ଓ ଅଳଙ୍କାର ନେଇ ବାହାରି ଯାଇଥିଲେ। ଅଭିଯୁକ୍ତ ଦୁଇ ମହିଳା ଘର ବାହାରେ ତାଲା ପକାଇ ଦେଇଥିଲେ। ପରେ ମା’ ଭରତଙ୍କୁ ଫୋନ୍‌ କରି ପୂରା ଘଟଣା ଜଣାଇଲେ ତାଙ୍କ ପାଦତଳୁ ମାଟି ଖସିଗଲା। ଭରତ ତାଙ୍କ ସ୍ତ୍ରୀଙ୍କ ମୋବାଇଲକୁ ଫୋନ୍‌ କଲେ। ପ୍ରଥମେ ଏଥିରେ କୌଣସି ଉତ୍ତର ଆସି ନ ଥିଲା। ତା’ପରେ ମୋବାଇଲ ସୁଇଚ୍‌ ଅଫ୍‌ ହୋଇଗଲା।

ଭରତଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସ ଉଭୟଙ୍କ ଆଧାର କାର୍ଡ ଯାଞ୍ଚ କରିଛି। ଆଧାରକାର୍ଡରେ ଅଭିଯୁକ୍ତ ମହିଳାମାନଙ୍କର ଠିକଣା ଜଣଙ୍କର ଉତ୍ତରପ୍ରଦେଶର ମହାରାଜଗଞ୍ଜ ଏବଂ ଅନ୍ୟ ଜଣଙ୍କର ପରାସଖଣ୍ଡ ବରଗଡ଼ଓ୍ବା ହରିୟାଣା ବୋଲି ଲେଖାଯାଇଛି। ପୋଲିସ ବର୍ତ୍ତମାନ ଆଧାରକାର୍ଡ ଏବଂ ମୋବାଇଲ ନମ୍ବର ସାହାଯ୍ୟରେ ଲୁଟେରା କନ୍ୟା ଦ୍ୱୟଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ-ଆଣ୍ଡାମାନ ଛୁଇଁଲା ମୌସୁମୀବାୟୁ

ଭୁବନେଶ୍ୱର,୧୯।୫: ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ରବିବାର କୋମରିନ-ମାଲଦୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଅଞ୍ଚଳକୁ ଅଗ୍ରସର ହୋଇଛି।

ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ, ଆପଣ ତ ଭେଜିଟେରିଆନ ଅଟନ୍ତି ମୋଦିଜୀ…

ନୂଆଦିଲ୍ଲୀ,୧୯।୫: ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଦିଲ୍ଲୀରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ସେ ମୋଦିଙ୍କୁ ନିଶାନା କରିଛନ୍ତି।...

ମୋଦିଙ୍କ ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ କଡ଼ା ସମାଲୋଚନା କଲେ ମେନକା ଗାନ୍ଧୀ, କହିଲେ …

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ସୁଲତାନପୁର ଆସନରୁ ମେନକା ଗାନ୍ଧୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ...

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିତର୍କ ହେଲେ ରାହୁଲ ପଚାରିବେ ଏହି ୬ପ୍ରଶ୍ନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୯।୫: କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବିତର୍କ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚ୍ୟାଲେଞ୍ଜ ସ୍ବୀକାର କରିଥିଲେ। ଯାହା ଖୁବ୍‌...

ଡାକ୍ତର କହିଲେ ଖରାରେ ରଖ, ଅଧଘଣ୍ଟା ପରେ ନବଜାତକ ମୃତ

ମୈନପୁରି, ୧୯।୫: ଉତ୍ତରପ୍ରଦେଶର ମୈନପୁରି ଜିଲା ଭୁଗାଇ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ୫ ଦିନ ତଳେ ଜନ୍ମିତ ଜଣେ ଶିଶୁକନ୍ୟାକୁ ଖରାରେ...

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ...

ନିର୍ବାଚନ ପୂର୍ବରୁ ବଡ଼ ଆଇଟି ରେଡ୍‌, ଜୋତା ବ୍ୟବସାୟୀଙ୍କ ଘରୁ ମିଳିଲା ୪୦ କୋଟି ନଗଦ ଟଙ୍କା

ନୂଆଦିଲ୍ଲୀ,୧୯।୫: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଡ଼ ଆଇଟି ରେଡ୍‌। ଉତ୍ତରପ୍ରଦେଶ ଆଗ୍ରାରେ ବଡ଼ ଧରଣର ଆଇଟି ରେଡ ହୋଇଛି । ଜଣେ ଜୋତା ବ୍ୟବସାୟୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri