ଚିଠି କରି ଚୁପ୍‌

ଅନୁଗୋଳ ଅଫିସ, ୨୧ା୯ ମାସକୁ ମାସ ଟଙ୍କା ନେଉଛି ଠିକା ସଂସ୍ଥା। କିନ୍ତୁ ଠିକ୍‌ ଭାବେ କରୁନି ସଫେଇ କାର୍ଯ୍ୟ। ଫଳରେ ସହରରୁ ହଟୁନି ଅଳିଆ। ଚାରିଆଡ଼େ ଗଦା ଗଦା ଆବର୍ଜନା ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି ସହରବାସୀ। ଅଭିଯୋଗ ନେଇ ଯାଉଛନ୍ତି ପ୍ରଶାସନ ନିକଟକୁ। ଆନ୍ଦୋଳନ ପାଇଁ ଅନେକ ସମୟରେ ଦେଉଛନ୍ତି ଚେତାବନୀ। ହେଲେ ସମସ୍ୟାର ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ନେବା ବଦଳରେ ଠିକା ସଂସ୍ଥାକୁ ଚିଠି କରି ଚୁପ୍‌ ବସିଯାଉଛନ୍ତି ପୌର କର୍ତ୍ତୃପକ୍ଷ। କେଉଁ କାରଣରୁ ଠିକା ସଂସ୍ଥା ପ୍ରତି ଏପରି ଅନୁକମ୍ପା ପ୍ରଦର୍ଶନ କରାଯାଉଛି, ତାହା ସହରବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନୁଗୋଳ ସହରରେ ଅଳିଆ ସମସ୍ୟା ନୂଆ ନୁହେଁ। ପୂର୍ବରୁ ଡମ୍ପିଂକୁ ନେଇ ବିବାଦ ଦେଖାଦେଉଥିଲା। ଅନେକ ଥର ପୋଲିସ ଓ ବିରୋଧ କରୁଥିବା ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଥିଲା। ମାସ ମାସ ଧରି ସହରରୁ ଆବର୍ଜନା ଉଠିପାରୁ ନ ଥିଲା। ଦୀର୍ଘଦିନର ଉଦ୍ୟମ ପରେ ସମାଧାନର ବାଟ ଫିଟିଥିଲା। ହେଲେ ଏବେ ଡମ୍ପିଂକୁ ନେଇ ନୁହେଁ, ବରଂ ସଫେଇ ପାଇଁ ଟେଣ୍ଡର ନେଇଥିବା ଏକ ଠିକାସଂସ୍ଥାର ମନମାନି ହିଁ ସହରକୁ ଆବର୍ଜନାମୟ କରିଦେଉଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ଉକ୍ତ ଠିକା ସଂସ୍ଥାର କେତେଜଣ କର୍ମଚାରୀଙ୍କ ବିରୋଧରେ ପୌର କର୍ତ୍ତୃପକ୍ଷ କିଛିଟା କଠୋର ଆଭିମୁଖ୍ୟ ଦେଖାଇଥିଲେ। କାର୍ଯ୍ୟରେ ଅବହେଳା ଓ ବିଭିନ୍ନ ଅନିୟମିତତା ଅଭିଯୋଗ ପାଇବା ପରେ ଠିକା ସଂସ୍ଥାକୁ କହି ସେମାନଙ୍କୁ କାର୍ଯ୍ୟରୁ ଦୂରେଇ ରଖିଥିଲେ। ଏପରି କି ଥାନାରେ ଏତଲା ମଧ୍ୟ ଦେଇଥିଲେ। କିନ୍ତୁ ଏହାର କୌଣସି ସୁ ପ୍ରଭାବ ଦେଖିବାକୁ ମିଳି ନ ଥିଲା। ବରଂ ସଫେଇ କର୍ମଚାରୀ ଓ ଠିକା ସଂସ୍ଥାର ଅସହଯୋଗ ସମସ୍ୟାକୁ ଅଧିକ ଜଟିଳ କରି ଦେଇଥିଲା। ଘନ ଘନ ବୈଠକ, ପ୍ରତିଶ୍ରୁତି ଓ ବାହାରୁ କର୍ମଚାରୀ ଆଣି ଆବର୍ଜନା ଉଠାଇବା ଆଦି ଅନେକ ପଦକ୍ଷେପ ପୌର ପ୍ରଶାସନକୁ ନେବାକୁ ପଡ଼ିଥିଲା। ଆବଶ୍ୟକତାକୁ ଦେଖି ସଫେଇ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ଓ ଅଳିଆକୁ ନେଇ ଯେପରି ଆଉ ସମସ୍ୟା ନ ହୁଏ, ସେ ଦିଗରେ ବିଭିନ୍ନ ସମୟରେ ପଦକ୍ଷେପ ପୌର କର୍ତ୍ତୃପକ୍ଷ ନେଉଥିଲେ ମଧ୍ୟ ସହର ସଫେଇ ଠିକ୍‌ ଭାବେ ହୋଇପାରୁ ନାହିଁ। ଫଳରେ ସହରର ୨୩ଟି ୱାର୍ଡରେ ଗଦା ଗଦା ଆବର୍ଜନା ଦିନ ଦିନ ଧରି ସେମିତି ପଡ଼ିରହୁଥିବା ଦେଖିବାକୁ ମିଳୁଛି। ଆବର୍ଜନା ଡମ୍ପିଂ କରାଯିବା ପରିବର୍ତ୍ତେ ସେଥିରେ ନିଆଁ ଲଗାଇ ଠିକା ସଂସ୍ଥା ପରିବେଶକୁ କ୍ଷତି ପହଞ୍ଚାଉଛି। ସହରବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ବଢ଼ାଉଛି। ସାପ୍ତାହିକ ହାଟ ପଛପାର୍ଶ୍ୱ, ଅମଲାପଡ଼ା, ଶିମିଳିପଡ଼ା, ହେମସୁରପଡ଼ା, ଶିକ୍ଷକପଡ଼ା, ମିଶ୍ରପଡ଼ା, ହାକିମପଡ଼ା ଆଦି ସ୍ଥାନରୁ ଅଳିଆ ଗଦା ହଟାଯାଉ ନ ଥିବାରୁ ସେଠାରେ ଘୁଷୁରି ପଲ ପଶି ଏକ ପ୍ରଦୂଷିତ ପରିବେଶ ସୃଷ୍ଟି କରୁଛନ୍ତି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସହରକୁ ସ୍ବଚ୍ଛ କରିବାକୁ ଠିକା ସଂସ୍ଥା ଟେଣ୍ଡର ନେଇଥିବାବେଳେ ମାସକୁ ମାସ ଲକ୍ଷାଧିକ ଟଙ୍କା ପାଉଛି। କିନ୍ତୁ କାର୍ଯ୍ୟରେ ଏପରି ଅବହେଳା କରୁଥିଲେ ମଧ୍ୟ ପୌର କର୍ତ୍ତୃପକ୍ଷ ଟେଣ୍ଡର ରଦ୍ଦ କରୁନାହାନ୍ତି। କେବେ କେମିତି ଚିଠି ମାଧ୍ୟମରେ କେବଳ ତାଗିଦ୍‌, ଚେତାବନୀ ଓ ଶେଷରେ କାରଣ ଦର୍ଶାଅ ନୋଟିସରେ କାର୍ଯ୍ୟାନୁଷ୍ଠାନ ଶେଷ କରିଦେଉଛନ୍ତି।

କାରଣ ଦର୍ଶାଅ ନୋଟିସ କରାଯାଉଛି
ସହରର ବିଭିନ୍ନ ସ୍ଥାନରେ ଅଳିଆ ଗଦା ହୋଇଥିବା ଅଭିଯୋଗ ଆସିଛି। ଏ ନେଇ ଠିକା ସଂସ୍ଥାକୁ ଚିଠି କରିବାକୁ ପରିମଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସହର ସଫେଇ କରିବାରେ ଯଦି ଠିକା ସଂସ୍ଥା ଅପାରଗ ବୋଲି ସ୍ପଷ୍ଟ ହେବ, ତେବେ ଟେଣ୍ଡର ରଦ୍ଦ କରାଯାଇ ନୂଆ ଟେଣ୍ଡର କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ

ସହରବାସୀ ଜବାବ ଦେବେ
ସହରର ଉନ୍ନତୀକରଣ କରାଯାଉଛି। କିନ୍ତୁ ସହରବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେଣୁ ପ୍ରଶାସନ ପ୍ରଥମେ ପରିମଳ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଆବଶ୍ୟକ।
ନଚେତ ଲୋକେ ପୌରପାଳିକାରେ ଚାଲିଥିବା ଠିକାଦାର ପୋସା ନୀତିର ଜବାବ ଦେବେ।
-ଗୋପାଳ ନାଥ, ବୁଦ୍ଧିଜୀବୀ

ଅସହଯୋଗ ପାଇଁ ଅସୁବିଧା
ଅନୁଗୋଳ ସହରର ସଫେଇ କାର୍ଯ୍ୟ ଠିକ୍‌ ଭାବେ ହେଉନାହିଁ। ଠିକା ସଂସ୍ଥା ଓ ତାହାର କର୍ମଚାରୀମାନେ ସହଯୋଗ କରୁ ନ ଥିବାରୁ ବାରମ୍ବାର ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ଠିକା ସଂସ୍ଥାକୁ ଅବଗତ କରାଯାଇଛି। ଆଗାମୀ ଦିନରେ ସୁଧାର ନ ଆସିଲେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ।
-ଦୁର୍ଯ୍ୟୋଧନ ବେହେରା, ପରିମଳ ଅଧିକାରୀ

ଗନ୍ଧରେ ନାକ ଫାଟିଯାଉଛି
ଅମଲାପଡ଼ାରେ ଗଦା ହୋଇଥିବା ଅଳିଆ ଗନ୍ଧରେ ନାକ ଫାଟିଯାଉଛି। ଉକ୍ତ ଅଞ୍ଚଳ ଦେଇ ଚଳପ୍ରଚଳ କରିବା କାଠିକର ପାଠ ହୋଇପଡ଼ୁଛି। ଅଭିଯୋଗ କଲେ ମଧ୍ୟ ପୌର ପ୍ରଶାସନ ତାହାର ପ୍ରତିକାର କରୁନାହିଁ। କେବଳ ମାଇକରେ ପ୍ରଚାର କରିଦେଲେ ସହର ସୁନ୍ଦର ହୋଇଯିବ ନାହିଁ, ଇଚ୍ଛାଶକ୍ତି ଆବଶ୍ୟକ।
-ରଞ୍ଜିତ କୁମାର ଜେନା, ସହରବାସୀ


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri