ସଫେଇ କର୍ମଚାରୀଙ୍କୁ ହାଣିଦେଲେ

ବାଲେଶ୍ୱର ଅଫିସ, ୨୧ା୯: ବାଲେଶ୍ୱର ମ୍ୟୁନିସିପାଲିଟିରେ ସଫେଇ ଟେଣ୍ଡରକୁ ନେଇ ନୂଆ ଓ ପୁରୁଣା ଠିକାଦାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସୋମବାର ଉଗ୍ରରୂପ ଧାରଣ କରିଛି। ରାତିରେ ବାରବାଟୀ ମଣ୍ଡଳ ବଜାର ନିକଟରେ କେତେଜଣ ଯୁବକ ତେଲେଙ୍ଗା କଟୁରୀରେ ସନୁ ବେହେରା ନାମକ ସଫେଇ କର୍ମଚାରୀଙ୍କୁ ହାଣି ପକାଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କଂଗ୍ରେସ ଅଫିସ ଲେନରେ ହୋଇଥିବା ଖୁଦୁରୁକୁଣୀ ଠାକୁରଙ୍କୁ ବିସର୍ଜନ କରିବା ପାଇଁ ସ୍ଥାନୀୟ ଲୋକେ ବାଲିଘାଟ ଯାଇଥିଲେ। ସେମାନଙ୍କ ମଧ୍ୟରେ ସନୁ ବେହେରା ମଧ୍ୟ ଥିଲେ। ବୁଢାବଳଙ୍ଗରେ ମେଢ ବିସର୍ଜନ କରି ଫେରିବା ବାଟରେ ବାରବାଟୀର ୬ରୁ ଊର୍ଦ୍ଧ୍ୱ ଯୁବକ ତେଲେଙ୍ଗା କଟୁରୀରେ ସନୁଙ୍କୁ ଆକ୍ରମଣ କରିଥିଲେ। ସନୁଙ୍କ ମୁଣ୍ଡ ଓ ବାମ ହାତରେ ଗୁରୁତର ଆଘାତ ଲାଗିଛି। ଉଲ୍ଲେଖଯୋଗ୍ୟ, ବାଲେଶ୍ବର ସହରରେ ସଫେଇ କାମ ପାଇଁ ନୂଆ ଟେଣ୍ଡର ହୋଇଛି। ନୂଆ ଠିକାଦାର ନିକଟରେ କାମ ନ କରିବା ପାଇଁ ପୁରୁଣା ଠିକାଦାରଙ୍କ କର୍ମଚାରୀମାନେ ମନା କରିଥିଲେ। ସେମାନଙ୍କ କଥା ନ ମାନିବାରୁ ଏପରି ଆକ୍ରମଣ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ଜଣେ ଡାକ୍ତରଙ୍କ ମୃତଦେହ ଜବତ କରାଯାଇଛି। ମୃତ ଡାକ୍ତର ଜଣକ ହେଲେ ସୁଶୀଲ ସାହୁ। ସେ ଆତ୍ମହତ୍ୟା...

ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ : ୪ ଦଫାରେ କେନ୍ଦ୍ରିତ ହେଲା ଦାବି

ବଲାଙ୍ଗୀର ଅଫିସ,୨୫ା୨ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ସକାଶେ ସୋମବାର ଜିଲା ପ୍ରଶାସନ ସହ ପ୍ରକଳ୍ପ ପ୍ରଭାବିତ ବୁଡିଅଞ୍ଚଳବାସୀଙ୍କ ଏକ ଆଲୋଚନା ସ୍ଥାନୀୟ ଲୋୟର ସୁକ୍‌ତେଲ...

ତଥ୍ୟ ଗାଏବ କରୁଛନ୍ତି କର୍ମଚାରୀ

ଜୟପୁର,୧୭।୨ (ନି.ପ୍ର. ) ମାଲାକନଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପିଏ ଭାବେ କାର୍ଯ୍ୟ କରୁଥିବା ଦେବ ନାରାୟଣ ପଣ୍ଡା ହତ୍ୟା ଘଟଣାରେ ତତ୍କାଳୀନ ମାଲକାନଗିରି ଜିଲାପାଳଙ୍କ ସମ୍ପୃକ୍ତି...

କାର୍ଯ୍ୟ ବନ୍ଦ ଡକରା ଦେଲା ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସଂଘ

ବାରିପଦା ଅଫିସ,୨୫ା୧- ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ବଳାତ୍କାର ପରେ ମହିଳାଙ୍କୁ ଫିଙ୍ଗି ଦେଲେ

ଲୋଇସିଂହା,୧୩।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁବାସ...

ପୁନଃ ନିଯୁକ୍ତି ଦାବିରେ ଚୁକ୍ତିିଭିତ୍ତିକ ନର୍ସିଂ, ଫାର୍ମାସିଷ୍ଟଙ୍କ ଧାରଣା

କଟକ ଅଫିସ, ୬।୪: ପୁନଃ ନିଯୁକ୍ତି ଦାବିରେ ଏସ୍‌ସିବିର ଚୁକ୍ତି ଭିତ୍ତିକ ନର୍ସ ଓ ଫାର୍ମାସିଷ୍ଟମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ସୋମବାର ଧାରଣାରେ ବସିଥିଲେ। ସେମାନଙ୍କ...

୧୫ ଦିନ ଅନ୍ଧାରରେ ଖୁଣ୍ଟାପଡ଼ାବାସୀ

ପାଟଣା,୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମରେ ଦୀର୍ଘ ୧୫ ଦିନ ହେବ ୨୫ କେଭିର ବିଦ୍ୟୁତ ଟ୍ରାନ୍ସଫର୍ମର ବଜ୍ରପାତରେ ପୋଡ଼ିଯିବା...

କଟକଣା କୋହଳ ପରେ ଭିଡ଼ ଅସମ୍ଭାଳ: ଛାଇରେ ବସି ରହୁଛି ପୋଲିସ

ଝାରସୁଗୁଡା ଅଫିସ,୮।୫-କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଝାରସୁଗୁଡା ଜିଲାରେ ମଧ୍ୟ ଦୁଇଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହି...

Advertisement
Archives

Model This Week