ବାପାଙ୍କୁ ହତ୍ୟା କରି ଲୁଚିଥିଲେ ଜଙ୍ଗଲରେ

ପାଟଣା,୧୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମିରିଗିଖୋଜି ଗ୍ରାମରେ ବାପାଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ହତ୍ୟାକାରୀ ପୁଅଙ୍କୁ ଗିରଫ କରିଛି। ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ଲୁଚିଥିବା ବେଳେ ଶୁକ୍ରବାର ପୋଲିସ ତାଙ୍କୁ ଧରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ବୀରେନ୍ଦ୍ର ପଲେଇ(୩୫)।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ପୂର୍ବାହ୍ନରେ ବୀରେନ୍ଦ୍ର ତାଙ୍କ ସ୍ତ୍ରୀଙ୍କୁ ଗାଳି ଗୁଲଜ କରୁଥିବା ବେଳେ ବାପା ଆକୁଳି ଚରଣ ବୋହୂଙ୍କୁ ଗାଳି ନ କରିବା ପାଇଁ ତାଗିଦ୍‌ କରିଥିଲେ। ଏଥିରେ ବୀରେନ୍ଦ୍ର ଉତ୍‌କ୍ଷିପ୍ତ ହୋଇ ପାଖରେ ପଡ଼ିଥିବା ଏକ କାଠ ଫାଳିଆରେ ବାପା ଆକୁଳିଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ଗୁରୁତର ଅବସ୍ଥାରେ ଆକୁଳିଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗୁରବାର ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବଡ଼ ବୋହୁ ମିନତୀ ପଲେଇଙ୍କ ଅଭିଯୋଗକୁ ଭିତ୍ତିକରି ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ବାଇଁ ଏକ ହତ୍ୟା ମାମଲା(ନଂ.୧୯୬/୨୧) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲେ। ଗିରଫ ଭୟରେ ଅଭିଯୁକ୍ତ ପାଖ ଜଙ୍ଗଲରେ ଲୁଚି ରହିଥିଲେ। ଶୁକ୍ରବାର ସକାଳେ ଏସ୍‌ଆଇ ଶିବଶଙ୍କର ଆଲଦା ସଦଳବଳ ଚଢ଼ାଉ କରି ବୀରେନ୍ଦ୍ରଙ୍କୁ ଧରିବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ: ସହରର ବିଭିନ୍ନ ସାହି ମୁଖ୍ୟରାସ୍ତାକୁ ସିଲ୍‌ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ, ୨୮।୩: କରୋନା(କୋଭିଡ-୧୯) ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ ଡାଉନକୁ ସଫଳ କରିବାକୁ ଶନିବାରଠାରୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କଠୋର...

ବେନାମୀ କୃଷିଋଣରେ ଅର୍ଥ ଆତ୍ମସାତ୍‌ ଅଭିଯୋଗ : ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଉକତ୍ଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡା ଶାଖାରେ ବ୍ୟାଙ୍କ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କ...

ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ ଯାଞ୍ଚ କଡ଼ାକଡ଼ି

ବଅଁରପାଳ,୨୨ା୪(ଡି.ଏନ୍‌.ଏ) : ଅନୁଗୋଳ ଜିଲା ବଅଁରପାଳର ବିଭିନ୍ନ ସ୍ଥାନରେ ସୋମବାର   ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ କଡ଼ାକଡ଼ି ଭାବେ ଯାଞ୍ଚ ଚାଲିଛି। ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱରେ...

ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ

ପାଇକମାଳ,୫ା୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ଅନ୍ୟମାନଙ୍କ ପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ...

ଲିଚୁ ଲାଇଟ୍‌ ଲଗାଇବା ବେଳେ ଚାଲିଗଲା ଜୀବନ

ବାସୁଦେବପୁର, ୩।୧୧(ଡି.ଏନ.ଏ.): ଦୀପାବଳି ପାଇଁ ଘର ସଜାଉଥିବା ବେଳେ ବିଦ୍ୟୁତ୍‌ ତାର ଲାଗି ବୁଧବାର ସନ୍ଧ୍ୟାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ...

ଜୁନାଗଡ ସହରରେ ଘରକୁ ଘର ବୁଲି କୋଭିଡ୍‌ ପରୀକ୍ଷା: ୨୦ ହଜାର ଲୋକଙ୍କ ସ୍କ୍ରିନିଂ, ୧୦ ପଜିଟିଭ ଟିହ୍ନଟ

ଜୁନାଗଡ,୧୦।୧୦(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସହରରେ ୩୦୧ ଜଣ କରୋନାରେ ଆକ୍ରାନ୍ତ...

ଅସ୍ତିତ୍ୱ ହରାଉଛି କେନ୍ଦ୍ରାପଡ଼ା କେନାଲ

ଜଗନ୍ନାଥ ଧଳ କେନ୍ଦ୍ରାପଡ଼ା ଅଫିସ, ୧୭ା୫: ୧୮୬୬-୬୭ ମସିହାର ନଅଙ୍କ ଦୁର୍ଭିକ୍ଷର ପ୍ରତିକାର ପାଇଁ କେନ୍ଦ୍ରାପଡ଼ା କେନାଲ ଖୋଳାଯାଇଥିଲା। କ୍ଷେତକୁ ପାଣି ସହିତ ପଣ୍ୟ ପରିବହନ...

ଗାଇଡ୍‌ଲାଇନ ଅନୁଯାୟୀ ଦାହହେଲା ବାଘ ମୃତଦେହ

ବୁଗୁଡା,୩୦।୧(ଡି.ଏନ୍‌.ଏ.): ବୁଗୁଡା ବନାଞ୍ଚଳରେ ଗୁରୁବାର ଫାଶରେ ପଡି ମୃତ୍ୟୁ ଘଟିଥିବା କଲରାପତରିଆ ବାଘର ମୃତଦେହ ଶୁକ୍ରବାର ସମସ୍ତ ଗାଇଡ୍‌ଲାଇନ୍‌ ଅନୁଯାୟୀ ସ୍ଥାନୀୟ ବନ କାର୍ଯ୍ୟାଳୟ ହତା...

Advertisement
Archives

Model This Week