Posted inଖେଳ

ଭାରତ ମନା କରିବା ପରେ ଏହି ଆଫ୍ରିକୀୟ ଦେଶରେ ହୋଇପାରେ ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ,୧୭।୮: ପୁରୁଷ ଟି -୨୦ ବିଶ୍ୱକପ ଚଳିତ ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଚାମ୍ପିୟନ ହୋଇଥିଲେ। ଏହି ବିଶ୍ୱକପ ପରେ ଆଇସିସିର ପରବର୍ତ୍ତୀ ବଡ କାର୍ଯ୍ୟକ୍ରମ ଥିଲା ମହିଳା ଟି -୨୦ବିଶ୍ୱକପ ଯାହାକି ଅକ୍ଟୋବର ୩ରୁ ଅକ୍ଟୋବର ୨୦ପର୍ଯ୍ୟନ୍ତ ବାଂଲାଦେଶରେ ଅନୁଷ୍ଠିତ ହେବ, କିନ୍ତୁ ଏହି ଦେଶର ନୂତନ ରାଜନୈତିକ ପରିସ୍ଥିତି ଏବଂ ଅସ୍ଥିରତାକୁ ବିଚାର କରି ଆଇସିସି ଏହି ମେଗା ଇଭେଣ୍ଟକୁ ଅନ୍ୟତ୍ର ଆୟୋଜନ କରିବାକୁ ଯାଉଛି ବାଂଲାଦେଶ ବଦଳରେ ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତର କରିବାକୁ ଗମ୍ଭୀର ଭାବରେ ବିଚାର କରୁଛନ୍ତି। ଆଇସିସି ଭାରତ ସହ ଶ୍ରୀଲଙ୍କା ଏବଂ ୟୁଏଇକୁ ବିକଳ୍ପ ଭାବରେ ଚିନ୍ତା କରୁଛି କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ ର ଭେନ୍ୟୁକୁ ସ୍ଥାନାନ୍ତର କରିବାର ଖବର ମଧ୍ୟରେ ଜିମ୍ବାୱେ କ୍ରିକେଟ ଆସୋସିଏସନ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାକୁ ଆଇସିସିକୁ ପ୍ରସ୍ତାବ ଦେଇଛି। ଜିମ୍ବାୱେ ୨୦୧୮ ଏବଂ ୨୦୨୩ରେ ଦୁଇଟି ଓ୍ବାନ ଡେ’ ଓ୍ବାର୍ଲଡକପ ଯୋଗ୍ୟତା ଅର୍ଜନ କରିଛି ଏବଂ ନିଜକୁ ଏକ ଦକ୍ଷ ସଂଗଠକ ଭାବରେ ଉପସ୍ଥାପନ କରିଛି। ଏହି ଆଧାରରେ ଜିମ୍ବାୱେ ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ଆଇସିସି ନିକଟରେ ଦାବି କରିଛି। ଆଇସିସି ୨୦ ଅଗଷ୍ଟରେ ଆୟୋଜିତ ଭେନ୍ୟୁ ଉପରେ ନିଷ୍ପତ୍ତି ନେଇପାରେ।
ସୂଚନାଯୋଗ୍ୟ, ଜିମ୍ବାୱେ ୨୦୨୭ରେ ହେବାକୁ ଥିବା ଓ୍ବାନ ଡେ’ ଓ୍ବାର୍ଲଡ କପର ସହ-ସଂଗଠକଭାବେ ଦକ୍ଷିଣ ଆଫ୍ରିକା ଏବଂ ନାମିବିଆ ସହିତ ରହିଛି। ଶେଷ ଥର ପାଇଁ ଜିମ୍ବାୱେ ୨୦୦୩ରେ ଓ୍ବାନ ଡେ’ ଓ୍ବାର୍ଲଡ କପ ଆୟୋଜନ କରିଥିଲା। ଜିମ୍ବାୱେ ନିକଟରେ ହରାରେ ଏବଂ ବୁଲୱାୟୋ ଭଳି ଦୁଇଟି ଷ୍ଟାଡିୟମ ଅଛି, ଯାହାର କ୍ଷମତା ପ୍ରାୟ ୧୦,୦୦୦। ଜିମ୍ବାୱେ ମହିଳା ଦଳ ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିନାହାଁନ୍ତି। ଏହା ତାଙ୍କ ସଂଗଠିତ ପ୍ରସ୍ତାବ ବିରୁଦ୍ଧରେ ଯାଇପାରେ।
ବାଂଲାଦେଶରେ ଅସ୍ଥିରତା ମଧ୍ୟରେ ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ଆୟୋଜନ କରିବାକୁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା କିନ୍ତୁ ବୋର୍ଡ ସଚିବ ଜୟ ଶାହା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜୟ ଶାହା ମୌସୁମୀକୁ କାରଣ ଦର୍ଶାଇ ବିଶ୍ୱକପ ଆୟୋଜନ କରିବାକୁ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ବିସିସିଆଇକୁ ୨୦୨୫ରେ ମହିଳା ଓ୍ବାନ ଡେ’ ଓ୍ବାର୍ଲଡକପ ଏବଂ ୨୦୨୬ରେ ପୁରୁଷ ଟି -୨୦ ବିଶ୍ୱକପ ଆୟୋଜନ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?