ଲୋକାର୍ପଣ ପରେ କେନାଲ ଶୁଖିଲା

କେନ୍ଦ୍ରାପଡ଼ା ଅଫିସ,୮ା୮: ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଗତ ମେ ୧୮ରେ ଉଦ୍‌ଘାଟନ ହୋଇଥିଲା। ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବ ରାଜ୍ୟ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଏହି କେନାଲରେ ଖରିଫ ଚାଷ ପାଇଁ ପାଣି ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଲେ। ପାଟକୁରା ବିଧାୟିକାଙ୍କ ଉପସ୍ଥିତିରେ ଏହି ଉଦ୍‌ଘାଟନ ଉତ୍ସବ ହୋଇଥିବା ବେଳେ ଚାଷ ପାଇଁ ଜଳସେଚନ ସମସ୍ୟା ତୁଟିଥିବାରୁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସ୍ଥାନୀୟ ଚାଷୀ ପ୍ରଶଂସା କରିଥିଲେ। ତେବେ ଲୋକାର୍ପିତ ପରେ ମଧ୍ୟ ଅଦ୍ୟାବଧି ଏହି କେନାଲକୁ ପାଣି ଟୋପାଏ ଆସିନାହିଁ। ସ୍ଥାନୀୟ ଅଞ୍ଚଳର ୬,୪୦୪ ହେକ୍ଟର ଚାଷୀ ଜମି ପାଇଁ ବର୍ଷା ଏକମାତ୍ର ଭରସା ପାଲଟିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ମନ୍ତ୍ରୀ ଦାସ ଏହାକୁ ତରବରିଆ ଭାବେ ଉଦ୍‌ଘାଟନ ଏବେ ଆଲୋଚନାର ବିଷୟ ହୋଇଛି।
ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଚାଷୀ ରଞ୍ଜନ ରାଉତ, ସୁବାସ ରାଉତ, ଅମ୍ବିକା କାନୁନ୍‌ଗୋ, ସୁଶୀଲ ସାହୁ ପ୍ରମୁଖ କହିଛନ୍ତି, ଚଳିତ ବର୍ଷ ଖରିଫ ଚାଷ ପାଇଁ ଜୁଲାଇ ୧୫ରୁ ଜିଲାର ସମସ୍ତ କେନାଲରେ ପାଣି ଛଡାଯାଇଛି। ତେବେ ଏହି ଜଳସେଚନ ପ୍ରକଳ୍ପ କେନାଲର ସାଢ଼େ ୩ ମାସ ପୂର୍ବରୁ ଉଦ୍‌ଘାଟନ ଉତ୍ସବ ସରିଥିଲେ ମଧ୍ୟ ଅଦ୍ୟାବଧି ପାଣି ଆସିନାହିଁ। ଫଳରେ ବିଭାଗୀୟ ମନ୍ତ୍ରୀ ଦେଇଥିବା କଥାକୁ ଭରସା କରି ପାଣି ପାଇଁ ଚାହିଁଥିବା ଚାଷୀଙ୍କୁ ଶେଷରେ ଭକୁଆ ହେବା ସାର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବାକୁ ଥିବା ଦ୍ୱୀପାଞ୍ଚଳର ୧୫,୩୪୧ ହେକ୍ଟର ଚାଷ ଜମି ମଧ୍ୟରୁ ୨୦୦୪ ସୁଦ୍ଧା କଟକ ଜିଲାର ନିଶ୍ଚିନ୍ତକୋଇଲି ବ୍ଲକ ଓ ଜଗତ୍‌ସିଂହପୁର ଜିଲାର ତିର୍ତ୍ତୋଲ ବ୍ଲକର ୮,୯୩୭ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ଜଳ ଯୋଗାଇ ଦିଆଯାଇଛି। ଏବେ ଖୋଳା ଯାଇଥିବା ୧୨ କିମି ଦୀର୍ଘ ଚିତ୍ରୋପତ୍ଳା ଦକ୍ଷିଣ ଓ ୧୦ କିମି ଦୀର୍ଘ ପାଇକା ବାମ ପାର୍ଶ୍ୱ କେନାଲ ସହ ପ୍ରାୟ ୫୦ କିମିର ୪୫ଟି ମାଇନର ଓ ସବ୍‌ ମାଇନର କେନାଲ ଦ୍ୱାରା କେନ୍ଦ୍ରାପଡ଼ା ଜିଲାର ଗରଦପୁର ଓ ମାର୍ଶାଘାଇ ବ୍ଲକର ଅବଶିଷ୍ଟ ୬,୪୦୪ହେକ୍ଟର ଜମି ଚଳିତ ଖରିଫ ଋତୁଠାରୁ ଜଳସେଚିତ ହୋଇପାରିବ ବୋଲି ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଦାସ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତତ୍କାଳୀନ ସମୟରେ କେନାଲ ଖୋଳା ଅଧପନ୍ତରିଆ ହୋଇ ପଡ଼ିଥିବାବେଳେ ମନ୍ତ୍ରୀଙ୍କ ଲୋକାର୍ପଣ ଓ ଚଳିତ ଖରଫ ଋତୁରେ ଜଳ ଯୋଗାଣ ଦମ୍ଭୋକ୍ତି ଏହି ସମାରୋହରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ଅଦ୍ୟାବଧି ଏହି କେନାଲରେ ପାଣି ନ ଆସିବାରୁ ମନ୍ତ୍ରୀଙ୍କ ତରବରିଆ ଉଦ୍‌ଘାଟନର କାରଣ ଖୋଜା ଚାଲିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳର ୧୯,୫୪୨ ହେକ୍ଟର ଚାଷଜମି ଜଳସେଚିତ ହେବ। ଏହି ଦ୍ୱୀପାଞ୍ଚଳର କୃଷି ଓ କୃଷକଙ୍କୁ ସମୃଦ୍ଧ କରିବ। ଏପରି ସ୍ବପ୍ନ ନେଇ ଗତ ୨୩ ବର୍ଷ ପୂର୍ବେ ଜିଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ସମେତ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକର ୩ ଶହରୁ ଊର୍ଦ୍ଧ୍ୱ ଗ୍ରାମର ଚାଷୀଙ୍କ ପାଇଁ ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ରାଜ୍ୟ ସରକାର ଆରମ୍ଭ କରିଥିଲେ। ଏଥିପାଇଁ ପ୍ରକଳ୍ପର ବ୍ୟୟ ବରାଦ ୧୯୮୯ରେ ମାତ୍ର ୩୯.୯୪ କୋଟି ଟଙ୍କା ହୋଇଥିବା ବେଳେ ୨୦୧୨ରେ ୩୯୫.୪୬ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଲୋକଙ୍କ ଦାବି ଅନୁଯାୟୀ, ଏଡିବି ସହାୟତାରେ ୨୦୧୬-୧୭ ଆର୍ଥିକ ବର୍ଷରେ ପୁନର୍ବାର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପାଇକା ନଦୀର ବାମ ପାର୍ଶ୍ୱରେ ଥିବା ଯଦୁପୁର ପର୍ଯ୍ୟନ୍ତ ହେବାକୁ ଥିବା ଏହି ମୁଖ୍ୟ କେନାଲ ଏବେ ବଟିରା ପାଖରେ ଅଟକ ରହିଛି। ସେହିପରି ଚିତ୍ରୋପତ୍ଳା ନଦୀର ଦକ୍ଷିଣ ପାର୍ଶ୍ୱରେ ଆସିଥିବା ମୁଖ୍ୟ କେନାଲ ଗରଜଙ୍ଗା ପର୍ଯ୍ୟନ୍ତ ଯିବାକୁ ଥିବା ବେଳେ ଉଦ୍‌ଘାଟନ ପୂର୍ବରୁ ନଇନ୍ଦିପୁର ପାଖରେ ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?