Posted inଜାତୀୟ

ବିହାରରେ କ୍ଷମତାରୁ ହଟିବା ପରେ ଭାଜପା ହୋଇଛି ଅବସାଦଗ୍ରସ୍ତ, କହିଲେ ଉପେନ୍ଦ୍ର କୁଶଓ୍ବାହା…

ପାଟନା, ୩୦।୮ : ବିହାରରେ ଭାଜପା କ୍ଷମତାରୁ ହଟିବା ପରେ ଦଳ ଅବସାଦଗ୍ରସ୍ତ ହୋଇଛି। ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା କହିଛନ୍ତି। ମଙ୍ଗଳବାର ସମସ୍ତିପୁରରେ ପହଞ୍ଚି କୁଶଓ୍ବାହା ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ଏଭଳି କହିଛନ୍ତି।

ଭାଜପା ହୀନମାନ୍ୟତାର ଶିକାର ହୋଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧରେ ମିଥ୍ୟା ଆରୋପ ଲଗାଇ ଲୋକଙ୍କୁ ବିଭ୍ରାନ୍ତ କରିବାର ବୃଥା ପ୍ରୟାସ କରୁଛି ବୋଲି ସେ କହିଛନ୍ତି। ଏବେ ଭାଜପା କେନ୍ଦ୍ରରୁ ମଧ୍ୟ କ୍ଷମତା ହରାଇବ ବୋଲି ସେ ଦାବି କରିଛନ୍ତି।

ଭାଜପା ମହିତ ଯେତେବେଳେ ବିହାରରେ ନୀତୀଶଙ୍କ ସରକାର ଥିଲା ସେତେବେଳେ ରାଜ୍ୟରେ ଜଙ୍ଗଲ ଶାସନର କଥା ହିଁ ଉଠୁ ନଥିଲା। ମାତ୍ର ଏବେ ମହାମେଣ୍ଟ ସରକାରରେ ଏଭଳି ଅଭିଯୋଗ ଭାଜପା ପକ୍ଷରୁ ଉଠାଯିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ବେଳେ ଗଙ୍ଗାରେ କେତେ ମୃତଦେହ ଭାସିଛି ରିପୋର୍ଟ ଦିଅ

ନୂଆଦିଲ୍ଲୀ, ୧୭ା୫: କରୋନା ମହାମାରୀରେ ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣାରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଉତ୍ତରପ୍ରଦେଶ ଏବଂ ବିହାର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ନଦୀରେ...

ମଣିଷ ଖିଆ ବାଘୁଣୀକୁ ପିଟି ପିଟି ମାରିଦେଲେ ଗାଁ ଲୋକେ

ପିଲିଭିଟ,୨୬।୭: ଉତ୍ତର ପ୍ରଦେଶର ପିଲିଭିଟର ମାଟାନିଆ ଗାଁରେ ଗୋଟିଏ ବାଘୁଣୀକୁ ଲୋକଙ୍କ ଆକ୍ରୋସର ଶିକାର ହେବାକୁ ପଡିଛି। ବାଘୁଣୀଟି ଗାଁରେ ପଶି ପାଖାପାଖି ୯ ଜଣ...

ଲଖିମପୁର ଖେରି ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ନୂଆଦିଲ୍ଲୀ,୬।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ସମ୍ପୃକ୍ତି ଘଟଣାକୁ ସୁପ୍ରିମକୋର୍ଟ ନିଜ ହାତକୁ ନେଇଛନ୍ତି।...

ମହାରାଷ୍ଟ୍ରରେ ରାଷ୍ଟ୍ରପତିଙ୍କ ଶାସନ ଦାବି କଲେ କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ,୨୨।୩: ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଟଓ୍ବାଲେ ମହାରାଷ୍ଟ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଶାସନ...

ବେକାରଙ୍କୁ ନିଯୁକ୍ତି ଦେଇପାରୁ ନଥିବା ଭାଜପା ସରକାର ୫ ମିନିଟର ବିଜ୍ଞାପନ ଫିଲ୍ମରେ ଖର୍ଚ୍ଚ କରିଛନ୍ତି ୪.୫ କୋଟିରୁ ଅଧିକ ଟଙ୍କା…

ବେଙ୍ଗାଲୁରୁ,୨୪।୧୦ : କର୍ନାଟକରେ ଶାସକ ଭାଜପା ଏକ ୫ ମିନିଟର ବିଜ୍ଞାପନ ଫିଲ୍ମ ପାଇଁ ୪.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ନେଇ କଂଗ୍ରେସ...

ରାତି ଅଧରେ ‘ମନତ୍‌’ରେ ପହଞ୍ଚିଲେ ସଲମାନ

ମୁମ୍ବାଇ ,୩।୧୦: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ ଗିରଫ ହେବା ଖବର ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଛି। ରବିବାର...

ଜିଗ୍ନେଶ ମେଭାନିଙ୍କୁ ୬ ମାସ ଜେଲ

ନୂଆଦିଲ୍ଲୀ,୧୭।୯: ୨୦୧୬ରେ ଦଙ୍ଗା ସୃଷ୍ଟି ଏବଂ ବେଆଇନ ଭାବେ ଏକତ୍ର ହେବା ମାମଲାରେ ଅହମଦାବାଦର ଏକ ଅଦାଲତ ଶୁକ୍ରବାର ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଜିଗ୍ନେଶ...

ଆରଜେଡି ଛାଡିଲେ ରଘୁବଂଶ ପ୍ରସାଦ

ପାଟନା,୧୦।୯-ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। ଦଳ ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଏକ...

Advertisement
Archives

Model This Week